କଟକଣା ଲଙ୍ଘି ଦେଲେଣି କୋଟିଏ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୨୧ା୪ – କରୋନାର ଦ୍ୱିତୀୟ ଲହରକୁ ନେଇ ସବୁଠି ଏବେ ଆତଙ୍କ। ରାଜ୍ୟରେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହେଲାଣି। ଅନୁଗୋଳରୁ ପ୍ରତିଦିନ ଶହେ ପାଖାପାଖି ପଜିଟିଭ୍‌ ଚିହ୍ନଟ ହେଲେଣି। ତଥାପି ଚେତୁନାହାନ୍ତି ଜିଲାର ବହୁ ଅମାନିଆ। ଗତବର୍ଷ ଲକ୍‌ଡାଉନ୍‌ ଘୋଷଣା ଠାରୁ ଚଳିତବର୍ଷ ଏପ୍ରିଲ ୧୯ ତାରିଖ ଯାଏ ଜିଲାର ଅମାନିଆଙ୍କ ନିକଟରୁ ପୋଲିସ ଓ ପ୍ରଶାସନ ପାଖାପାଖି କୋଟିଏ ଟଙ୍କା ଜରିମାନା ଆଦାୟ କରିସାରିଛି। ଏହି ସମୟ ମଧ୍ୟରେ କେବଳ ମାସ୍କ ନ ପିନ୍ଧି ୧୬ ହଜାର ଲୋକ ଧରାପଡ଼ିଥିବା ସୂଚନା ମିଳିଛି। ଏମାନଙ୍କଠାରୁ ଅନୁଗୋଳ ପୋଲିସ ୬୬ଲକ୍ଷ ୧୧ ହଜାର ୨ ଶହ ଟଙ୍କା ଆଦାୟ କରିଛି। ସେହିପରି ପ୍ରଶାସନ ପକ୍ଷରୁ ମାସ୍କ ଯାଞ୍ଚ ବେଳେ ୨୩ ଲକ୍ଷ ୩ ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସାମାଜିକ ଦୂରତ୍ୱ ମାନି ନ ଥିବା ଲୋକଙ୍କଠାରୁ ୯୨ ହଜାର ୫୦୦ ଟଙ୍କା ଓ ବ୍ୟବସାୟୀଙ୍କ ନିକଟରୁ ୩ ଲକ୍ଷ ୬୪ ହଜାର ୯ଶହ ଟଙ୍କା ଜରିମାନା ବାବଦରେ ରସିଦ କଟାଯାଇଛି।
ପ୍ରକାଶ ଯେ, ୨୦୨୦ ମାର୍ଚ୍ଚରେ ଲକ୍‌ଡାଉନ୍‌ ଲଗାଯାଇଥିଲେ ହେଁ ସେହିବର୍ଷ ମେ ୧୦ ତାରିଖରେ ଅନୁଗୋଳ ଜିଲାରେ ପ୍ରଥମ କରି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରଠାରୁ ଜିଲାରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଥିଲା। ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଅମାନିଆଙ୍କ ନିକଟରୁ ଜରିମାନା ଆଦାୟକୁ ଜୋରଦାର କରାଯାଇଥିଲା। ଏହାପରେ ସଂକ୍ରମଣ ହ୍ରାସ ପାଇବାରୁ ପ୍ରଶାସନ ସାମାନ୍ୟ କୋହଳ ଦେଇଥିଲା। କିନ୍ତୁ ଏବେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୋଲିସ ପୁଣି ତତ୍ପର ହୋଇଉଠିଛି। କୋଭିଡ୍‌ କଟକଣା ଉଲ୍ଲଂଘନ କରୁଥିବା ଅମାନିଆଙ୍କ ନିକଟରୁ ସର୍ବାଧିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି। କେବଳ ଜରିମାନା ନୁହେଁ, ମୋଟର ସାଇକେଲ, କାର ଆଦି ଜବତ ହେଉଛି। ମାମଲା ରୁଜୁ କରାଯାଉଛି। ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍‌ କରାଯାଇଛି। ପ୍ରଶାସନର ରିପୋର୍ଟ ଅନୁଯାୟୀ, ଇତିମଧ୍ୟରେ ଅନୁଗୋଳ ଜିଲାରୁ ମୋଟ୍‌ ୯୩ ଲକ୍ଷ ୭୧ ହଜାର ୮ଶହ ଟଙ୍କାର ଜରିମାନା ଆଦାୟ ସରିଲାଣି। ମାସ୍କ ପିନ୍ଧି ନ ଥିବା ୧୬ ହଜାର ୩ ଜଣ ଲୋକଙ୍କ ନିକଟରୁ ପୋଲିସ ୬୬ଲକ୍ଷ ୧୧ ହଜାର ୨ଶହ ଟଙ୍କା ଆଦାୟ କରିଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଉପଖଣ୍ଡସ୍ତରୀୟ ଟିମ୍‌, ତହସିଲଦାରଙ୍କ ଟିମ୍‌, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଟିମ୍‌ ଓ ପୌରପାଳିକା ପକ୍ଷରୁ ଗଢ଼ା ହୋଇଥିବା ଟିମ୍‌ ୨୩ ଲକ୍ଷ ୩ହଜାର ୨ଶହ ଟଙ୍କା ଆଦାୟ କରିଛି। ସେହିପରି କ୍ୱାରାଣ୍ଟାଇନ ନିୟମ ମାନି ନ ଥିବା ଅଭିଯୋଗରେ ୮୯ ଜଣଙ୍କ ବିରୋଧରେ ୨୪ଟି ମାମଲା ରୁଜୁ ହୋଇଛି। ୯୧ଟି ଦୋକାନକୁ ପୋଲିସ ସିଲ୍‌ କରିଥିବା ବେଳେ ପ୍ରଶାସନିକ ଟିମ୍‌ ୫୮୩ଟି ବ୍ୟବସାୟିକ ଅନୁଷ୍ଠାନ ସିଲ୍‌ କରିଛି। ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିଥିବା ୪ ଜଣଙ୍କୁ ଗିରଫ କରାଯାଇଛି। ଏତେସବୁ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅନୁଗୋଳ ଜିଲାରେ କରୋନା କଟକଣାକୁ ଅମାନିଆମାନେ ଉଲ୍ଲଂଘନ କରି ଚାଲିବା ସଂକ୍ରମଣ ବୃଦ୍ଧିର କାରଣ ହୋଇପାରେ ବୋଲି ସାଧାରଣରେ ଆଶଙ୍କା କରାଯାଉଛି।
