ଅସାମାଜିକଙ୍କୁ ଉଠାଇନେବାକୁ ଚିଠା

ଅନୁଗୋଳ ଅଫିସ, ୨୯ା୮: ପାର୍ବଣରେ ଗହଳି ହେବ। ସହରରେ ସହସ୍ରାଧିକ ଲୋକଙ୍କ ଭିଡ଼ ଜମିବ। ଆଉ ଏହାକୁ ସୁଯୋଗ ଭାବେ ନେଇ ଅସାମାଜିକମାନେ ସକ୍ରିୟ ହୋଇପଡ଼ିବେ। ଫଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଯିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ସତର୍କ ହୋଇଉଠିଛି। ଜିଲାର ୨୩ଟି ଥାନା ଅଞ୍ଚଳରେ ଯାନବାହାନ ଯାଞ୍ଚ ଆରମ୍ଭ ହୋଇଛି। ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଇଛି। ଏପରି କି ଶହେରୁ ଅଧିକ ଆସାମାଜିକଙ୍କୁ ଉଠାଇବାକୁ ପୋଲିସ ଚିଠା ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ଦିନଟିଏ ପରେ ଗଣେଶ ପୂଜା। ସହରରେ ପାର୍ବଣର ପରିବେଶ ସୃଷ୍ଟି ହୋଇସାରିଛି। ହେଲେ ଜିଲାରେ କିଛିଦିନ ହେଲା ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଡକାୟତି, ଲୁଟ୍‌ ଆଦି ଘଟଣା ଜିଲା ପୋଲିସର ନିଦ ହଜାଇ ଦେଇଛି। ସେହିପରି ନିଶା ସାମଗ୍ରୀ କାରବାର ବୃଦ୍ଧି ପାଉଛି। ବିଶେଷକରି ବ୍ରାଉନସୁଗାର କାରବାର ଏବେ ସହର ଠାରୁ ଆରମ୍ଭ କରି ଗଁା ଯାଏ ପହଞ୍ଚିଲାଣି। ଏହାଛଡ଼ା ଚୋରା ମଦ, ଗଞ୍ଜେଇ ବିକ୍ରିକୁ ରୋକାଯାଇ ପାରୁ ନାହିଁ। ତେଣୁ ପାର୍ବଣ ବେଳେ ଆଇନଶୃଙ୍ଖଳାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ଥାନା ଅଞ୍ଚଳରେ ନାକା ଲଗାଯାଇଛି। ଯାତାୟାତ କରୁଥିବା ଯାନବାହନ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଜିଲାର ପ୍ରବେଶ ପଥ ସହ ଅନୁଗୋଳ ସହରରେ ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଅନୁଗୋଳ ଜିଲାରେ ବିଭିନ୍ନ ସମୟରେ ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ପୁରୁଣା ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଛି। ପାର୍ବଣ ସମୟରେ ସେମାନେ ଯେପରି ସକ୍ରିୟ ହୋଇ ନ ପାରିବେ ସେଥିପାଇଁ ସେମାନଙ୍କ ବିରୋଧରେ ୱାରେଣ୍ଟ ବାହାର କରାଯାଇଛି। ନିକଟରେ କୋର୍ଟରୁ ବେଲ୍‌ ପାଇଥିବା ଆସାମାଜିକଙ୍କ ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି। ଜିଲାରେ ଥିବା ୨୩ଟି ଥାନାର ଥାନା ଅଧିକାରୀ ଏକ ସ୍ପେଶାଲ ଡ୍ରାଇଭ୍‌ କରି ପୁରୁଣା ଦାଗୀମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଶହେରୁ ଊର୍ଦ୍ଧ୍ୱ ପୁରୁଣା ଦାଗୀଙ୍କ ଚିଠା ପ୍ରସ୍ତୁତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିସହ ପାର୍ବଣ ସମୟରେ ଏକ ସ୍ପେଶାଲ ଟିମ୍‌ କରାଯାଇ ପୂଜାରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି କଡ଼ା ନଜର ରଖାଯିବ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri