ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌ ପିନ୍ଧା ନବନିର୍ମିତ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ବୋଲି ଅନୁଗୋଳ ପୌର କର୍ତ୍ତୃପକ୍ଷ ସୋମବାର ସ୍ବୀକାର କରିଛନ୍ତି। ଏପରି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିବା ସହ ଏକ ସପ୍ତାହ ମଧ୍ୟରେ ତ୍ରୁଟିରେ ସୁଧାର ଅଣାଯିବ ବୋଲି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ସ୍ପଷ୍ଟୀକରଣରେ ପ୍ରକାଶ କରିଛନ୍ତି। ତେବେ ବରପୁତ୍ରମାନଙ୍କ ସଂଗ୍ରହ କରାଯାଇଥିବା ଆବକ୍ଷ ପ୍ରତିଛବିରେ ସେମାନଙ୍କ ସମ୍ପୂର୍ଣ୍ଣ ପୋଷାକ ସମ୍ପର୍କରେ ସୂଚନା ନ ଥିବା ବିଷୟ ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯିବା ଉକ୍ତ ବିବାଦକୁ ଅଧିକ ତେଜାଇଛି। ବରପୁତ୍ରମାନଙ୍କ ପୋଷାକ ସମ୍ପର୍କରେ ପୌରପାଳିକା ଅଜ୍ଞ ବୋଲି କୁହାଯିବାକୁ ନେଇ ଜିଲାର ବୁଦ୍ଧିଜୀବୀ ଚକିତ ହୋଇଥିବା ବେଳେ ଏପରି ସ୍ପଷ୍ଟୀକରଣକୁ ସାଧାରଣରେ ନାପସନ୍ଦ କରାଯାଇଛି।
ପ୍ରକାଶ ଯେ, ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠାର ୩୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ଯୋଜନା ହୋଇଥିଲା। ସେଥିମଧ୍ୟରୁ ସହରରେ ଥିବା ଗୋପବନ୍ଧୁ ପାର୍କରେ ୧୧ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। କିନ୍ତୁ ଧୋତି ଓ କୁର୍ତ୍ତା ପରିବର୍ତ୍ତେ ଶାର୍ଟ, ପ୍ୟାଣ୍ଟ, ବୁଟ୍‌ ପିନ୍ଧା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ନବକୃଷ୍ଣଙ୍କ ଝିଅ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ସହ ଜିଲାର ଅନେକ ବୁଦ୍ଧିଜୀବୀ, ସଚେତନ ନାଗରିକ ପୌରପାଳିକାର ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ। ସାଧାରଣରେ କଡ଼ା ସମାଲୋଚିତ ପୌର କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ସ୍ପଷ୍ଟୀକରଣ ରଖିବା ସହ ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପୌରାଧ୍ୟକ୍ଷ ସାମନ୍ତ ଉଲ୍ଲେଖ କରିଛନ୍ତି, ଏକ ମହତ ଉଦ୍ଦେଶ୍ୟ ରଖି ଜିଲାର ବରପୁତ୍ରମାନଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବରପୁତ୍ରମାନଙ୍କ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ସମ୍ପୂର୍ଣ୍ଣ ପରିଧାନର ସୂଚନା ନ ଥିଲା। ଜିଲାର ଅନେକ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇଥିଲେ ମଧ୍ୟ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା। ଫଳରେ କେତେଜଣ ବରପୁତ୍ରଙ୍କ ପରିଧାନ ଧୋତି, କୁର୍ତ୍ତା ବଦଳରେ ଭୁଲବଶତଃ ପ୍ୟାଣ୍ଟ ଓ କୋଟ୍‌ କରାଯାଇଥିଲା। ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ପୌର ପରିଷଦ ଦୁଃଖ ପ୍ରକାଶ କରୁଛି ଏବଂ ଭବିଷ୍ୟତରେ ଏ ପ୍ରକାର ଭୁଲର ପୁନରାବୃତ୍ତି ନ ଘଟାଇବାକୁ ପ୍ରତିଶ୍ରୁତି ଦେଉଛି। ତେବେ ଅନୁଗୋଳ ପୌରାଧ୍ୟକ୍ଷଙ୍କ ଏପରି ସ୍ପଷ୍ଟୀକରଣକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନୁଗୋଳ ଜିଲାର ବରପୁତ୍ରମାନଙ୍କ ପୋଷାକ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଜାଣି ନ ପାରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଏଥିସହ ପରିଧାନ ସମ୍ପର୍କରେ ବୁଦ୍ଧିଜୀବୀଙ୍କ ପରାମର୍ଶରୁ ସ୍ପଷ୍ଟ ସୂଚନା ମିଳି ନ ପାରିବା ବୋଲି କୁହାଯିବା ମଧ୍ୟ ଗ୍ରହଣୀୟ ନୁହେଁ। ଏପରି କହି ପୌର କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଖସାଇ ବୁଦ୍ଧିଜୀବୀଙ୍କ ମୁଣ୍ଡରେ ଲଦିଦେବାକୁ ଚାହଁୁଥିବା ସହରର ସଚେତନ ନାଗରିକମାନେ ମତ ଦେଇଛନ୍ତି।