ଶହେ ଡେଇଁଲା ପଜିଟିଭ୍‌ ସଂଖ୍ୟା
ଅନୁଗୋଳ ଅଫିସ, ୨୦।୪- ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଙ୍ଗଳବାର ଶହେ ଡେଇଁଯାଇଛି। ଦିନକରେ ୧୦୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୧୩ ହଜାର ୩୦୦ରେ ପହଞ୍ଚତ୍ଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ତାଳଚେର ବ୍ଲକରୁ ସର୍ବାଧିକ ୨୦ ଜଣ, ବଅଁରପାଳ ବ୍ଲକରୁ ୧୮, ଅନୁଗୋଳ ପୌରାଞ୍ଚଳରୁ ୧୭, କଣିହଁା ବ୍ଲକରୁ ୧୪, ଛେଣ୍ଡିପଦାରୁ ୧୨, ତାଳଚେର ପୌରାଞ୍ଚଳରୁ ୧୦, ଅନୁଗୋଳ ବ୍ଲକରୁ ୯, କିଶୋରନଗର ବ୍ଲକରୁ ୪ ଓ ପାଲଲହଡ଼ା ବ୍ଲକରୁ ୨ ଜଣ ରହିଛନ୍ତି। ଅନ୍ୟପକ୍ଷରେ ଦିନକରେ ଜିଲାରୁ ୩୪ ଜଣ କରୋନାରୁ ସୁସ୍ଥ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ସମସ୍ତେ ସଚେତନ ହେବା ଆବଶ୍ୟକ
କଟକଣା ସମ୍ପର୍କରେ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। ତଥାପି ଅନେକେ ଅମାନିଆ ହେଉଥିବାରୁ ଜରିମାନା ଆଦାୟ କରାଯାଉଛି। ଯେଉଁମାନେ ନିୟମ ନ ମାନିବେ ସେମାନଙ୍କ ନିକଟରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରାଯିବ। ସାମାଜିକ ଦୂରତ୍ୱ ନ ମାନିଲେ ଦୋକାନ ସିଲ୍‌ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାକୁ ଆସୁଛୁ
ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ପୋଲିସ ଜରିମାନା ଆଦାୟ କରୁଛି। ମାସ୍କ ବ୍ୟବହାର କଲେ ଲୋକମାନେ କରୋନରୁ ଅନେକାଂଶରେ ବର୍ତ୍ତି ପାରିବେ। ଏ ନେଇ ନିଜେ ସଚେତନ ରହିବା ସହ ଅନ୍ୟକୁ ସଚେତନ କରିବା ପାଇଁ କୁହାଯାଉଛି। କରୋନାରେ ଆକ୍ରାନ୍ତ ହେଲେ ଏହା ଜରିମାନା କଷ୍ଟକୁ ବଳିଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
କଡ଼ା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ବାରମ୍ବାର ସଚେତନ କରାଯାଉଛି। କିନ୍ତୁ ବହୁ ଲୋକ କଟକଣା ଉଲ୍ଲଂଘନ କରିଚାଲିଛନ୍ତି। ଏପରି ଲୋକଙ୍କୁ କେବଳ ଜରିମାନା ନୁହେଁ ଗିରଫ କରାଯିବା ଆବଶ୍ୟକ। ସେମାନଙ୍କୁ ସାବାଡ଼ କରା ନ କଲେ ସଂକ୍ରମଣ ବୃଦ୍ଧି ପାଇବା ସହ ଜିଲା ପ୍ରତି ବିପଦ ମାଡ଼ି ଆସିବ। ପ୍ରଶାସନ ଅଧିକ କଠୋର ହେଉ।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳବାସୀ
ଟିକା ଆସିବା ପରେ ହେୟଜ୍ଞାନ ମଣିଲେ
ପ୍ରଥମ ଅପେକ୍ଷା କରୋନାର ଦ୍ୱିତୀୟ ଲହର ଅଧିକ ମାରାତ୍ମକ ବୋଲି ସ୍ପଷ୍ଟ ହେଲାଣି। କିନ୍ତୁ ଟିକା ଆସିଯିବା ପରେ ବହୁ ଲୋକେ ଏହି ମହାମାରୀକୁ ହେୟଜ୍ଞାନ କରିଦେଇଛନ୍ତି। ତେଣୁ ସ୍ଥିତି ବିଗିଡ଼ି ଚାଲିଛି। ସମସ୍ତେ ସତର୍କ ଓ ସଚେତନ ହେବା ସହ ଅନ୍ୟକୁ ସଚେତନ କଲେ ସୁରକ୍ଷିତ ରହିପାରିବା।
-ପ୍ରଫେସର ଶାନ୍ତନୁ କୁମାର ସର, ପୂର୍ବତନ ଅଧ୍ୟକ୍ଷ, ଅନୁଗୋଳ କଲେଜ


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?