ଅସାମାଜିକଙ୍କୁ ଉଠାଇନେବାକୁ ଚିଠା

ଅନୁଗୋଳ ଅଫିସ, ୨୯ା୮: ପାର୍ବଣରେ ଗହଳି ହେବ। ସହରରେ ସହସ୍ରାଧିକ ଲୋକଙ୍କ ଭିଡ଼ ଜମିବ। ଆଉ ଏହାକୁ ସୁଯୋଗ ଭାବେ ନେଇ ଅସାମାଜିକମାନେ ସକ୍ରିୟ ହୋଇପଡ଼ିବେ। ଫଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିଯିବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ସତର୍କ ହୋଇଉଠିଛି। ଜିଲାର ୨୩ଟି ଥାନା ଅଞ୍ଚଳରେ ଯାନବାହାନ ଯାଞ୍ଚ ଆରମ୍ଭ ହୋଇଛି। ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖାଯାଇଛି। ଏପରି କି ଶହେରୁ ଅଧିକ ଆସାମାଜିକଙ୍କୁ ଉଠାଇବାକୁ ପୋଲିସ ଚିଠା ପ୍ରସ୍ତୁତ କରିଥିବା ସୂଚନା ମିଳିଛି।
ଦିନଟିଏ ପରେ ଗଣେଶ ପୂଜା। ସହରରେ ପାର୍ବଣର ପରିବେଶ ସୃଷ୍ଟି ହୋଇସାରିଛି। ହେଲେ ଜିଲାରେ କିଛିଦିନ ହେଲା ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଡକାୟତି, ଲୁଟ୍‌ ଆଦି ଘଟଣା ଜିଲା ପୋଲିସର ନିଦ ହଜାଇ ଦେଇଛି। ସେହିପରି ନିଶା ସାମଗ୍ରୀ କାରବାର ବୃଦ୍ଧି ପାଉଛି। ବିଶେଷକରି ବ୍ରାଉନସୁଗାର କାରବାର ଏବେ ସହର ଠାରୁ ଆରମ୍ଭ କରି ଗଁା ଯାଏ ପହଞ୍ଚିଲାଣି। ଏହାଛଡ଼ା ଚୋରା ମଦ, ଗଞ୍ଜେଇ ବିକ୍ରିକୁ ରୋକାଯାଇ ପାରୁ ନାହିଁ। ତେଣୁ ପାର୍ବଣ ବେଳେ ଆଇନଶୃଙ୍ଖଳାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ଥାନା ଅଞ୍ଚଳରେ ନାକା ଲଗାଯାଇଛି। ଯାତାୟାତ କରୁଥିବା ଯାନବାହନ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଜିଲାର ପ୍ରବେଶ ପଥ ସହ ଅନୁଗୋଳ ସହରରେ ତନଖି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଅନୁଗୋଳ ଜିଲାରେ ବିଭିନ୍ନ ସମୟରେ ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଥିବା ପୁରୁଣା ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଛି। ପାର୍ବଣ ସମୟରେ ସେମାନେ ଯେପରି ସକ୍ରିୟ ହୋଇ ନ ପାରିବେ ସେଥିପାଇଁ ସେମାନଙ୍କ ବିରୋଧରେ ୱାରେଣ୍ଟ ବାହାର କରାଯାଇଛି। ନିକଟରେ କୋର୍ଟରୁ ବେଲ୍‌ ପାଇଥିବା ଆସାମାଜିକଙ୍କ ଉପରେ ମଧ୍ୟ ଦୃଷ୍ଟି ରଖାଯାଇଛି। ଜିଲାରେ ଥିବା ୨୩ଟି ଥାନାର ଥାନା ଅଧିକାରୀ ଏକ ସ୍ପେଶାଲ ଡ୍ରାଇଭ୍‌ କରି ପୁରୁଣା ଦାଗୀମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଶହେରୁ ଊର୍ଦ୍ଧ୍ୱ ପୁରୁଣା ଦାଗୀଙ୍କ ଚିଠା ପ୍ରସ୍ତୁତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିସହ ପାର୍ବଣ ସମୟରେ ଏକ ସ୍ପେଶାଲ ଟିମ୍‌ କରାଯାଇ ପୂଜାରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି କଡ଼ା ନଜର ରଖାଯିବ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri