ଓଏମ୍‌ସି ଗ୍ରାହକ ପରିଚାଳନା ସେବା ଶୁଭାରମ୍ଭ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଗ୍ରାହକ ସମନ୍ବିତ ପରିଚାଳନା ସେବା(ସିଆଇଏମ୍‌ଏସ୍‌) ଏବଂ ଷ୍ଟକ୍‌ୟାର୍ଡ ପରିଚାଳନା ବ୍ୟବସ୍ଥା(ଏସ୍‌ଏମ୍‌ଏସ୍‌)ର ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ଓଏମ୍‌ସି ଦେଶର ଦ୍ରୁତ ଅଭିବୃଦ୍ଧି ସାଧାରଣ ଉଦ୍ୟୋଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଏମ୍‌ସି ଗରାଖ କୈନ୍ଦ୍ରିକ ଲକ୍ଷ୍ୟ ଏବଂ ସମନ୍ବିତ ଷ୍ଟକ୍‌ୟାର୍ଡ ପରିଚାଳନା ଉପରେ ଗୁରୁତ୍ୱ ଦେଉଛି।
ଏହି ଦୁଇଟି ଆପ୍ଲିକେଶନ ଜରିଆରେ ବିକ୍ରି ପ୍ରକ୍ରିୟା ସ୍ବଚ୍ଛତା ଓ ଦକ୍ଷତାର ସହ ଖଣିଜ ପ୍ରେରଣ ପରିଚାଳନା ୫-ଟି ପ୍ରକ୍ରିୟା ଅଧୀନରେ ହୋଇପାରିବ। ଏହି ପ୍ରକଳ୍ପ ଦ୍ୱୟର କାର୍ଯ୍ୟକାରିତା ଓଏମ୍‌ସି ଅନ୍‌ଲାଇନ ବିକ୍ରୟ ତଥା ଖଣିଜ ପ୍ରେରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି।
ଓଏମ୍‌ସିକୁ ରାଜ୍ୟର ଏକ ସର୍ବୋତ୍କୃଷ୍ଟ କମ୍ପାନୀ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୬ ଦଶନ୍ଧି ଧରି ଏହି ଉଦ୍ୟୋଗ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସିଛି। କରୋନା ମହାମାରୀ ସମୟରେ ଓଏମ୍‌ସିର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ବିଭିନ୍ନ ପ୍ରକାର ଜନକଲ୍ୟାଣ କ୍ଷେତ୍ର ପାଇଁ ଗରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆହାର, ଆଦର୍ଶ ବିଦ୍ୟାଳୟ, କ୍ରୀଡା କ୍ଷେତ୍ରକୁ ସହାୟତା ଦେଇ ଓଏମ୍‌ସିର ସାମାଜିକ ଉତ୍ତରଦାୟିତ୍ୱ ପାଳନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଜଙ୍ଗଲ ସଂରକ୍ଷଣ ଏବଂ ଖଣି କ୍ଷେତ୍ର ପ୍ରତି ଥିବା ଉଦ୍ୟମ ଯୋଗୁ ଆଇବିଏମ୍‌ କ୍ଷେତ୍ରରେ ଓଏମ୍‌ସି ୫ ଷ୍ଟାର ର଼୍ୟାଙ୍କରେ ରହିଛି। ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱାରାନ୍ବିତ କରିବା ସହିତ ସାମାଜିକ ପ୍ରତିବଦ୍ଧତା, ପରିବେଶ ସମ୍ବେଦନଶୀଳ, ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ନାମ କମାଇ ଦେଶର ଏକ ସୁନାମଧନ୍ୟ ଉଦ୍ୟୋଗ ମାନ୍ୟତା ଲାଭ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଓଏମ୍‌ସି ପ୍ରତିଶ୍ରୁତିବଦ୍ଧ। ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର ଓଏମ୍‌ସିର ଲକ୍ଷ୍ୟ ଓ ବର୍ତ୍ତମାନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ସ୍ବାଗତ ଭାଷଣ ଦେବା ସହ ଓଏମ୍‌ସି ଦ୍ୱାରା ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିବା ଦୁଇଟି ନୂଆ ଆପ୍ଲିକେଶନ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଓଏମ୍‌ସିର ଡାଇରେକ୍ଟର ଫାଇନାନ୍ସ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ (୫-ଟି) ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସିଆଇଏମ୍‌ଏସ୍‌ ଜରିଆରେ ଗ୍ରାହକମାନେ ସ୍ବତନ୍ତ୍ର ଡ୍ୟାସ୍‌ବୋର୍ଡ ଜରିଆରେ ପଞ୍ଜୀକରଣ, ମୂଲ୍ୟାୟନ ଆଦେଶ ଏବଂ ଷ୍ଟକ୍‌ ବିଷୟରେ ସାପ୍ତାହିକ ସୂଚନା ପାଇ ପାରିବେ। ଏଥିସହିତ ଡେସ୍‌ପାଚ ରିପୋର୍ଟ, ଅର୍ଡର ଷ୍ଟାଟସ, ଅଞ୍ଚଳ ଅନୁଯାୟୀ ସମୁଦାୟ ବିକ୍ରି, ଅଭିଯୋଗ ସ୍ଥିତି ଏବଂ ଖଣିଜ ପଦାର୍ଥ ଅନୁଯାୟୀ ଡେସ୍‌ପାଚ ଇତିହାସ ପାଇ ପାରିବେ। ଏସ୍‌ଏମ୍‌ଏସ୍‌ ଓଏମ୍‌ସିର ଦୈତାରି ଲୁହପଥର ଖଣିରେ ଥିବା ବାଲିପାହାଡ଼ ଷ୍ଟକ୍‌ୟାର୍ଡ ପରିଚାଳନା ପଦ୍ଧିତରେ ପ୍ରୟୋଗ ହେବ। ଓଜନ ବ୍ରିଜ୍‌, ପରିବହନ ସୂଚୀ, ଡିଜିଟାଲ ଚିହ୍ନଟୀକରଣ, ପାର୍କିଂ ପରିଚାଳନା, ଓଜନର ସ୍ବୟଂକ୍ରିୟତା, ପ୍ରକୃତ ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଇତ୍ୟାଦିର ସୁବିଧା ଏହି ପ୍ରଣାଳୀର ମୁଖ୍ୟ ଉପାଦାନରେ ରହିବ। ଗତ କିଛିବର୍ଷ ଧରି ଓଏମ୍‌ସି ଖଣିଜ ପଥର ଉତ୍ତୋଳନ ଓ ବିକ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛି। ଆଗାମୀ ଦିନରେ ବର୍ଷକୁ ୨୦ ନିୟୁତରୁ ଊର୍ଦ୍ଧ୍ୱ ଲୁହାପଥର ଉତ୍ତୋଳନ ପାଇଁ ଏହା ଲକ୍ଷ୍ୟ ରଖିଛି। ଖଣ୍ଡେଲାଇଟ ଖଣି ପାଇଁ ଅନୁମତି ମିଳିଛି। ଓଏମ୍‌ସି ଖୁବ୍‌ଶୀଘ୍ର ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri