ପୁରୁଣା ମୂଷା

ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଶୋଚନୀୟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏହା ମାତ୍ର ୧୯ଟି ଆସନ ପାଇଛି। ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନରେ କଂଗ୍ରେସକୁ ୭୦ ସିଟ୍‌ ଲଢ଼ିବା ପାଇଁ ଦିଆଯାଇଥିଲା। ହେଲେ କଂଗ୍ରେସ ଫଳାଫଳ ମହାଗଠବନ୍ଧନକୁ କ୍ଷମତାଠାରୁ ଦୂରେଇ ରଖିଲା ବୋଲି ଆର୍‌ଜେଡି ନେତା ଶିବାନନ୍ଦ ତିଓ୍ବାରୀ ଖୋଲାଖୋଲି ଅଭିଯୋଗ କରିଛନ୍ତି। କିନ୍ତୁ ସବୁଠାରୁ ଅସ୍ବସ୍ତିକର ସ୍ଥିତି କଂଗ୍ରେସ ନେତାମାନେ ନିଜ ଦଳ ବିରୋଧରେ ଆଣିଥିବାରୁ ଏହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି। କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି ଯେ, ଦଳ ତଳକୁ ତଳକୁ ଗଲାଣି। ଆତ୍ମସମୀକ୍ଷାର ସମୟ ଅତିକ୍ରାନ୍ତ ହୋଇଗଲାଣି ବୋଲି ଏହି ନେତାଙ୍କ ତୁଣ୍ଡରୁ ଶୁଣିବାକୁ ମିଳିବା ପରେ ଆଉ କିଛି ତାଙ୍କୁ ସମର୍ଥନ କରୁଛନ୍ତି। ହେଲେ କେଉଁ କାରଣ ଯୋଗୁ ଦଳର ସ୍ଥିତି ଦୁର୍ବଳ ହେଉଛି ତାହା ଉପରେ ସୁଚିନ୍ତିତ ମତ ରଖୁନାହାନ୍ତି। କେବଳ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦୋଷ ଦିଆଯାଉଛି। ଏକ ରାଜନୈତିକ ପାର୍ଟିରେ ଜଣେ ବ୍ୟକ୍ତିଙ୍କ ଗୁରୁତ୍ୱ ରହିଥିଲେ ହେଁ ସେ ଏକାକୀ ସବୁକିଛି କରିପାରିବେ ନାହିଁ ବୋଲି ଅଭିଯୋଗ ଆଣୁଥିବା ନେତାମାନେ ବୁଝିବା ଦରକାର। ଯେଉଁମାନେ ଏବେ ରାହୁଲଙ୍କୁ ନିନ୍ଦା କରୁଛନ୍ତି, କଂଗ୍ରେସ କ୍ଷମତାରେ ଥିଲାବେଳେ ସେମାନେ ପାଇଥିବା ସୁଯୋଗ ଓ ସୁବିଧା ପାସୋରି ଯିବା ପରିତାପର ବିଷୟ। ବିଶେଷକରି କପିଲଙ୍କ ଭଳି ବ୍ୟକ୍ତି ଉପା ସରକାର ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ବେଳେ କୌଣସି ଆଖିଦୃଶିଆ କାମ କରି ନ ଥିଲେ। ଭଲ ସମୟରେ ସାଥୀ ହୋଇଥିବା ବେଳେ ଦୁର୍ଦ୍ଦିନରେ ହାତ ଛାଡ଼ିଦେବା କେଉଁ ଦିଗରୁ ଶୋଭା ପାଉଛି ବୋଲି ଏଭଳି ବ୍ୟକ୍ତି ନିଜେ ଉପଲବ୍ଧି କରିବା କଥା। କପିଲଙ୍କ ଭଳି ନେତାମାନେ ଯୁବ ନେତୃତ୍ୱକୁ ଅଗ୍ରପ୍ରାଧାନ୍ୟ ଦେଇ ଦଳର ଉପଦେଷ୍ଟା ସ୍ତରକୁ ଉନ୍ନୀତ ହେବାକୁ ଚିନ୍ତା କରୁନାହାନ୍ତି। ବୟସ ଯେତେ ବଢ଼ିଲେ ମଧ୍ୟ କ୍ଷମତା ଲୋଭ ସେମାନଙ୍କୁ ଛାଡ଼ୁ ନାହିଁ। ଯିଏ ନିଜେ କ୍ଷମତା ଛାଡ଼ିବାକୁ ଅମଙ୍ଗ, ସିଏ ଅନ୍ୟର ଦୁର୍ବଳତା ଦେଖାଇ ସମାଲୋଚନା କରିବା ଗ୍ରହଣଯୋଗ୍ୟ ହେଉନାହିଁ।
ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିମାନେ ଜାଣିଛନ୍ତି ଯେ, ରାହୁଲଙ୍କ ଅନେକ ନିଷ୍ପତ୍ତି ପାକଳ ହେଉ ନ ଥିବାରୁ ତାଙ୍କୁ ଛୁଣ୍ଟିବାକୁ ପଡ଼ୁଛି। ବିହାର ନିର୍ବାଚନ କଥା ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗୋଟିଏ ଗୋଟିଏ ଦିନରେ ୪ଟି ନିର୍ବାଚନ ସଭାରେ ଯୋଗ ଦେଉଥିଲେ। ହେଲେ ରାହୁଲ ସମୁଦାୟ ୩ ଦିନ ଯାଇ ୬ ନିର୍ବାଚନୀ ଭାଷଣ ରଖିଥିଲେ। ଯେତେବେଳେ ପାର୍ଟି ଅସୁବିଧାରେ ପଡ଼ିଛି ସେତେବେଳେ ତାଙ୍କୁ ମରିପଡ଼ି ଦୌଡ଼ିବା ଦରକାର ଥିଲା। ଏଥିସହ ବିହାର ନିର୍ବାଚନକୁ ନିଘା ନ ଦେବାରୁ ତାଙ୍କୁ ସମାଲୋଚନା କରାଯାଇପାରେ। କିନ୍ତୁ କଂଗ୍ରେସର ଅନ୍ୟ ନେତାମାନେ ଦିଲ୍ଲୀରେ ବସି ସମାଲୋଚନା କରିବାକୁ ପଛାଉ ନ ଥିଲା ଭଳି ମନେହୁଏ। କେବଳ ଅଧ୍ୟକ୍ଷ କିମ୍ବା ବଡ଼ ପଦବୀ ମିଳିଲେ କାମ କରିବେ, ନ ହେଲେ ଦଳ ଯୁଆଡ଼େ ଯାଉଛି ଯାଉ ଚିନ୍ତା ରଖିଲେ ଉଭୟ ପାର୍ଟି ଓ ବ୍ୟକ୍ତିବିଶେଷ ସେମାନଙ୍କ ସ୍ଥିତି ହରାଇବେ। ଆଜିର ସମୟରେ ପୁରୁଣା ମୂଷାକୁ ଖାଦ୍ୟ ପାଇଁ ଦୌଡ଼ିବାକୁ ପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?