ଓଏମ୍‌ସି ଗ୍ରାହକ ପରିଚାଳନା ସେବା ଶୁଭାରମ୍ଭ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଗ୍ରାହକ ସମନ୍ବିତ ପରିଚାଳନା ସେବା(ସିଆଇଏମ୍‌ଏସ୍‌) ଏବଂ ଷ୍ଟକ୍‌ୟାର୍ଡ ପରିଚାଳନା ବ୍ୟବସ୍ଥା(ଏସ୍‌ଏମ୍‌ଏସ୍‌)ର ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ଓଏମ୍‌ସି ଦେଶର ଦ୍ରୁତ ଅଭିବୃଦ୍ଧି ସାଧାରଣ ଉଦ୍ୟୋଗ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଏମ୍‌ସି ଗରାଖ କୈନ୍ଦ୍ରିକ ଲକ୍ଷ୍ୟ ଏବଂ ସମନ୍ବିତ ଷ୍ଟକ୍‌ୟାର୍ଡ ପରିଚାଳନା ଉପରେ ଗୁରୁତ୍ୱ ଦେଉଛି।
ଏହି ଦୁଇଟି ଆପ୍ଲିକେଶନ ଜରିଆରେ ବିକ୍ରି ପ୍ରକ୍ରିୟା ସ୍ବଚ୍ଛତା ଓ ଦକ୍ଷତାର ସହ ଖଣିଜ ପ୍ରେରଣ ପରିଚାଳନା ୫-ଟି ପ୍ରକ୍ରିୟା ଅଧୀନରେ ହୋଇପାରିବ। ଏହି ପ୍ରକଳ୍ପ ଦ୍ୱୟର କାର୍ଯ୍ୟକାରିତା ଓଏମ୍‌ସି ଅନ୍‌ଲାଇନ ବିକ୍ରୟ ତଥା ଖଣିଜ ପ୍ରେରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି।
ଓଏମ୍‌ସିକୁ ରାଜ୍ୟର ଏକ ସର୍ବୋତ୍କୃଷ୍ଟ କମ୍ପାନୀ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୬ ଦଶନ୍ଧି ଧରି ଏହି ଉଦ୍ୟୋଗ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସିଛି। କରୋନା ମହାମାରୀ ସମୟରେ ଓଏମ୍‌ସିର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ବିଭିନ୍ନ ପ୍ରକାର ଜନକଲ୍ୟାଣ କ୍ଷେତ୍ର ପାଇଁ ଗରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆହାର, ଆଦର୍ଶ ବିଦ୍ୟାଳୟ, କ୍ରୀଡା କ୍ଷେତ୍ରକୁ ସହାୟତା ଦେଇ ଓଏମ୍‌ସିର ସାମାଜିକ ଉତ୍ତରଦାୟିତ୍ୱ ପାଳନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଜଙ୍ଗଲ ସଂରକ୍ଷଣ ଏବଂ ଖଣି କ୍ଷେତ୍ର ପ୍ରତି ଥିବା ଉଦ୍ୟମ ଯୋଗୁ ଆଇବିଏମ୍‌ କ୍ଷେତ୍ରରେ ଓଏମ୍‌ସି ୫ ଷ୍ଟାର ର଼୍ୟାଙ୍କରେ ରହିଛି। ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱାରାନ୍ବିତ କରିବା ସହିତ ସାମାଜିକ ପ୍ରତିବଦ୍ଧତା, ପରିବେଶ ସମ୍ବେଦନଶୀଳ, ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ନାମ କମାଇ ଦେଶର ଏକ ସୁନାମଧନ୍ୟ ଉଦ୍ୟୋଗ ମାନ୍ୟତା ଲାଭ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଓଏମ୍‌ସି ପ୍ରତିଶ୍ରୁତିବଦ୍ଧ। ବିଭାଗୀୟ ସଚିବ ସୁରେନ୍ଦ୍ର କୁମାର ଓଏମ୍‌ସିର ଲକ୍ଷ୍ୟ ଓ ବର୍ତ୍ତମାନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଓଏମ୍‌ସି ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ସ୍ବାଗତ ଭାଷଣ ଦେବା ସହ ଓଏମ୍‌ସି ଦ୍ୱାରା ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିବା ଦୁଇଟି ନୂଆ ଆପ୍ଲିକେଶନ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଓଏମ୍‌ସିର ଡାଇରେକ୍ଟର ଫାଇନାନ୍ସ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ (୫-ଟି) ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସିଆଇଏମ୍‌ଏସ୍‌ ଜରିଆରେ ଗ୍ରାହକମାନେ ସ୍ବତନ୍ତ୍ର ଡ୍ୟାସ୍‌ବୋର୍ଡ ଜରିଆରେ ପଞ୍ଜୀକରଣ, ମୂଲ୍ୟାୟନ ଆଦେଶ ଏବଂ ଷ୍ଟକ୍‌ ବିଷୟରେ ସାପ୍ତାହିକ ସୂଚନା ପାଇ ପାରିବେ। ଏଥିସହିତ ଡେସ୍‌ପାଚ ରିପୋର୍ଟ, ଅର୍ଡର ଷ୍ଟାଟସ, ଅଞ୍ଚଳ ଅନୁଯାୟୀ ସମୁଦାୟ ବିକ୍ରି, ଅଭିଯୋଗ ସ୍ଥିତି ଏବଂ ଖଣିଜ ପଦାର୍ଥ ଅନୁଯାୟୀ ଡେସ୍‌ପାଚ ଇତିହାସ ପାଇ ପାରିବେ। ଏସ୍‌ଏମ୍‌ଏସ୍‌ ଓଏମ୍‌ସିର ଦୈତାରି ଲୁହପଥର ଖଣିରେ ଥିବା ବାଲିପାହାଡ଼ ଷ୍ଟକ୍‌ୟାର୍ଡ ପରିଚାଳନା ପଦ୍ଧିତରେ ପ୍ରୟୋଗ ହେବ। ଓଜନ ବ୍ରିଜ୍‌, ପରିବହନ ସୂଚୀ, ଡିଜିଟାଲ ଚିହ୍ନଟୀକରଣ, ପାର୍କିଂ ପରିଚାଳନା, ଓଜନର ସ୍ବୟଂକ୍ରିୟତା, ପ୍ରକୃତ ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଇତ୍ୟାଦିର ସୁବିଧା ଏହି ପ୍ରଣାଳୀର ମୁଖ୍ୟ ଉପାଦାନରେ ରହିବ। ଗତ କିଛିବର୍ଷ ଧରି ଓଏମ୍‌ସି ଖଣିଜ ପଥର ଉତ୍ତୋଳନ ଓ ବିକ୍ରୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଛି। ଆଗାମୀ ଦିନରେ ବର୍ଷକୁ ୨୦ ନିୟୁତରୁ ଊର୍ଦ୍ଧ୍ୱ ଲୁହାପଥର ଉତ୍ତୋଳନ ପାଇଁ ଏହା ଲକ୍ଷ୍ୟ ରଖିଛି। ଖଣ୍ଡେଲାଇଟ ଖଣି ପାଇଁ ଅନୁମତି ମିଳିଛି। ଓଏମ୍‌ସି ଖୁବ୍‌ଶୀଘ୍ର ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?