Posted inTrending, ଖେଳ

ଅବିଶ୍ୱସନୀୟ କ୍ୟାଚ ଧରିଲେ ଇଶାନ କିଶନ: ନିଜେ ବି କରିପାରିଲେନି ବିଶ୍ୱାସ, ଦେଖନ୍ତୁ VIDEO

ଲକ୍ଷ୍ନୌ,୭।୧୦: ଟି-୨୦ କ୍ରିକେଟ୍‌ରେ ଭାରତୀୟ ଦଳର ଫିଲ୍ଡିଂକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ବିଶେଷକରି କ୍ୟାଚ ଧରିବା ମାମଲାରେ ଭାରତର ରେକର୍ଡ ଆହୁରି ଉନ୍ନତ ହେବାର ଆବଶ୍ୟକତା ରହିଛି। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଇଶାନ କିଶନ ଏଭଳି ଏକ ଚମତ୍କାର କ୍ୟାଚ ଧରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସଙ୍କ ସହ ନିଜେ ଇଶାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଇଶାନଙ୍କ ଏହି ଅବିଶ୍ୱସନୀୟ କ୍ୟାଚ୍‌ର ଭିଡିଓ ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଭିଡିଓ ଦେଖିବା ପରେ ଫ୍ୟାନ୍ସଙ୍କୁ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ିଛି। ଏହି ଚମତ୍କାର କ୍ୟାଚ ୱେଷ୍ଟଇଣ୍ଡିଜ ଇନିଂସର ୧୫ତମ ଓଭରରେ ଦେଖିବାକୁ ମିଳିଥିଲା। ବୋଲିଂ କରୁଥିଲେ କୁଲଦୀପ ଯାଦବ। ଓଭରର ପଞ୍ଚମ ବଲ୍‌ଟି ୱେଷ୍ଟଇଣ୍ଡିଜ ବ୍ୟାଟର ମାଥ୍ୟୁ ଫୋର୍ଡେ ମିଡଉଇକେଟ ଆଡ଼କୁ ଜୋରଦାର ଫ୍ଲାଟ ଶଟ ଖେଳିଥିଲେ।

ବଲ୍‌ଟି ସହଜରେ ବାଉଣ୍ଡାରୀ ପାର ହୋଇଯିବ ବୋଲି ଲାଗୁଥିଲା। କିନ୍ତୁ ସେତେବେଳେ ମିଡଉଇକେଟରେ ଫିଲ୍ଡିଂ କରୁଥିବା ଇଶାନ କିଶନ ବାମପଟକୁ ଦ୍ରୁତ ଦୌଡ଼ି ଆସିଥିଲେ। ଏହାପରେ ଡ୍ରାଇଭ ମାରି ଏକ ହାତରେ ବଲ୍‌ଟିକୁ ଧରି ନେଇଥିଲେ।

କ୍ୟାଚ ଧରିବା ପରେ ଇଶାନ ଘାସ ଉପରେ ଫିସଳି ବାଉଣ୍ଡାରୀ ରୋପ ଆଡ଼କୁ ଯାଇଥିଲେ। ତେବେ ବାଉଣ୍ଡାରୀ ପୂର୍ବରୁ ନିଜକୁ ରୋକିବାରେ ସଫଳ ହୋଇଥିଲେ। କ୍ୟାଚ୍‌ରେ ଧରିବା ପରେ ଇଶାନଙ୍କ ମୁହଁରେ ଥିବା ଆଶ୍ଚର୍ଯ୍ୟର ଭାବ ମଧ୍ୟ ଚର୍ଚ୍ଚାରେ ରହିଛି। ଯେପରି ନିଜେ ମଧ୍ୟ ବିଶ୍ୱାସ କରିପାରୁ ନ ଥିଲେ ଯେ ବଲ୍‌ଟି ତାଙ୍କ ହାତରେ କିପରି ଆସିଗଲା! ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଏବଂ ଚମତ୍କାର ଫିଲ୍ଡିଂ ଯୋଗୁ ୱେଷ୍ଟଇଣ୍ଡିଜ ୨୦ ଓଭର ମଧ୍ୟ ଖେଳିପାରି ନ ଥିଲା। ଲକ୍ଷ୍ନୌରେ କ୍ୟାରିବିଆନ ଦଳ ୧୯.୧ ଓଭରରେ ୧୭୧ ରନ୍‌ରେ ଅଲଆଉଟ ହୋଇଥିଲା।

ୱେଷ୍ଟଇଣ୍ଡିଜ ଅଧିନାୟକ ଶାଇ ହୋପ ୩୭ ବଲ୍‌ରେ ୫୨ ରନ କରିଥିବା ବେଳେ ଶେରଫେନ ରଦରଫୋର୍ଡ ୩୪ ବଲ୍‌ରେ ୫୬ ରନ୍‌ର ଧମାକାଦାର ଇନିଂସ ଖେଳିଥିଲେ। ଡେବ୍ୟୁ ମ୍ୟାଚ ଖେଳୁଥିବା ନମନ ଧୀର ଭାରତ ପକ୍ଷରୁ ସଫଳତମ ବୋଲର ହୋଇଥିଲେ। ସେ ୪ ଓଭରରେ ମାତ୍ର ୩୧ ରନ ଦେଇ ୩ଟି ଉଇକେଟ ନେଇଥିଲେ। କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିବା ବେଳେ ମୟଙ୍କ ଯାଦବ ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଇଶାନ କିଶନଙ୍କ ଏହି ଅସାଧାରଣ କ୍ୟାଚ ସହ ଭାରତୀୟ ଫିଲ୍ଡିଂର ଏହି ମ୍ୟାଚ୍‌ର ଦୃଶ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ T20I ଶତକ ପରେ ମନର କଥା ଖୋଲି କହିଦେଲେ ଶ୍ରେୟସ ଆୟର: କହିଲେ, ଏମିତି ଖେଳିଲେ…

ଲକ୍ଷ୍ନୌ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଅୟରଙ୍କ ଧୂଆଁଧାର ଶତକ ବଳରେ ଭାରତ ୮ ଉଇକେଟ୍‌ରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ,୭।୧୦(ପ୍ରଭୁକଲ୍ୟାଣ ପାଲ୍) ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ…

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?