ଏନ୍‌ସିଇଆର୍‌ଟି ବହିରୁ ପାଇକ ବିଦ୍ରୋହ ବାଦ୍‌

ଭୁବନେଶ୍ୱର,୨୧ା୭(ସୁଚିସ୍ମିତା ସାହୁ): ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ଓଡ଼ିଶାର ପାଇକ ବିଦ୍ରୋହକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍‌ସିଇଆରଟିର ନୂଆ ଇତିହାସ ବହିରେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍‌ ଦିଆଯାଇଛି। ଏହା ଜଣାପଡିବା ପରେ ବିଭିନ୍ନ ମହଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଓଡିଆ ଜାତିପ୍ରତି ଚରମ ଅପମାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ କୁହାଯାଇଛି। ପୁନର୍ବାର ଏନ୍‌ସିଇଆର୍‌ଟି ୮ମ ଶ୍ରେଣୀ ଇତିହାସ ବହିରେ ସ୍ଥାନ ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରବିବାର ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ବଙ୍ଗଳାର ସନ୍ନ୍ୟାସୀ ବିଦ୍ରୋହ, ବିହାରର କୋଲ୍‌ ବିଦ୍ରୋହ ଓ ସାନ୍ତାଳଙ୍କ ବିଦ୍ରୋହ ସେହି ଇତିହାସ ବହିରେ ସ୍ଥାନ ପାଇଥିବା ବେଳେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍‌ ଦେବା ବୀର ପାଇକଙ୍କ ଗୌରବମୟ ତ୍ୟାଗ ଓ ବଳିଦାନ ପ୍ରତି ଏକ ଚରମ ଉପହାସ। ଓଡ଼ିଆ ଜାତିର ସ୍ବାଭିମାନ ଦୃଷ୍ଟିରୁୁ ପୁନଶ୍ଚ ଇତିହାସ ବହିରେ ସ୍ଥାନ ଦେବାକୁ ବେହେରାଙ୍କ ସମେତ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଅରୁଣ ଜେନା, ନାରାୟଣ ଡାଳୁଆ, ସୁବାସ କୁମାର ତାରଣିଆଁ, ଗଣେଶ ପଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏହି ଘଟଣାକୁ ପୁନର୍ବାର ପାର୍ଲାମେଣ୍ଟରେ ଦାବି ଉପସ୍ଥାପନ କରିବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି। ଅନ୍ୟପକ୍ଷରେ ଓଡ଼ିଆ ଅସ୍ମିତାର କଥା କହୁଥିବା ରାଜ୍ୟ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପ୍ରତି ଦୃଷ୍ଟି ଦେବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଅମରପାଲି, ୯।୧୧ (ପୀତାମ୍ବର ସାହୁ): ଜବରଦଖଲ ଉଚ୍ଛେଦ କରି ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଯୋଗାଇଦେବା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ। ଏଭଳି ଘଟଣା…

ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ

ରାୟଗଡ଼ା, ୯।୧୧ (ଜଗନ୍ନାଥ ଗୌଡ଼): ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ(76)। ୨୦୧୦ ମସିହା ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?