ଆସନ୍ତାକାଲି ଚଣ୍ଡିଖୋଲ ଆସିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ମିନିଟ୍ ରୁ ମିନିଟ୍ କାର୍ଯ୍ୟକ୍ରମ ବିବରଣୀ

ଭୁବନେଶ୍ୱର,୪ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯାଜପୁର ଜିଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟରେ ୧୯ ହଜାର ୬୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌‌ଘାଟନ କରିବେ। ଏହାପରେ ସେ ଏକ ସାଧାରଣ ସଭାକୁ ପ୍ରାୟ ୩୦ ମିନିଟ୍ରୁ ଅଧିକ ସମୟ ସମ୍ବୋଧନ କରିପାରନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ୨ଟା ୪୦ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ୱରଠାରେ ପହଞ୍ଚିବେ। ପରେ ବାୟୁସେନାର ଏକ ଏମଆଇ-୧୭ ହେଲିକପ୍ଟର ଯୋଗେ ସେ ଚଣ୍ଡୀଖୋଲ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ୩ଟା ୩୦ ମିନିଟ୍ରୁ ୪ତା ମଧ୍ୟରେ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌‌ଘାଟନ କରିବେ। ଏହାପରେ ୪ଟା ୩୦ ମିନିଟ୍ରୁ ୫ଟା ମଧ୍ୟରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ସନ୍ଧ୍ୟା ୫ଟା ସମୟରେ କୋଲକାତା ଅଭିମୁଖେ ବାହାରିବେ। ପ୍ରଧାନମନ୍ତ୍ରୀ ଗସ୍ତକୁ ଦୃଷ୍ଟିରେ ରଖି ବିମାନବନ୍ଦର ଏବଂ ଚଣ୍ଡୀଖୋଲର ବେଣାପୁର ଠାରେ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଏବଂ ଉଦ୍‌‌ଘାଟନ କରିବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ତୈଳ ଏବଂ ଗ୍ୟାସ୍‌‌, ରେଳବାଇ, ରାସ୍ତା, ପରିବହନ ଏବଂ ଆଣବିକ ଶକ୍ତି କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ରହିଛି। ସେହିପରି ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ପାରାଦ୍ୱୀପ ବିଶୋଧାନାଗାରରେ ନିର୍ମିତ ଭାରତୀୟ ତୈଳ ନିଗମ-ଆଇ.ଓ.ସି.ଏଲ୍‌‌’ର ମନୋଇଥାଇଲିନ୍‌‌ ଗ୍ଲାଇକୋଲ୍‌‌ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଏହି ପ୍ରକଳ୍ପ ଭାରତର ମନୋଇଥାଇଲିନ୍‌‌ ଗ୍ଲାଇକୋଲ୍‌‌ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ। ଏଥିସହିତ ପାରାଦ୍ୱୀପରୁ ପଶ୍ଚିମବଙ୍ଗର ହଳଦିଆକୁ ସଂଯୋଗ ହୋଇଥିବା ୩୪୪ କିଲୋମିଟର ଲମ୍ବର ଏକ ପାଇପ୍‌‌ଲାଇନ୍‌‌ ପ୍ରକଳ୍ପର ଉଦ୍‌‌ଘାଟନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୪୯ର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକସନ୍‌‌ର ୪ ଲେନ୍‌‌ ରାସ୍ତା, ବିଞ୍ଜାବାହାଲରୁ ତିଲେଇବଣି ସେକସନ୍‌‌ର ୪ ଲେନ୍‌‌ ରାସ୍ତା, ୧୮ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରୀଆ ସେକସନ୍‌‌ର ୪ ଲେନ୍‌‌ ଏବଂ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକସନ୍‌‌ର ୪ ଲେନ୍‌‌ ରାସ୍ତାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଏଥିସହିତ ଚଣ୍ଡିଖୋଲ-ପାରାଦ୍ୱୀପ ସେକସନ୍‌‌ର ୮ ଲେନ୍‌‌ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର–ପାରାଦ୍ୱୀପ ରେଳମାର୍ଗରେ ପ୍ରଥମ ଯାତ୍ରୀବାହୀ ମେମୁ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିବେ। ପ୍ରଥମଥର ପାରାଦ୍ୱୀପ–କେନ୍ଦୁଝରଗଡ଼ ମଧ୍ୟରେ ଏହି ଟ୍ରେନ୍‌‌ ଗଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

ପିଣ୍ଡି ନିର୍ମାଣ ପ୍ରସଙ୍ଗ: ବିନା ସୂଚନା ଫଳକରେ ଚାଲିଛି କାମ, ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ

ରିଷିଡ଼ା, ୯।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ ହାଇସ୍କୁଲ ବଜାର ପଡ଼ିଆରେ ବିନା ସୂଚନା ଫଳକରେ ପିଣ୍ଡି ନିର୍ମାଣ କାମ…

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri