ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ

କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି ହୋଇ ପଡ଼ିଥାଏ। ଏହି ଜଳପ୍ରପାତ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୪୮୦ ମିଟର(୧୯୫୦ ଫୁଟ୍‌) ଉଚ୍ଚରୁ ପାଣି ପଡ଼ୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

 

ବରେହିପାଣି

ମୟୂରଭଞ୍ଜ ଜିଲାର ଶିମିଳିପାଳ ଭିତରେ ରହିଛି ମନୋରମ ବରେହିପାଣି ଜଳପ୍ରପାତ। ଭାରତର ଦ୍ୱିତୀୟ ବୃହତ୍ତମ ଜଳପ୍ରପାତର ମାନ୍ୟତା ପାଇଥିବା ବରେହିପାଣି ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତା ପାଇଛି। ଏଠାରେ ୩୯୯ ମିଟର (୧୩୦୯ ଫୁଟ) ଉଚ୍ଚରୁ ପାଣି ପଡୁଥିବା ବେଳେ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

 

ମାଛକୁଣ୍ଡ (ଡୁମୁଡୁମା)

କୋରାପୁଟ ଜିଲା ସଦରମହକୁମାଠାରୁ ୯୨କି.ମି. ଦୂରରେ ମାଛକୁଣ୍ଡ ବା ଡୁମୁଡୁମା ଜଳପ୍ରପ୍ରାତ ଅବସ୍ଥିତ। ଏଠାରେ ୧୭୫ ମିଟର ଉଚ୍ଚରୁ ତଳକୁ ପାଣି ପଡ଼ୁଛି। ଶୀତ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

 

ପ୍ରଧାନପାଟ

ଦେବଗଡ଼ ଜିଲା ସଦର ମହକୁମାଠାରୁ ୨ କି.ମି. ଦୂରରେ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ। ଦେବଗଡ଼ ବନାଞ୍ଚଳ ଅଧିନରେ ଆସୁଥିବା ଏହି ଜଳପ୍ରପାତରେ ୭ଟି କୁଣ୍ଡ ଦେଇ ଜଳ ପ୍ରବାହିତ ହୋଇଥାଏ। ୧୬୫ ଫୁଟ ଉଚ୍ଚତାରୁ ଜଳ ତଳକୁ ପଡ଼ୁଛି। ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ।

 

ପୁତୁଡି

କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ୧୫ କି.ମି. ଦୂରରେ ରହିଛି ପୁତୁଡି ଜଳପ୍ରପାତ। ଏଠାରେ ପ୍ରାୟ ୩୦ ଫୁଟ ଉପରୁ ପାଣି ପଡୁଛି। ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ବର୍ଷର ବିଭିନ୍ନ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଏହି ଜଳପ୍ରପାତର ପାଣି ବାବା ସାଲୁକି ନଦୀରେ ମିଶିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ...

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା...

ଶ୍ରେଷ୍ଠ ପାଞ୍ଚ ସଂଗ୍ରହାଳୟ

ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ ରିଜିଓନାଲ ମ୍ୟୁଜିୟମ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ)। ଭୁବନେଶ୍ୱରର ସଚିବାଳୟ ମାର୍ଗରେ ଆଚାର୍ଯ୍ୟ ବିହାର ଛକ ନିକଟରେ ଅବସ୍ଥିତ। କେନ୍ଦ୍ର...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ...

ଶ୍ରେଷ୍ଠ ପାଞ୍ଚ ପୁଷ୍କରିଣୀ

ଚନ୍ଦନେଶ୍ୱର ଜୀଉଙ୍କ ନୀଳ, ମଣ୍ଡନ ଓ ହାକାଣ୍ଡ ପୋଖରୀ ବାଲେଶ୍ୱର ଜିଲା ଭୋଗରାଇରେ ଅବସ୍ଥିତ ଚନ୍ଦନେଶ୍ୱର ଜୀଉଙ୍କ ପ୍ରସିଦ୍ଧ ଶୈବପୀଠ। ମନ୍ଦିର ଇଶାନ କୋଣରେ ଅଛି...

ଶ୍ରେଷ୍ଠ ପାଞ୍ଚ ଷ୍ଟାଡିୟମ

ଡ୍ରିମ୍ସ ଗ୍ରାଉଣ୍ଡ କଟକର ଟାଙ୍ଗୀଠାରେ ରହିଛି ଡ୍ରିମ୍‌ସ ଷ୍ଟାଡିୟମ। ଏଠାରେ ବିସିସିଆଇର ଅନେକ ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯାଇଛି। ଗତ ୨୦୧୩ ମସିହାରେ ଭାରତରେ ହୋଇଥିବା...

ଶ୍ରେଷ୍ଠ ପାଞ୍ଚ ଜଳବିଦ୍ୟୁତ ପ୍ରକଳ୍ପ

ବାଲିମେଳା ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବାଲିମେଳାଠାରେ ୧୯୭୩ ମସିହାରେ ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପିତ ହୋଇଛି । ଏହାର ଆରମ୍ଭରୁ ୬ଟି ଟର୍ବାଇନ୍‌...

ଶ୍ରେଷ୍ଠ ପାଞ୍ଚ କଟକ ପାଠାଗାର

ରବୀନ୍ଦ୍ର ପାଠାଗାର ତିନିକୋଣିଆ ବଗିଚା ଅଞ୍ଚଳରେ ରହିଛି ରବୀନ୍ଦ୍ର ପାଠାଗାର। ୧୯୪୯ ଏପ୍ରିଲ ୧୭ରେ ବ୍ୟବସାୟୀ ନରେନ୍ଦ୍ର କୁମାର ମିତ୍ର ତାଙ୍କ ବଡ଼ପୁଅ ରବୀନ୍ଦ୍ରଙ୍କ ସ୍ମୃତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri