ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା! ଗଲାଣି ଶହ ଶହ ଲୋକଙ୍କ ଜୀବନ

ଇସଲାମାବାଦ/ବେଜିଂ,୪।୮: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଚାଇନା ମଧ୍ୟ ବନ୍ୟା ଯୋଗୁ ବିଚଳିତ ହୋଇ ପଡିଲାଣି। ପାକିସ୍ତାନରେ ବନ୍ୟା ଏପରି ତାଣ୍ଡବ ସୃଷ୍ଟି କରିଛି ଯେ ମାତ୍ର ଦୁଇ ମାସ ମଧ୍ୟରେ ୨୯୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୯୯ ଜଣଙ୍କ ମଧ୍ୟରୁ ୧୪୦ ଜଣ କେବଳ ଶିଶୁ। ଏହା ବ୍ୟତୀତ ୭୦୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।
ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅର୍ଥାତ NDMA ମୃତକଙ୍କ ବିଷୟରେ ସୂଚନା ଦେଇଛି। NDMA କହିଛି ଯେ ଜୁନ ୨୬ ତାରିଖରେ ବନ୍ୟା ଆରମ୍ଭ ହୋଇଥିଲା, ଯାହା ପରେ ସାରା ଦେଶରେ ବିନାଶ ଘଟିଛି। ଜୁନ ୨୬ ତାରିଖରୁ ଏବେ ପର୍ଯ୍ୟନ୍ତ ୨୯୯ ଜଣଙ୍କର ମୃତ୍ୟୁ ହୋଇଛି।
ପାକିସ୍ତାନୀ ଖବରକାଗଜର ସୂଚନା ଅନୁଯାୟୀ, ପାକିସ୍ତାନର ଅନେକ ଅଞ୍ଚଳ ବର୍ତ୍ତମାନ ବନ୍ୟାର ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛି। ସରକାରୀ ସଂଖ୍ୟା ଅନୁଯାୟୀ, ପ୍ରବଳ ବର୍ଷା ୧,୬୭୬ ଘର କ୍ଷତିଗ୍ରସ୍ତ କରିଛି। ୫୬୨ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୧,୧୧୪ ଘର ଆଂଶିକ ଭାବରେ ନଷ୍ଟ ହୋଇଯାଇଛି। ବନ୍ୟା ଯୋଗୁ ୪୦୦ ରୁ ଅଧିକ ପ୍ରାଣୀ ମୃତ୍ୟୁବରଣ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, NDMA ନିଶ୍ଚିତ କରିଛି ଯେ ସେମାନେ ୨୨୩ଟି ଉଦ୍ଧାର କାର୍ଯ୍ୟ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨,୮୮୦ଜଣଙ୍କୁ ସଫଳତାର ସହ ସ୍ଥାନାନ୍ତର କରାଯାଇଛି। କୁହାଯାଉଛି ଯେ ରିଲିଫ କାର୍ଯ୍ୟରେ ୧୩,୪୦୦ରୁ ଅଧିକ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ୨୦୦୦ ତମ୍ବୁ, ୯୫୮ କମ୍ବଳ, ୫୬୯ କୁଇଲ୍ଟ, ୬୧୩ ଗଦି ଏବଂ ୧୧୦୦ରୁ ଅଧିକ ଖାଦ୍ୟ ପ୍ୟାକେଟ ଅନ୍ତର୍ଭୁକ୍ତ।
କୁହାଯାଉଛି ଯେ ପାକିସ୍ତାନର ଅନେକ ସ୍ଥାନରେ ବନ୍ୟାର ତାଣ୍ଡବ ଏବେ ବି ଦେଖାଯାଉଛି। ଏଠାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ସେହି ସମୟରେ, ପାକିସ୍ତାନର ପାଣିପାଗ ବିଭାଗ କହିଛି ଯେ ଅଗଷ୍ଟ ୪ ରୁ ୬ ମଧ୍ୟରେ ଦେଶର ଉତ୍ତର ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି।
ସୋମବାର ଚାଇନା ଅଧିକାଂଶ ପାହାଡ଼ିଆ ଜିଲାରେ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଚାଇନା ସରକାର ଅନାବଶ୍ୟକ ଭାବରେ ବାହାରକୁ ନ ଯିବାକୁ କହିଛନ୍ତି। ଚାଇନା ପାଣିପାଗ ବିଭାଗ ପ୍ରବଳ ବନ୍ୟା ଆଶଙ୍କା କରୁଛି। ଗତ ମାସରେ ବେଜିଂରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ହୋଇଥିଲା, ପ୍ରାୟ ୪୪ ଜଣଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?