କାର୍ଯ୍ୟ ସମ୍ପାଦନ ଯାଞ୍ଚ ହେଉନାହିଁ କାହିଁକି

ସହଦେବ ସାହୁ

 

ପାଠ କହେ ଯେ ଲୋକଙ୍କ ଉପରେ ଟିକସ ବସାଇ ସେହି ପଇସାରେ ସରକାର ଦେଶରେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉନ୍ନତିମୂଳକ କାମ କରିଥାନ୍ତି, କିନ୍ତୁ ଟିକସ ବଢାଇଲେ ବା ନୂଆ ଟିକସ ବସାଇଲେ ଲୋକେ ସରକାରଙ୍କୁ ଅର୍ଥାତ୍‌ ଗଣତନ୍ତ୍ରରେ ଶାସକଦଳକୁ ନାପସନ୍ଦ କରିବେ, ଆଗାମୀ ନିର୍ବାଚନରେ ଶାସକଦଳକୁ ହଟାଇଦେବେ। ଏଭଳି ଆଶଙ୍କା ଥିବାରୁ ପୁଞ୍ଜିବାଦ ଓ ଗଣତନ୍ତ୍ରର କ୍ରୀଡ଼ାଭୂମି ୟୁଏସ୍‌ଏରେ ସେ ଦେଶର ରାଜନୈତିକ ଚିନ୍ତକମାନେ ଉଦାର ପୁଞ୍ଜିବାଦ(ଲିବେରାଲ କାପିଟାଲିଜମ୍‌) ଏବଂ ଉଦାର ଗଣତନ୍ତ୍ରର ବୟାନ କଲେ; ବ୍ୟକ୍ତିଗତ ଲାଭ ତୁଳନାରେ ସାମାଜିକ ଲାଭ ଅର୍ଥାତ୍‌ ଦେଶର ବିକାଶ ଉପରେ ଅଧିକରୁ ଅଧିକ ଜୋର୍‌ ଦିଆଯାଉ ବୋଲି ପରାମର୍ଶ ଦେଲେ। ସରକାରୀ ପ୍ରୋତ୍ସାହନ ଓ ଆମନ୍ତ୍ରଣ ‘ସ୍ଥାନଭେଦରେ ବ୍ୟବସାୟ’କୁ ‘ସ୍ଥାନ ନିର୍ବିଶେଷରେ ବ୍ୟବସାୟ’ରେ ପରିବର୍ତ୍ତିତ କରିପାରିବ। ଏହା ଭିତରେ ମାର୍କିନ୍‌ ରାଜନେତାମାନେ କ୍ରମବର୍ଦ୍ଧିଷ୍ଣୁ ନିର୍ବାଚନୀ ଖର୍ଚ୍ଚ ତୁଲାଇବା ଲାଗି ଚାନ୍ଦା ସଂଗ୍ରହର ଏକ ସହଜ ଉପାୟ ଦେଖିପାରିଲେ, ପ୍ରଭାବର ମୂଲ୍ୟ ବା ରେଣ୍ଟିଂ ଅର୍ଥଶାସ୍ତ୍ରର ଏକ ନୂଆ ଶବ୍ଦ ହୋଇଗଲା । ଯେଉଁ ନେତାଙ୍କ ପ୍ରଭାବରେ ବା ଅନୁକମ୍ପାରେ କମ୍ପାନୀ ବା ଶିଳ୍ପ ବସାଇବାରେ ସଫଳ ହୋଇଥିବା ବ୍ୟକ୍ତି ସମ୍ପୃକ୍ତ ନେତାଙ୍କ (ଶାସକ) ଦଳକୁ ବେଶ୍‌ କିଛି ଦାନ କଲା। ଏ ନୂଆ ମାର୍କିନ ବ୍ୟବସ୍ଥା ଚାରିଆଡ଼େ ବ୍ୟାପିଲା, କେବଳ ଗଣତାନ୍ତ୍ରିକ ଦେଶରେ ନୁହେଁ, କମୁନିଷ୍ଟ ଦେଶଗୁଡ଼ିକରେ ବି। ସାଧାରଣତଃ କ୍ଷତି ହେଉଥିବା ସ୍ଥାନରେ ବି ପୁଞ୍ଜିପତିମାନେ ବ୍ୟବସାୟ ଆରମ୍ଭ କରିପାରିବେ, ଫଳରେ ଆଞ୍ଚଳିକ ବୈଷମ୍ୟ ଦୂର ହୋଇପାରିବ।
