ମାସ୍କ ପିନ୍ଧି ନ ଥିଲେ ମନ୍ଦିର ମନା

ଅନୁଗୋଳ ଅଫିସ, ୧୪।୪ – ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ଅନୁଗୋଳ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଏହି ଓଡ଼ିଆ ନବବର୍ଷରେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ନେବାକୁ ସକାଳୁ ହିଁ ବିଭିନ୍ନ ଦେବଦେବୀ ମନ୍ଦିରରେ ଭକ୍ତଙ୍କ ଧାଡ଼ି ଲମ୍ବିବ। ତେବେ ଜିଲାରେ କରୋନା ସଂକ୍ରମଣ ଉପରମୁହଁା ଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମନ୍ଦିରରେ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଅମାନିଆ ଲୋକଙ୍କ ନିକଟରୁ ଜରିମାନା ଆଦାୟ କରିବାକୁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଗତବର୍ଷ ଲକ୍‌ଡାଉନ୍‌ କାରଣରୁ ସବୁ ମନ୍ଦିରରେ ତାଲା ପକାଯାଇଥିଲା। ତେଣୁ ମହାବିଷୁବ ସଂକ୍ରାନ୍ତି ସହ ଅନ୍ୟ ପର୍ବପର୍ବାଣୀ କେବଳ ରୀତିନୀତିରେ ରହିଯାଇଥିଲା। ଭକ୍ତମାନେ ମନ୍ଦିର ଯାଇ ଦିଅଁ ଦର୍ଶନ କରିବାର ସୌଭାଗ୍ୟ ପାଇପାରି ନ ଥିଲେ। ହେଲେ ଚଳିତବର୍ଷ କୋଭିଡ୍‌ର ଦ୍ୱିତୀୟ ଲହର ଚାଲିଥିଲେ ମଧ୍ୟ ଅନୁଗୋଳ ଜିଲାରେ କୌଣସି ମନ୍ଦିର ବନ୍ଦ କରାଯାଇ ନାହିଁ। ତେବେ ମନ୍ଦିରଗୁଡ଼ିକରେ ଯେପରି ଭିଡ଼ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ପ୍ରଶାସନ ପକ୍ଷରୁ କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମନ୍ଦିରରେ ସାମାଜିକ ଦୂରତ୍ୱ ଓ ମାସ୍କ ଯାଞ୍ଚକୁ କଡ଼ାକଡ଼ି କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି। ସମସ୍ତ ମନ୍ଦିରରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମୁତୟନ କରିବା ସମ୍ଭବ ହୋଇ ନ ଥିବାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା ଯାଞ୍ଚ କରାଯିବ ବୋଲି କୁହାଯାଇଛି। ବିଶେଷକରି ଅନୁଗୋଳର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ମା’ ବୁଢ଼ୀ ଠାକୁରାଣୀ ମନ୍ଦିର, ଛେଣ୍ଡିପଦାର ତୁକୁଡ଼ା, ପୁରୁଣାଗଡ଼, ଖମାର ବାଣେଶ୍ୱର, ଝିଣ୍ଟିପାଳ ଅଷ୍ଟଶମ୍ଭୁ, ଜରପଡ଼ା ଧବଳେଶ୍ୱର, ବଇଣ୍ଡାର ବଡ଼ହୁଲା, ଗାଁ ବଇଣ୍ଡା, ଅଙ୍ଗପଡ଼ା, ଧଉରାପାଲି, ବୟେଜା, ଆଠମଲ୍ଲିକର ବିନିକେଇ, ଦେଉଳଝରୀ, ତାଳଚେରର ମା’ ହିଙ୍ଗୁଳା, ପାଲଲହଡ଼ାର ଖୁଲୁଡୀ ଗିରିଶ୍ୱେର, କୁଣ୍ଢେଇବୀରା, ବଅଁରପାଳ କାଙ୍ଗୁଲା କାଳୀପିଠ, କୁଲାଡ ହନୁମାନ, ନାଲ୍‌କୋ ତାରିଣୀ ମନ୍ଦିର ଆଦିରେ ଜନସମାଗମ ହେବାର ସମ୍ଭାବନା ରହିଛି। ତେଣୁ ସେଠାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯିବାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ
କରୋନା ପାଇଁ ମନ୍ଦିର ବନ୍ଦ ନିଷ୍ପତ୍ତି ହୋଇନାହିଁ। କେବଳ କଟକଣାକୁ କଡ଼ାକଡ଼ି କରାଯାଇଛି। ନିୟମ ଉଲ୍ଲଘଂନ ହେଲେ ଜରିମାନା ଆଦାୟ କରାଯିବ। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ସମସ୍ତେ ପର୍ବ ପର୍ବାଣି ପାଳନ କଲେ ସଂକ୍ରମଣ ବଢ଼ିବ ନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ସବୁ ନିୟମ ପାଳନ କରାଯିବ
ଶୈଳଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମନ୍ଦିର ସାନିଟାଇଜ ବ୍ୟବସ୍ଥା ହୋଇଛି। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ପ୍ରଶାସନର ସମସ୍ତ ନିୟମ ପାଳନ କରାଯିବ।
-ହେମନ୍ତ ଦାସ, ସମ୍ପାଦକ, ପରିଚାଳନା କମିଟି
ଉଲ୍ଲଂଘନକାରୀଙ୍କୁ ବାରଣ
ବଡ଼ହୁଲା ମନ୍ଦିରରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ମନ୍ଦିର ପରିଚାଳନା କମିଟି ଓ ଯୁବଗୋଷ୍ଠୀ ପ୍ରସ୍ତୁତ ରହିଛନ୍ତି। ମାସ୍କ ପିନ୍ଧି ନ ଥିଲେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି।
-ସର୍ବେଶ୍ୱର ମହାପାତ୍ର, ବଡ଼ହୁଲା ମନ୍ଦିର ପୂଜକ
ନ ମାନିଲେ ଆଗକୁ ଅଡ଼ୁଆ
ଗତବର୍ଷ ସଂକ୍ରାନ୍ତିରେ ମନ୍ଦିର ଯାଇପାରି ନ ଥିଲୁ। ଚଳିତବର୍ଷ କିଛି ପର୍ବପର୍ବାଣୀରେ ଭଗବାନଙ୍କ ଦର୍ଶନ ମିଳୁଛି। ତେଣୁ ଲୋକମାନେ କଟକଣା ମାନି ଧାର୍ମିକ ଅନୁଷ୍ଠାନକୁ ଯାଆନ୍ତୁ। ଏହାକୁ ଅଣଦେଖା କଲେ ଆଗକୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ।
-କୁହୁକ ଚନ୍ଦ୍ର ମହାରଣା, ଭକ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri