ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ନିଜର ମତ ରଖିଥିଲେ। ଏହି ପ୍ରସଙ୍ଗରେ ଭାରତର ମାନବକୈନ୍ଦ୍ରିକ ଆଭିମୁଖ୍ୟକୁ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଲୋଚନା ଓ କୂଟନୀତି ମାଧ୍ୟମରେ ହିଁ ଏହି ସମସ୍ୟାର ସମାଧାନ ସମ୍ଭବ।
ଶାନ୍ତି ପ୍ରତିଷ୍ଠା ଉଦ୍ୟମରେ ଭାରତ ସମସ୍ତ ପ୍ରକାର ସମ୍ଭାବ୍ୟ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜର ସଂକଳ୍ପ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଉଭୟ ନେତା ନିଜ ନିଜ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା କରିଥିଲେ।