ସରକାରମାନେ ଶସ୍ତାରେ ଭୂମି, ଜଳ, ବିଜୁଳି, ରାସ୍ତା ଆଦି ଯୋଗାଇବା ସହିତ କିଛି କିଛି ଟିକସ ଛାଡ଼ ଦେଇ ପୁଞ୍ଜିନିବେଶକାରୀଙ୍କୁ ଆମନ୍ତ୍ରଣ କରୁଛନ୍ତି। ୨୦୦୦ ଦଶକରୁ ଏଭଳି ଆମନ୍ତ୍ରଣ ଏକ ଉତ୍ସବର ରୂପ ନେଇଛି, ଯଥା ଭାଇଭ୍ରାଣ୍ଟ ଗୁଜରାଟ, ବେଙ୍ଗଲ ୍‌ବିଜ୍‌ନେସ୍‌ କନ୍‌କ୍ଲେଭ୍‌ ଓ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆଦି। କେତେ ପରିମାଣର ପୁଞ୍ଜିନିବେଶ ପ୍ରସ୍ତାବ ପାଉଛନ୍ତି ତାହାକୁ ବିଭିନ୍ନ ମିଡିଆରେ ପ୍ରଚାର କରି ବାହାବା ନିଅନ୍ତି । ଏହା ଭୋଟର-ପ୍ରିୟ ହେବାର ଏକ ଚେଷ୍ଟା- ଆଗାମୀ ନିର୍ବାଚନରେ ଶାସକ ଦଳ ପାଇଁ ସମର୍ଥନ ବଢିବ ବୋଲି ଆଶା ରହେ। ଜଳ, ବାୟୁ, ଭୂଇଁ, ବିଜୁଳିଶକ୍ତି, ରାସ୍ତାଘାଟ ଆଦି ଜାତୀୟ ସମ୍ପଦକୁ ‘ଶାଗ ମାଛ ଦର’ରେ ଟେକିଦେବାର ଆବହାୱା ୨ଜି-ସ୍କାମ୍‌ ଓ କୋଇଲା ଆବଣ୍ଟନ କେଳେଙ୍କାରି ପରେ ବହୁ ପରିମାଣରେ କମିଯାଇଛି ସିନା, କିନ୍ତୁ ପ୍ରାଦେଶିକ ସରକାରଗୁଡ଼ିକ ଏବେ ବି ଜମି, ଜଳ ଏବଂ ବିଜୁଳିକୁ ଶସ୍ତା ଓ ସୁବିଧାରେ ଯୋଗାଇ ଦେଉଛନ୍ତି, କାରଖାନା-ସ୍ଥଳକୁ ୪-୬ ଲେନ୍‌ଯୁକ୍ତ ସଡ଼କ କରିଦେଉଛନ୍ତି, ନିକଟବର୍ତ୍ତୀ ସ୍ଥାନରେ ବିମାନବନ୍ଦର ତିଆରି କରୁଛନ୍ତି ବା ନିକଟରେ ଥିବା ବନ୍ଦରର ମାନ ଉନ୍ନତ କରୁଛନ୍ତି। ନିବେଶକାରୀର ଖର୍ଚ୍ଚ କମାଇବା ପାଇଁ କଳକାରଖାନାର ବିଭିନ୍ନ ଅଂଶ ଉପରେ ଆମଦାନୀ ଶୁଳ୍କ କମାଉଛନ୍ତି, କିଛି ବର୍ଷ ପାଇଁ ଉପତ୍ାଦନ ଶୁଳ୍କ ଛାଡ଼ କରୁଛନ୍ତି, କିଛି ବର୍ଷ ପାଇଁ ଉପତ୍ାଦ ଉପରେ ଜିଏସ୍‌ଟି ଛାଡ଼ ବା ହ୍ରାସ କରୁଛନ୍ତି। ପୁଞ୍ଜିନିବେଶ ମେଳାରେ ଓଡ଼ିଶା ଦେଖାଏ କେତେ କ’ଣ ସୁବିଧା ଦେଉଛି। ବଦଳରେ ସରକାର ଚାହାନ୍ତି କେତେ ଲୋକଙ୍କୁ ଚାକିରି ମିଳିବ। ଏ କଥା ନିବେଶକାରୀ ସହ ହୋଇଥିବା ବୁଝାମଣାପତ୍ର ବା ମେମୋରାଣ୍ଡମ୍‌ ଅଫ୍‌ ଅଣ୍ଡରଷ୍ଟାଣ୍ଡିଂରେ ଲେଖାରହେ। ଯେତେବେଳେ ବିତାଡିତ ଓ ବାସଚ୍ୟୁତ ଲୋକମାନଙ୍କର ପ୍ରତିବାଦ-ଶୋଭାଯାତ୍ରା ବାହାରେ ଆମେ ଜାଣୁ ଯେ କିଛି ଗଡବଡ ହୋଇଛି। ଲେଡିଗୁଡ କହୁଣିକୁ ବୋହିଯିବା ପୂର୍ବରୁ ସରକାର ଯଦି ପ୍ରତି ପୁଞ୍ଜିନିବେଶ ପ୍ରକଳ୍ପର ପର୍‌ଫର୍ମାନ୍ସ ଅଡିଟ୍‌ (କାର୍ଯ୍ୟ ସମ୍ପାଦନ ଯାଞ୍ଚ) କରନ୍ତେ ବୁଝାମଣା-ପତ୍ରର ଖିଲାପ ହୋଇଛି କି ନାହିଁ ଜଣାପଡନ୍ତା। ପରୋକ୍ଷରେ ସରକାରଙ୍କ ଅପାରଗତା ବି ଜଣାପଡନ୍ତା। ଆଉ ପ୍ରଭାବୀ ରାଜନେତାମାନେ ସେମାନଙ୍କ ପ୍ରଭାବ ପକାଇ ନିଜ ଲୋକଙ୍କୁ ନିଯୁକ୍ତ କରାଉଛନ୍ତି କି ନାହିଁ ଜଣାପଡନ୍ତା। ଯେମିତି ରାଜନେତାମାନଙ୍କର ଉଚ୍ଚାରଣ ଓ ଆଚରଣ ଭିତରେ ଫରକ ଥାଏ ସେମିତି କାଗଜପତ୍ର ଏବଂ ସର୍‌ଜମିନ ଭିତରେ ଫରକ ରହୁଛି କି? ଯଦି ସମାଜକୁ ଯଥାର୍ଥ ଫଳ ମିଳୁନାହିଁ କ’ଣ କ’ଣ ସଂଶୋଧନ କଲେ ତାହା ମିଳିବ ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ପର୍‌ଫର୍ମାନ୍ସ ଅଡିଟ୍‌ କରାହେବା ଦରକାର ା ପର୍‌ଫର୍ମାନ୍ସ ଅଡିଟ୍‌ ସବୁବେଳେ ସରକାରଙ୍କ କଣ୍ଟ୍ରୋଲ ବାହାରେ କାମ କରେ ା ସେ ଅଡିଟ୍‌ ଯାହା ପରାମର୍ଶ ଦିଏ ବା ସଂଶୋଧନ ବ୍ୟବସ୍ଥା ଗ୍ରହଣ କରିବାକୁ ମତ ଦିଏ, ପୁଞ୍ଜିନିବେଶକାରୀ ତାହା ମାନିବାକୁ ବାଧ୍ୟ ହୁଏ, ନଚେତ୍‌ ଦଣ୍ଡ ପାଏ ା ତାହା ହେଉ ନ ଥିବାର କାରଣ ନିଜର ଦୋଷ ଦୁର୍ବଳତା ଘୋଡାଇବା ପାଇଁ ପର୍‌ଫର୍ମାନ୍ସ ଅଡିଟ୍‌ କରାଉନାହାନ୍ତି।
ଇନ୍‌ଭେଷ୍ଟମେଣ୍ଟ ବଢ଼ିଲେ ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ (ଜିଡିପି- ସ୍ଥୂଳ ଆଭ୍ୟନ୍ତରୀଣ ଉପତ୍ାଦ) ବଢିବ ସତ, କିନ୍ତୁ ତାହା ଯଦି ଲୋକଙ୍କ ଆୟ ବଢ଼ିବାରେ ସାହାଯ୍ୟ ନ କଲା, ସେ ପ୍ରକାରର ଇନ୍‌ଭେଷ୍ଟମେଣ୍ଟ ‘ଜନହିତରେ ଜାରି’ ବୋଲି କହିହେବ ନାହିଁ। ନୂଆ କଳକାରଖାନା ବସାଇବାରେ ତ ରାଜ୍ୟ ବାହାରର ଲୋକଙ୍କୁ ଅଗ୍ରାଧିକାର ଦେଉଛନ୍ତି, ଭିିତ୍ତିଭୂମିମୂଳକ-ନିର୍ମାଣ-କାର୍ଯ୍ୟରେ ବି ରାଜ୍ୟ ବାହାରର ଠିକାଦାରମାନଙ୍କୁ ଶ୍ରେୟ ମନେକରୁଛନ୍ତି। ସେମାନେ ନିଜର ଅନୁଗାମୀ ନିଜ ପ୍ରଦେଶର ପିଲାଙ୍କୁ କାମ ଯୋଗାଉଛନ୍ତି। ଏହାର ଗୋଟିଏ ବଡ କାରଣ ଆମ ପିଲାଏ ଆବଶ୍ୟକ ଶିକ୍ଷା ବା ତାଲିମ୍‌ ପାଇନାହାନ୍ତି। ଆମେ ପିଲାଙ୍କୁ ପଢାଉଛୁ ମାନେ ଆମେ ପିଲା ଉପରେ ଇନ୍‌ଭେଷ୍ଟମେଣ୍ଟ କରୁଛୁ; ସେ ଇନ୍‌ଭେଷ୍ଟମେଣ୍ଟର ଲାଭ (ରିଟର୍ନ) ହେବ ପିଲାଟି ଯଦି ପଢାସ୍ତର ଅନୁଯାୟୀ କାମକରିବାର ସୁବିଧା ପାଇବ। ପିଲା କାମରେ ଲାଗିଗଲେ ଦେଶର ବିକାଶ-ହାର (ଜିଡିପି ଅଭିବୃଦ୍ଧି ହାର)ରେ ସେ ଗୋଟିଏ ଖିଅ ହୋଇଯାଆନ୍ତା।
ଫେବୃୟାରୀ ୨୦୨୦ରୁ ଆଜି ମଧ୍ୟରେ ଉଚ୍ଚସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ କ୍ଲିଅରାନ୍ସ କମିଟି ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇଲେଭଲ୍‌ ମଞ୍ଜୁରି କମିଟି ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମଞ୍ଜୁର କରିଛନ୍ତି ଏବଂ ୩୧,୯୭୯ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସରକାରଙ୍କ ପ୍ରେସ୍‌-ବିବୃତି କହୁଛି। ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌, ସ୍ଲାଗ୍‌ ଓ ଫ୍ଲାଏ ଆଶ୍‌, ପେଲେଟ୍ସ ମାନୁଫାକ୍ଚରିଂ, ସ୍ଲରି ପରିବହନକାରୀ ପାଇପ୍‌ ଭଳି ଉଦ୍ୟୋଗ ଲୌହ, ଆଲୁମିନିୟମ୍‌ ଓ କୋଇଲା ଭଳି ଓଡିଶାର କଞ୍ଚାମାଲ ବ୍ୟବହାର କରିବ ସିନା, ସେସବୁ ପ୍ରାୟ ସ୍ବୟଂଚାଳିତ ହୋଇପଡିଥିବାରୁ ମେଶିନ୍‌ ସବୁ କାମ କରିବ। କେବଳ ମେଶିନ୍‌ ଚଳାଇବା ପାଇଁ ଲୋକ ଦରକାର ହେବ। ସେଭଳି ଇଞ୍ଜିନିୟର ଓ ଟେକ୍ନିସିଆନ୍‌ ହେବାର ଶିକ୍ଷା ଓ ତାଲିମ ବ୍ୟବସ୍ଥା ରାଜ୍ୟରେ ନାହିଁ, ଯାହା ଅଛି ତାହା ସାର୍ଟିଫିକେଟ୍‌-ବିକ୍ରୟକାରୀ ଅନୁଷ୍ଠାନ ହୋଇଯାଇଛି। ସେଗୁଡିକରୁ ଉତ୍ତୀର୍ଣ୍ଣ ହେଉଥିବା ପିଲାମାନଙ୍କ ଭିତରୁ ୭୫ପ୍ରତିଶତ ପାଖାପାଖି ପିଲା ନିଯୁକ୍ତି-ଅଯୋଗ୍ୟ ବୋଲି ଭିନ୍ନ ଭିନ୍ନ ସର୍ଭେ କହୁଛି । ଆଗେ ଶିକ୍ଷା ବ୍ୟବସ୍ଥାକୁ ନ ସଜାଡି ପ୍ରଯୁକ୍ତି ବିଦ୍ୟା ଦରକାର କରୁଥିବା ଶିଳ୍ପ ବସାଇ ଲୋକହସା ହେବା ସାର ହେବ ସିନା!
ଆଉ ଗୋଟିଏ ଲକ୍ଷ୍ୟ କରିବାର କଥା- ନେତାଙ୍କ ସହ ଲେଭରେଜ୍‌ (ମାନେ ଓଜନ) ବଢାଇବା ପାଇଁ ସେମାନଙ୍କ ସମ୍ପର୍କୀୟଙ୍କୁ ଚାକିରି ଦିଆଯାଉଛି – ଏହା ଏକ ପ୍ରକାରର ଲାଞ୍ଚ, ଯାହାକୁ ଅର୍ଥନୀତିଜ୍ଞମାନେ କହନ୍ତି ରେଣ୍ଟିଂ ବା ପ୍ରଭାବର ଭଡା। ଉଚ୍ଚ ପଦାଧିକାରୀମାନଙ୍କୁ ଧରିପାରିଲେ ଯାବତୀୟ ଧନ୍ଦା କରିହେବ, ପୁଞ୍ଜିନିବେଶର ଫଳ ଲୋକଙ୍କୁ ଲାଭ ଦେଉ କି ନ ଦେଉ ପୁଞ୍ଜିନିବେଶକାରୀ ସବୁ ପ୍ରକାର ସୁବିଧା ପାଇଯିବ ା ସ୍ବଳ୍ପ ପୁଞ୍ଜିର ଲୋକ କିପରି ଅଳ୍ପ ଦିନରେ ଅର୍ବୁଦପତି ହେବା ସମ୍ଭବ ହୋଇଛି ତାହା ବିଭିନ୍ନ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇଛି।
ଇମେଲ୍‌: sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ନେପୋଟିଜମ୍‌: ମାନବିକତାର କଳଙ୍କିତ ଅଧ୍ୟାୟ