ଅବମାନନା ଅପେକ୍ଷା ମୂର୍ତ୍ତି ନ କଲେ ଭଲ
ବାପିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଉଛି ବୋଲି କୌଣସି ସୂଚନା ଦେଲେ ନାହିଁ କି ଫଟୋ ମଧ୍ୟ ଆସି ଘରୁ ନେଲେ ନାହିଁ। ଓଡ଼ିଶା ଦିବସ ପୂର୍ବଦିନ ବାପିଙ୍କୁ କୋଟ୍‌ ଓ ବୁଟ୍‌ ପିନ୍ଧାଯାଇଥିବା ଫଟୋ ଦେଖିବା ପରେ ଚକିତ ହୋଇଯାଇଥିଲି। ପୌରପରିଷଦ ବରପୁତ୍ରଙ୍କୁ ଏଭଳି ଅବମାନନା କରିବା ଅପେକ୍ଷା ପ୍ରତିମୂର୍ତ୍ତି ପ୍ରତିଷ୍ଠା ନ କରିଥିଲେ ଭଲ ହୋଇଥାନ୍ତା।
-କୃଷ୍ଣା ମହାନ୍ତି, ସର୍ବୋଦୟ ନେତ୍ରୀ ତଥା ନବକୃଷ୍ଣଙ୍କ ଝିଅ

ଅତ୍ୟନ୍ତ ଦୁର୍ଭାଗ୍ୟର କଥା
ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପୌର ପ୍ରଶାସନ ବିକୃତ ରୂପ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ତାଙ୍କ ସହିତ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ନାମକରଣରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ଅଭିଜ୍ଞ ଲୋକଙ୍କ ମତ ନେଇଥିଲେ ଏପରି ହୋଇ ନ ଥାନ୍ତା।
-ସୂର୍ଯ୍ୟନାରାୟଣ ନାଥ ରାଜ୍ୟ ସଂଯୋଜକ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ

ବହୁତ ବଡ଼ ଭୁଲ କରାଯାଇଛି
ଜୀବନବ୍ୟାପୀ ଖଦଡ଼ ପୋଷାକ ପରିହିତ ନବକୃଷ୍ଣ ଚୌଧୁରୀଙ୍କ ସୀମାହୀନ ତ୍ୟାଗ ଏକ ଚିରନ୍ତନ ସତ୍ୟ। ଏହା ମାନବ ସମାଜକୁ ସର୍ବଦା ରୁଦ୍ଧିମନ୍ତ କରୁଥିବ। କିନ୍ତୁ ପୌରପରିଷଦ ପକ୍ଷରୁ ଯେଉଁ କାର୍ଯ୍ୟ କରାଯାଇଛି ତାହା ଏକ ବଡ଼ ଭୁଲ। ତୁରନ୍ତ ତ୍ରୁଟି ସଂଶୋଧନ କରାଯାଉ।
-ପ୍ରାଧ୍ୟାପକ ବିଶ୍ୱ ରଞ୍ଜନ ପ୍ରଧାନ, ଉତ୍କଳ ସମ୍ମିଳନୀ ଅନୁଗୋଳ ଜିଲା ଶାଖା ସଭାପତି

ସପ୍ତାହକ ମଧ୍ୟରେ ସଂଶୋଧନ
ଗୋପବନ୍ଧୁ ଉଦ୍ୟାନରେ ନିର୍ମାଣ ହୋଇଥିବା ୧୧ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ ହୋଇନାହିଁ। ଓଡ଼ିଶା ଦିବସରେ କେବଳ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ନବକୃଷ୍ଣ ଚୌଧୁରୀଙ୍କ ପୋଷାକକୁ ନେଇ ଥିବା ତ୍ରୁଟି ଧରାପଡ଼ିଥିବାରୁ ସପ୍ତାହକ ମଧ୍ୟରେ ତାହାକୁ ସଂଶୋଧନ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ନିର୍ବାହୀ ଅଧିକାରୀ, ଅନୁଗୋଳ ପୌର ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?