ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ। ସୁଖଶାନ୍ତିରେ ଜୀବନଯାପନ କରନ୍ତୁ। ଉପବାସରେ ରହି, ଦୀପଜାଳି, ଧୂପ ଲଗାଇ, ତୁଳସୀ ବେଲପତ୍ର ଚଢ଼ାଇ, ଭୋଗରାଗକରି ଅତି ସନ୍ତର୍ପଣରେ ସେମାନେ ଏଇସବୁ କଥା ଠାକୁରଙ୍କଠାରୁ ମାଗି ନିଅନ୍ତି ଏବଂ ବିଶ୍ୱାସକରନ୍ତି ଯେ ଠାକୁର ସେମାନଙ୍କ ପ୍ରାର୍ଥନା ଶୁଣିଛନ୍ତି ଏବଂ ସେସବୁକୁ ନିଶ୍ଚୟ କାର୍ଯ୍ୟକାରୀ କରିବେ। ପ୍ରାର୍ଥନା କରିବାବେଳେ ବୋଧହୁଏ ଏମିତି ପ୍ରାର୍ଥନା ପ୍ରାୟ କେହି କରନ୍ତି ନାହିଁ ଯେ ‘ପ୍ରଭୁ! ମୋ ପୁଅ ଭଲ ପାଠ ପଢୁ, ନୀତିବାନ୍‌ ହେଉ, ଦୀନ ଦୁଃଖୀଙ୍କୁ ସହାୟତା କରୁ, ବହୁ ପାଠ ପଢ଼ି ଜ୍ଞାନୀଙ୍କ ମଧ୍ୟରେ ଗଣାହେଉ। ଗୁଣର ଅଧିକାରୀ ହୋଇ ଗୁଣୀଙ୍କ ମଧ୍ୟରେ ଜଣେ ବୋଲି ବିବେଚିତ ହେଉ। ଯେତେ କମ୍‌ ରୋଜଗାର ହେଉ ପଛେ ଅନ୍ୟାୟ ପଥରେ ଧନ ରୋଜଗାର ନ କରୁ’ ଇତ୍ୟାଦି। ପିଲାମାନଙ୍କ ପାଇଁ କୌଣସି ମା’ବାପାଙ୍କୁ ଏମିତି ପ୍ରାର୍ଥନା କରିବା ପ୍ରାୟ ଶୁଣାଯାଏ ନାହିଁ। ପ୍ରାର୍ଥନା ନ କଲେ ମଧ୍ୟ ଯଦି କୌଣସି ଦେବଦେବୀ ଅକସ୍ମାତ୍‌ ଉଭାହୋଇ ଏପରି ବର ଦେବାକୁ ଚାହିଁଁବେ ତ ବୋଧହୁଏ ଅନେଶ୍ୱତ ପ୍ରତିଶତ ମା’ବାପା ସେପରି ଆଶୀର୍ବାଦକୁ ସ୍ବୀକାର କରିବେ ନାହିଁ। ମୋଟାମୋଟି ଆଜିର ସମାଜରେ ମା’ବାପାମାନଙ୍କର ପ୍ରାର୍ଥନାର ସାରାଂଶ ହେଲା- ‘ହେ ଈଶ୍ୱର! ଯାହା ତୁମ ପାଖରେ ଅଛି ଆଉ ତୁମେ ଆମକୁ ଦେବାକୁ ଚାହୁଁଛ ଦିଅ,କିନ୍ତୁ ଗୋଟିଏ ପଦାର୍ଥ କେବେ ବି ଦିଅନା। ସେଇଟା ହେଉଛି ନୈତିକତା। ସେଇ ଗୋଟିଏ ଜିନିଷ ପାଖରେ ରହିଲେ ଜୀବନ ଦୁବର୍ର୍ିଷହ ହୋଇଯିବ। ସୁଖସ୍ବାଚ୍ଛନ୍ଦ୍ୟ ସବୁ କୁଆଡ଼େ ଉଭେଇଯିବ। ବଞ୍ଚତ୍ବାର ମାନେ କିଛି ରହିବନାହିଁ ’।
ଈଶ୍ୱର ଭକ୍ତଙ୍କ ପ୍ରାର୍ଥନା ଠିକ୍‌ ଶୁଣନ୍ତି। ଯେଉଁ ଚିଜଟିର ଆଦୌ ଚାହିଦା ନାହିଁ, ତାକୁ ସେ ଆଉ ବାହାରକୁ ଆଣିବେ କାହିଁକି? ନୈତିକତା ଏବଂ ତା’ର ପାଖଆଖ ଚିଜଗୁଡ଼ିକୁ ସେ ତାଙ୍କର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖିଦେଇଛନ୍ତି ତାଲା ପକାଇ। କେବଳ ଧନସମ୍ପତ୍ତି, ବୁଦ୍ଧି, ଜ୍ଞାନ, ଯଶ, ସମ୍ମାନ ଏଇ ସବୁକୁ ସେ ଅବିରତ ପ୍ରଦାନକରି ଚାଲିଛନ୍ତି ଭକ୍ତମାନଙ୍କୁ ସେମାନଙ୍କର ପ୍ରାର୍ଥନା ଅନୁସାରେ। ବିବେକ ବୋଲି ଚିଜଟିକୁ ମଧ୍ୟ ସେ ଆଜିକାଲି କାହାରିକୁ ଦେଉନାହାନ୍ତି, କାରଣ ବିବେକ ଆସିଲେ ତା’ ପଛରେ ବିଚାରଶକ୍ତି ଆସିବ। ତା’ ପଛେପଛେ ଗଳାବାଟ ଦେଇ ଆସି ପହଞ୍ଚତ୍ିବ ନୈତିକତା। ଯାହା ତାଙ୍କ ଭକ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବ। ଫଳରେ ଏଇ ସଂସାରରେ ଯାହା ଘଟିବା କଥା ତାହା ଘଟୁଛି। ମା’ବାପାଙ୍କ ପ୍ରାର୍ଥନା ଅନୁସାରେ ପିଲାମାନେ ବହୁ ଅର୍ଥ ରୋଜଗାର କରୁଛନ୍ତି। ଦେଶ ବିଦେଶକୁ ଯାଉଛନ୍ତି। ଯେଉଁମାନଙ୍କର ପ୍ରାର୍ଥନା ଯୋଗୁ ସେମାନେ ଅର୍ଥ ରୋଜଗାର କରି ଦେଶବିଦେଶରେ ମା’ବାପାଙ୍କଠାରୁ ବହୁଦୂରରେ ରହି ଅୟସପୂର୍ଣ୍ଣ ଜୀବନଯାପନ କରିପାରୁଛନ୍ତି, ପରିଣତ ବୟସରେ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ କିଛି ପଚାରି ବୁଝିବା ଆବଶ୍ୟକ ମଣୁନାହାନ୍ତି।
ସମାଜରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କ ନୀତିବିହୀନ ଆଚରଣ ଓ ନିଷ୍ଠାହୀନ ସେବା ସାଧାରଣ ଜନତାଙ୍କୁ କେତେ ପ୍ରଭାବିତକରେ, ତାହା କ୍ରମେ ଚିନ୍ତା କରିବାର ବିଷୟ ହୋଇଉଠିଲାଣି। ଏପରି ବ୍ୟକ୍ତିମାନଙ୍କ ଆଖିକୁ ସତ୍‌ ହେଉ କି ଅସତ୍‌, କେବଳ ଟଙ୍କା ଆଉ ଟଙ୍କା ହିଁ ଦେଖାଯାଏ। ଆଉ କିଛି ଦେଖାଯାଏ ନାହିଁ। ଯେଉଁମାନଙ୍କ ସାହାଯ୍ୟ ନେଇ, ଯେଉଁମାନଙ୍କ କାନ୍ଧରେ, ମୁଣ୍ଡ ଉପରେ ପାଦ ଥାପି ସେମାନେ ଏତେ ଉଚ୍ଚତାକୁ ସ୍ପର୍ଶକଲେ, ସେମାନଙ୍କ କଥା ଦିନେ ହେଲେ ଚିନ୍ତା କରନ୍ତିନାହିଁ। ଗୋଡ଼ ଖସି ତଳେ ପଡ଼ିଯିବା ଫଳରେ ଅଣ୍ଟାରେ ଆଘାତ ନେଇ ଅସହାୟ ଅବସ୍ଥାରେ ବିଛଣାରେ ପଡ଼ିରହିଛି ଜନ୍ମଦାତ୍ରୀ ବୁଢ଼ୀମା’। ତା’ର ଯନତ୍ନେବା ପାଇଁ ଏ ବୟସରେ ପିତା ମଧ୍ୟ ନିଜକୁ ଅସମର୍ଥ ଏବଂ ଅସହାୟ ମଣୁଛନ୍ତି। ପ୍ରତିଦିନ ଗଣ୍ଡେ ଖାଇବା ମଧ୍ୟ ଦୁହିଁଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ। ଏସବୁ କଥା ମନେପକାଇ କିମ୍ବା ମୁଣ୍ଡରେ ପୂରାଇ ଅଯଥା ବ୍ୟସ୍ତତା ବଢ଼ାଇବା ଅପେକ୍ଷା ବରଂ ସେସବୁ କଥା ମନେ ନ ପକାଇ ଆରାମରେ ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ବୁଡ଼ି ରହିବାକୁ ଶତଗୁଣ ଶ୍ରେୟ ମନେକରନ୍ତି ସେମାନେ।
