ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ ସମ୍ବଳର ବଣ୍ଟନ, ଜଳବାୟୁ ଏବଂ ଭୂମିରୂପକୁ ନେଇ ମଣିଷ ନିଜର ବସତି ସ୍ଥାପନ କରିଥାଏ। ବର୍ତ୍ତମାନ ସମୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ମଣିଷର ରୋଜଗାର ସୃଷ୍ଟି ହେବାରେ ଅନିୟମିତତା ବହୁଳ ପରିମାଣରେ ଦେଖାଦେଇଛି। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ର ଏବେ ବେକାରି ସମସ୍ୟା ମଧ୍ୟରେ ଗତି କରୁଛି।
ସାଧାରଣତଃ ରୋଜଗାରର ମାଧ୍ୟମକୁ ଦେଖି ମଣିଷ ସମାଜକୁ ବିଭିନ୍ନ ପ୍ରକାରର ଶ୍ରେଣୀରେ ବିଭକ୍ତ କରାଯାଏ। ଯେପରିକି ଅତି ଧନୀ, ଧନୀ, ଉଚ୍ଚ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଦରିଦ୍ର ଏବଂ ଅତି ଦରିଦ୍ର। ଦିନକୁ ଦିନ ବେରୋଜଗାରର ମାତ୍ରା ବଢ଼ିବା ଫଳରେ ଭାରତରେ ମଧ୍ୟବିତ୍ତ ଏବଂ ଦରିଦ୍ର ପରିବାର ଗୁଡ଼ିକଙ୍କ ଅବସ୍ଥା ସଙ୍କଟାପନ୍ନ।
ପୃଥିବୀରେ ବର୍ତ୍ତମାନ ୮୦୦ କୋଟିରୁ ଅଧିକ ଜନସଂଖ୍ୟା ଥିବାବେଳେ ଭାରତରେ ଏହା ୧୪୭ କୋଟିରୁ ଊଦ୍ଧର୍‌ବ ରହିଛି। ତେଣୁ ଏହିଭଳି ଅତିରିକ୍ତ ଜନସଂଖ୍ୟା ବୃଦ୍ଧି ହେବା ଯୋଗୁ ବେକାରି ସମସ୍ୟା ଉତ୍କଟ ହେଉଛି। ପୃଥିବୀରେ ଏବେ ବେକାର ହାର ୪.୯% ଥିବା ବେଳେ ଭାରତରେ ୩.୧% ରୁ ୫.୫% ରହିଛି। ଯୁବ ବେକାରି ହାର ପୃଥିବୀରେ ୧୨.୪% ଥିବାବେଳେ ଭାରତରେ ୯.୯% ରୁ ୧୪.୮% ରହିଛି। ସାଧାରଣ ଭାବରେ ଭାରତରେ ଆମର ବିଭିନ୍ନ ପ୍ରକାରର ବେକାର ଦେଖାଯାଆନ୍ତି। ଅଧିକ ମାତ୍ରାରେ ଋତୁକାଳୀନ ବେକାରି ଅଛନ୍ତି। ଯେଉଁମାନଙ୍କର ରୋଜଗାର କେବଳ ଚାଷ କାର୍ଯ୍ୟ ଉପରେ ନିର୍ଭର କରେ। ବର୍ଷକୁ କେବଳ ବିହନ ବୁଣିବା ଏବଂ ଅମଳ ସମୟରେ ହିଁ କାମ ଥାଏ, ବାକି ୩ରୁ ୪ମାସ ଧରି ସେମାନେ ବେକାର ହୋଇ ବସନ୍ତି। ଶିକ୍ଷିତ ବେକାର ଏବେ ଦେଶରେ ବହୁଳ ମାତ୍ରାରେ ଦେଖାଦେଲେଣି। କାରଣ ପ୍ରତିବର୍ଷ ଲକ୍ଷାଧିକ ଯୁବତୀ ଯୁବକ ସ୍ନାତକ ଏବଂ ସ୍ନାତକୋତ୍ତର ପରି ଉଚ୍ଚ ଶିକ୍ଷା ହାସଲ କରିବା ପରେ ଚାକିରି ନାହିଁର ଅବସ୍ଥା। ଓଡ଼ିଶାରେ ବିଶେଷ ଭାବରେ ଅଧ୍ୟାପକ ଚାକିରି କ୍ଷେତ୍ରରେ ଭୂଗୋଳ, ଭୂତତ୍ତ୍ୱ, ସମାଜ ବିଜ୍ଞାନ, ନୃତତ୍ତ୍ୱ ପରି କେତେକ ବିଷୟରେ ବର୍ତ୍ତମାନ ଅନେକ ଉଚ୍ଚ ଶିକ୍ଷିତ ଏଣେତେଣେ ଚାକିରି ଅନ୍ବେଷଣରେ ବୁଲୁଛନ୍ତି। ବେକାର ଯେଉଁମାନେ କାରଖାନାରେ କାମ କରନ୍ତି, କିନ୍ତୁ ଯଦି କୌଣସି କାରଣବଶତଃ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିରେ ଅବନତି ଆସେ ଉକ୍ତ ସମୟରେ କାରଖାନାରେ ଉତ୍ପାଦନ ହ୍ରାସ ପାଇବା ଦ୍ୱାରା ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଏ। ଉଦାହରଣ ସ୍ବରୂପ କୋଭିଡ-୧୯ ସମୟରେ ଏହି ବେକାର ସମସ୍ୟା ସୃଷ୍ଟି ହୋଇଥିଲା।