ଡ.ମୌସୁମୀ ପରିଡ଼ା ଆଜିକାର ମିଡିଆରେ ବହୁ ଚର୍ଚ୍ଚିତ ଶବ୍ଦ ‘ନେପୋଟିଜିମ୍‌’, ଯାହା ପ୍ରିୟାପ୍ରୀତିତୋଷଣ ବା ପକ୍ଷପାତିତାକୁ ନେଇ ଝଡ଼ ସୃଷ୍ଟି କରିଛି। ଏହି ନେପୋଟିଜିମ୍‌ ଶବ୍ଦଟି...

ବିଦ୍ୟାଳୟ ପାଠ୍ୟକ୍ରମରେ ହାପିନେସ୍‌ କ୍ଲାସ

ଡ. ପବିତ୍ର ସୁବୁଦ୍ଧି ପ୍ରଖ୍ୟାତ ଲେଖକ ଡାଭିଡ ସ୍କ୍ବାଜ୍‌ ଥରେ ତାଙ୍କର ଛଅ ବର୍ଷର ପୁଅକୁ ପଚାରିଲେ- ତୁମେ ବଡ଼ ହେଲେ କ’ଣ କରିବ? ପୁଅ...

ଏଇ ଭାରତରେ

କୃଷକଙ୍କ ବିକାଶ ପାଇଁ ଆଇଆଇଟି ଖଡଗପୁରର ପୁରାତନ ଛାତ୍ରମାନଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେମାନେ ‘ଇକୋଜୋନ ସଲ୍ୟୁଶନ’ ଷ୍ଟାର୍ଟଅପ୍‌ ମାଧ୍ୟମରେ କୃଷକଙ୍କ ପାଇଁ ଏକ ପ୍ରକାର...

ନଦୀ ସଂଯୋଗୀକରଣ: ସମସ୍ୟା ନା ସମାଧାନ

ସବ୍ୟସାଚୀ ଅମିତାଭ ବର୍ତ୍ତମାନ ସମୟରେ ସାରା ଦେଶରେ ଜଳ ସମସ୍ୟା ଯେପରି ଉତ୍କଟ ରୂପ ଧାରଣ କଲାଣି, ଆଗାମୀ ଦିନରେ ଏହା ବିଷମ ପରିସ୍ଥିତି ସୃଷ୍ଟି...

ହସ୍ପିଟାଲରେ ସୌରଶକ୍ତିର ବ୍ୟବସ୍ଥା

ସଞ୍ଜୟ ସାନ୍ୟାଲ, ସଙ୍ଗୀତା ରାଣେ ଓ ଅରବିନ୍ଦ ଶାଶ୍ୱତ ଏହା ଥିଲା ଏକ ବର୍ଷାମୁଖର ସଂଧ୍ୟା, ଯେତେବେଳେ ଡାକ୍ତର କାନିଲି ଜିମୋଙ୍କ ରୋଗିଣୀଙ୍କୁ ଜରୁରୀ ଅସ୍ତ୍ରୋପଚାର...

ଅତୁଳନୀୟ ଅମ୍ଳାନ ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀ- ଉଭୟ ସମଭାବାପନ୍ନ ମଣିଷ। ବିଧି ପ୍ରେରିତ ମହାପୁରୁଷ। ଜଣେ...

ଆକ୍ରମଣାତ୍ମକ ରାଜନୀତି

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଡିସେମ୍ବର ୧୦ରେ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଗସ୍ତରେ ଯାଇଥିବା ବେଳେ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରାଯାଇଥିଲା। କୁହାଯାଉଛି ଯେ...

ଉଚ୍ଚ ମଣିଷର ନୀଚ ପ୍ରବୃତ୍ତି

ବୈକୁଣ୍ଠନାଥ ମିଶ୍ର ସରକାରୀ ସ୍ତରରେ ଦରିଦ୍ରର ସଂଜ୍ଞା ନିରୂପଣ ପାଇଁ ଏକ ସ୍ବତନ୍ତ୍ର ବିଧିବ୍ୟବସ୍ଥା ରହିଛି। ଉକ୍ତ ସଂଜ୍ଞା ଅନୁଯାୟୀ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ...

Advertisement
Archives

Model This Week