ମା’ବାପାମାନେ ପିଲାମାନଙ୍କ ପାଇଁ ଏତେସବୁ ଜିନିଷ ପ୍ରାପ୍ତହେବା ନିମିତ୍ତ ଈଶ୍ୱରଙ୍କୁ ପ୍ରାର୍ଥନା କରିବାବେଳେ ନିଜ ପାଇଁ ଅନ୍ତତଃ ଗୋଟିଏ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ମନେହୁଏ- ‘ହେ ପ୍ରଭୁ! ଶରୀର ଅକର୍ମଣ୍ୟ ହେବା ପୂର୍ବରୁ ପିଲାମାନଙ୍କ ମନରୁ ଆମ୍ଭମାନଙ୍କର ସ୍ମୃତିକୁ ଲିଭାଇଦିଅ ଏବଂ ଆମ୍ଭମାନଙ୍କୁ ଏକ ସୁଖମୃତ୍ୟୁ ପ୍ରଦାନ କର’। ଏହାଦ୍ୱାରା କେବେ କେମିତି କ୍ଷଣଟିଏ ପାଇଁ ହେଲେ ମଧ୍ୟ ପିତାମାତାଙ୍କର ସ୍ମୃତି ପିଲାମାନଙ୍କୁ ଦେଉଥିବା କଷ୍ଟରୁ ସେମାନେ ପରିତ୍ରାଣ ପାଇବେ। ପିତାମାତାମାନେ ମଧ୍ୟ ବିନା କଷ୍ଟରେ ଅନନ୍ତପଥର ଯାତ୍ରୀ ହୋଇପାରିବେ।
ନୈତିକତାବିହୀନ ଜୀବନଶୈଳୀ ଆଜିର ମଣିଷ ସମାଜରେ ସବୁଠାରୁ ବଡ଼ ସମସ୍ୟା। ଯିଏ ଯେଉଁ ବାଟରେ ପାରିଲା ଗୋଟାଇ ଚାଲିଲା ଧନ, ଯଶ, ମାନ, ଖାତିରି। କେହି ବୁଝିବାକୁ ପ୍ରସ୍ତୁତ ନୁହନ୍ତି ଯେ ଏସବୁ ନିର୍ଦ୍ଦିଷ୍ଟ ମାର୍ଗରେ ଆସିଲେ ହିଁ ଫଳଦାୟୀ ହୁଏ। ଅନ୍ୟଥା ଏହା ଅନିଷ୍ଟକାରୀ ହୋଇଉଠେ। ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଧନ ପାଖରେ ରହିଲେ ତାହା ଶରୀର ଓ ମନ ଉପରେ ଗଭୀର କୁପ୍ରଭାବ ପକାଏ। ଅବାଟରେ ଥରେ ଧନ ଆସିବା ଆରମ୍ଭ ହେଲେ ତା’ର ଆଉ ବାଡ଼ବତା ରହେନାହିଁ। ଆସୁଥାଏ ଯେ ଆସୁଥାଏ। ଭଣ୍ଡାର ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଆସିବା ଭଳି ଲାଗେ। କିନ୍ତୁ ଭଣ୍ଡାର ପୂର୍ଣ୍ଣହେବା ଆଗରୁ ଆସିବା ସରିଯାଏ। ଯିବା ଆରମ୍ଭ ହୋଇଯାଏ। କହନ୍ତିନି, ‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ’। ସେମିତି ଅବାଟରେ ଆସିଥିବା ଯଶ ଓ ମାନ ବାସ୍ତବରେ ଅପମାନଜନକ ହୋଇଥାଏ। କ୍ରମେ ଏସବୁ ମଣିଷକୁ ଉଚ୍ଚ ପାହ୍ୟାକୁ ନେବା ପରିବର୍ତ୍ତେ ଲୁଡୁପାଲିର ସାପ ପରି ନିମ୍ନରୁ ନିମ୍ନକୁ ନେଇଯାଏ।
ଦିନେ ଦେଖିବାକୁ ମିଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକରିବା ଅପରାଧରେ ଘରେ ପୋଲିସର ଅବରୋଧ, ଚଢ଼ାଉ। ଶେଷରେ ଦେଖାଯାଏ, ପୁଅବୋହୂ ମୁହଁ ଉପରେ ତଉଲିଆ ପକାଇ ପୋଲିସ ଭ୍ୟାନ୍‌ ପଛପଟେ ବସି ଅତ୍ୟନ୍ତ ସମ୍ମାନର ସହ ଯାଉଛନ୍ତି ହାଜତକୁ। ଦୁଇଦିନ ଭିତରେ କୋର୍ଟରେ ସର୍ବସମକ୍ଷରେ ଦୋଷୀ ବୋଲି ପ୍ରମାଣିତ ହେବାପରେ ଜେଲକୁ ଚାଲିଯିବେ ସାରା ଜୀବନ ପାଇଁ।

ଡ. ବାସୁଦେବ ମିଶ୍ର
ଯାଜପୁର ରୋଡ୍‌, ଯାଜପୁର
ମୋ: ୮୯୧୭୨୭୨୭୭୩


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?