ବେକାରି ସମସ୍ୟା ସୃଷ୍ଟି ହେବାର ମୂଳ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ବର୍ତ୍ତମାନର ଯୁବ ସମାଜ ରୋଜଗାର ପାଇଁ ଯେଉଁ ଦିଗକୁ ଯିବା ପାଇଁ ଚେଷ୍ଟା କରୁଛି ସେହି ଦିଗରେ ଅସଂଖ୍ୟ ବେକାର ଯୁବବର୍ଗ ଆଗରୁ ରହିଛନ୍ତି। ତେଣୁ ଏହି ପରିସ୍ଥିତି ମଧ୍ୟ ଦେଇ ନିଜର ଲକ୍ଷ୍ୟପଥକୁ ହାସଲ କରିବା ନିମନ୍ତେ ଯୁବ ସମାଜ ଅଗ୍ରସର ହେଉଛି ସତ କିନ୍ତୁ କେତେକଙ୍କ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ନ ହେବା ଦ୍ୱାରା ବେକାର ସମସ୍ୟା ବଢ଼ିବା ସହିତ ଆତ୍ମହତ୍ୟା, ପରିବାର ମଧ୍ୟରେ ଅଶାନ୍ତି ଆଦି ବୃଦ୍ଧି ପାଉଛି। ଯୁବବର୍ଗଙ୍କ ଭବିଷ୍ୟତର ସ୍ବପ୍ନ ଆଜି ସେଇ ସ୍ବପ୍ନରେ ହିଁ ରହିଯାଉଛି। ଖାଲି ଯେ ଯୁବବର୍ଗ ନୁହନ୍ତି, ସେମାନଙ୍କ ପାଇଁ ତାଙ୍କ ପରିବାର ମଧ୍ୟ ଅନେକ ସ୍ବପ୍ନ ଦେଖିଥାନ୍ତି, ଯାହାକି ଧୂଳିସାତ୍‌ ପ୍ରାୟ। ଦିନକୁ ଦିନ ମଣିଷ ସମାଜ ବସ୍ତୁବାଦୀ ଦୁନିଆରେ ଚାଲିଛି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥ ଆବଶ୍ୟକ। ଯଦି ଅର୍ଥ ନାହିଁ, ତେବେ କିଛି ନାହିଁ। କାରଣ ଏବେକାର ସମୟରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଫଳ ଓ ପନିପରିବା ଆଦି ସବୁଥିରେ ମହଙ୍ଗା ମାଡ। ତା’ସହିତ ବିଭିନ୍ନ ପ୍ରକାର ରୋଗ ଦିନକୁ ଦିନ ଦେଖାଦେବା ସହିତ ତାହାର ଉପଶମ ପାଇଁ ଯଥେଷ୍ଟ ଅର୍ଥର ଅଭାବ ଜଣେ ବେକାର ମଣିଷ ବା ଖୁବ୍‌ କମ୍‌ ରୋଜଗାର କରୁଥିବା ମଣିଷ ପାଖରେ ସମ୍ଭବ ହେଉନାହିଁ। ସରକାରୀ ସ୍ତରରେ ଏବଂ ବେସରକାରୀ ବା ଘରୋଇ କମ୍ପାନୀମାନେ ରୋଜଗାର ସୃଷ୍ଟି କରିବାରେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ମନେ ହୁଏ। ତେଣୁ ଯଥାସମ୍ଭବ ଜନସଂଖ୍ୟା ନିୟନ୍ତ୍ରଣ ରହିବା ସହିତ ମଣିଷର ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ଅଳ୍ପରେ ସନ୍ତୁଷ୍ଟ ହୋଇ ରହିବାକୁ ଚେଷ୍ଟା କଲେ ବର୍ତ୍ତମାନର ତଥା ଆଗାମୀ ଭବିଷ୍ୟତର ସମାଜ ପାଇଁ ବଞ୍ଚିବାକୁ କିଞ୍ଚିତ ସୁବିଧା ହୋଇପାରିବ। ନଚେତ ଯଥା ପୂର୍ବଂ ତଥା ପରମ୍‌ ଅବସ୍ଥା ରହିଛି ଏବଂ ରହିଥିବ, ଏହା ନିଃସନ୍ଦେହ।

ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
କଟକ, ଓଡ଼ିଶା
ମୋ: ୯୦୪୦୩୫୦୦୮୯

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?