ଓବାମା କହିଲେ

ଭାରତୀୟ ରାଜନୀତିରେ ଆମେରିକା ଭଳି ମୁଖ୍ୟତଃ ଦୁଇ ଦଳିଆଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇ ନ ଥାଏ। ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଅନେକ ପାର୍ଟି ଓ ଅସଂଖ୍ୟ ନେତା ରହିଛନ୍ତି। ଏ ବିଷୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଜାଣିଛନ୍ତି। ଜଣେ ଅନ୍ତର୍ଜାତୀୟ ସ୍ତରର ନେତା ହୋଇଥିବାରୁ ତାଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଇଥାଏ। ଓବାମା ୨୦୦୯ରୁ ୨୦୧୭ ଯାଏ ଆମେରିକା ରାଷ୍ଟ୍ରପତି ଥିବା ସମୟର ସ୍ମୃତିକୁ ନେଇ ଆତ୍ମଜୀବନୀ ‘ଏ ପ୍ରୋମିଜ୍‌ଡ ଲାଣ୍ଡ୍‌’ରେ ଯୋଜନା କରିଥିବା ଦୁଇ ଖଣ୍ଡ ପୁସ୍ତକ ମଧ୍ୟରୁ ପ୍ରଥମ ଭାଗ ୧୭ ନଭେମ୍ବର ୨୦୨୦ରେ ପ୍ରକାଶ ପାଇଛି। ସେଥିରେ ସେ ଭାରତୀୟ ରାଜନୀତି ସମ୍ପର୍କରେ କେତେକ ଟିପ୍ପଣୀ ରଖିଛନ୍ତି। କଂଗ୍ରେସ ନେତା ରାହୁଲଙ୍କୁ ଜଣେ ନର୍ଭସ ବା ଅଧୀର ଛାତ୍ର ଭାବେ ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିଲେ ଓ ଶିକ୍ଷକଙ୍କୁ ନିଜ ସପକ୍ଷରେ ଭଲ ବୋଲି କହିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରବୃତ୍ତିଗତ କାରଣ ହେଉ ବା ଆବେଗିକ ଦୃଷ୍ଟିକୋଣରୁ ବିଷୟବସ୍ତୁ ଉପରେ ପାରଙ୍ଗମ ନ ଥିବାରୁ ଉତ୍ତମ ପ୍ରଦର୍ଶନ କରିପାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ନୈଶ ଭୋଜିରେ ଓବାମା ଓ ତାଙ୍କ ପତ୍ନୀ ମିଶେଲ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଭେଟିଥିଲେ। ସେତିକି ସମୟର କଥାବାର୍ତ୍ତାରେ ଓବାମା ପାଇଥିବା ଧାରଣା ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି। ତେବେ ଓବାମାଙ୍କ ମନ୍ତବ୍ୟ ପରେ ରାହୁଲଙ୍କୁ ବିରୋଧୀ ଆହୁରି ସମାଲୋଚନା କରିବାରେ ଲାଗିପଡ଼ିଲେ। ଗଣମାଧ୍ୟମରେ ମଧ୍ୟ ତାଙ୍କୁ ଉପହାସ କରାଗଲା। ଅପରପକ୍ଷରେ ବିରୋଧୀ ଜାଣି ନ ଥିଲେ ଯେ ଓବାମା ଆଉ ଗୋଟିଏ ବୋମା ସେମାନଙ୍କ ପାଇଁ ରଖିଥିଲେ। ଭାଜପା ବିଭାଜନ ରାଜନୀତି କରି ଦେଶର ଜାତୀୟତାକୁ ବିଭାଜିତ କରୁଛି ବୋଲି ସେ ଉକ୍ତ ପୁସ୍ତକରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ମାତ୍ର ଏହି ଦିଗରେ ଏଠାରେ ବେଶି ଆଲୋଚନା କରାଯାଉ ନାହିଁ।
ସାଧାରଣତଃ ଯେଉଁମାନେ ଆତ୍ମଜୀବନୀ ଲେଖିଥାଆନ୍ତି, ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଉଚ୍ଚସ୍ତରରେ ରଖିବାକୁ ଚେଷ୍ଟା କରିଥାଆନ୍ତି। ୧୭ ନଭେମ୍ବରରେ ବିକ୍ରି ଆରମ୍ଭ ହୋଇଥିବା ଏହି ପୁସ୍ତକର ଯେତିକି ଅଂଶ ପୂର୍ବରୁ ପ୍ରକାଶ ପାଇଛି, ସେଥିରୁ ସେହିଭଳି ଧାରଣା ଦୃଢ଼ୀଭୂତ ହୋଇଛି। ଓବାମାଙ୍କ ଆତ୍ମଜୀବନୀର ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବା ପରେ ଆହୁରି ଅନେକ ଚାଞ୍ଚଲ୍ୟକର ବିଷୟ ସେଥିରେ ଉଲ୍ଲେଖ ଥାଇପାରେ। କହିହେବ ଯେ, ସମ୍ପୂର୍ଣ୍ଣ ସତ୍ୟ କାହାରି ପାଖରେ ନାହିଁ। ସେଥିପାଇଁ ଓବାମାଙ୍କ ବହି ନିଶ୍ଚିତ ଭାବେ ପଢ଼ିବାଯୋଗ୍ୟ ହୋଇଥିଲେ ମଧ୍ୟ ଆହୁରି ଅନେକ ଦିଗ ଅନାଲୋଚିତ ରହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?