ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ଏହି ନିଯୁକ୍ତି ତୁରନ୍ତ ପ୍ରଭାବରୁ ଲାଗୁ ହୋଇଛି ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନିଯୁକ୍ତି ଜନସ୍ୱାର୍ଥରେ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ବର୍ତ୍ତମାନ ପଶ୍ଚିମବଙ୍ଗର ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧୀନରେ ରହିଛି। ଜୁନ୍ ୨୦୨୬ର ବିଭାଗ ବଣ୍ଟନ ଅନୁସାରେ ମୁଖ୍ୟମନ୍ତ୍ରୀ ଏହି ବିଭାଗର ଦାୟିତ୍ୱରେ ଅଛନ୍ତି। ମିଥୁନ ଚକ୍ରବର୍ତ୍ତୀଙ୍କ ନିଯୁକ୍ତିକୁ ରାଜ୍ୟର କଳା, ସିନେମା ଓ ସାଂସ୍କୃତିକ କ୍ଷେତ୍ରରେ ସରକାରଙ୍କ ଗୁରୁତ୍ୱର ଏକ ସଙ୍କେତ ଭାବେ ଦେଖାଯାଉଛି ।

ବରିଷ୍ଠ ଅଭିନେତା ଉତ୍ତମ କୁମାରଙ୍କ ଜନ୍ମଶତବାର୍ଷିକୀ ସହ ଜଡ଼ିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରଥମେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସାଂସ୍କୃତିକ ପରାମର୍ଶଦାତା କରିବା ନେଇ ଘୋଷଣା କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ପଶ୍ଚିମବଙ୍ଗର ଫିଲ୍ମ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ମଜବୁତ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସଙ୍କେତ ମିଳୁଛି। ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମାର ଜଣେ ପରିଚିତ ଚେହେରା। ସେ ଭାଜପାର ଜଣେ ସକ୍ରିୟ ନେତା ଓ ପ୍ରମୁଖ ପ୍ରଚାରକ ଭାବେ ପଶ୍ଚିମବଙ୍ଗ ରାଜନୀତିରେ ମଧ୍ୟ ସକ୍ରିୟ ରହିଛନ୍ତି । ଏବେ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଖାତା ଖୋଲିପାରିଲେନି ଷ୍ଟାର ଖେଳାଳି, ବଡ଼ ବ୍ୟବଧାନରେ ଜିତିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତୀୟ କ୍ରିକେଟ ଟିମ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ବେ ଓଭାଲ, ମାଉଣ୍ଟ ମାଉଙ୍ଗାନୁଇରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ…

ରସଗୋଲା ଭାବି ଖାଇଦେଲେ ବୋମା, ଚୋବାଇଲା ବେଳେ……

ଭୋପାଳ,୧୩।୧୧: ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ…

ଅଗ୍ନିବୀରଙ୍କ ପାଇଁ ବଡ଼ ଖୁସି ଖବର: ବିବାହ ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କ’ଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ, ୧୩।୧୧: ଦେଶର ସେନାବାହିନୀରେ ନିଯୁକ୍ତି ସହ ଜଡ଼ିତ ଅଗ୍ନିପଥ ଯୋଜନା (Agnipath Scheme)ରେ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ସରକାର ‘ଅଗ୍ନିପଥ…

ଆୟୁଷ୍ମାନ ଯୋଜନାରେ ବଡ଼ ପରିବର୍ତ୍ତନ: ଘରୋଇ ହସ୍ପିଟାଲରେ ହେବନି ୧୧୨ ରୋଗର ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୧୩।୧୧: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY)ର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତିର…

ଶିକ୍ଷକ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ

ଆଳି,୧୩ା୧୧(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ପଦନୀପାଳ ପଞ୍ଚାୟତରେ ଥିବା ଡିପିଏସ୍‌ ନୋଡାଲ ହାଇସ୍କୁଲରେ ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା…

ମାଇକ୍ରୋସଫ୍ଟ ସେବା ବ୍ୟାହତ ଯୋଗୁ ଭାରତରେ ବିମାନ ସେବା ପ୍ରଭାବିତ; ୩ଟି ବିମାନ ବାତିଲ, ୨ଟି ବିଳମ୍ବିତ

ନୂଆଦିଲ୍ଲୀ,୧୩।୧୧: ମାଇକ୍ରୋସଫ୍ଟ (Microsoft) ସେବାରେ ବ୍ୟାଘାତ ଯୋଗୁ ଭାରତରେ ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ିଛି। ସ୍ପାଇସଜେଟ (SpiceJet) ଦିଲ୍ଲୀରୁ ଛାଡୁଥିବା ନିଜର ତିନୋଟି ବିମାନ…

ଭୟଙ୍କର ଦୁର୍ଘଟଣା: ଅଟୋକୁ ସାମ୍ନାପଟୁ ଧକ୍କା ଦେଇ ଘୋଷାଡ଼ି ନେଲା ଆମ ବସ୍‌, ୮ ଛାତ୍ରୀଛାତ୍ର ଗୁରୁତର

ଖୋର୍ଦ୍ଧା,୧୩ା୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍‌ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍‌ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?