ମାଆର ଡାକ

ଡ.ନରହରି ବେହେରା

ଆମ ଗାଁର ନଟ ଯୋଉଦିନ କେରଳର ଗୋଟେ କମ୍ପାନୀରେ ଚାକିରି ପାଇଲା ସେଦିନ ତା’ ମାଆ କମଳିର ଆନନ୍ଦ କହିଲେ ନ ସରେ। ଘରେ ଘରେ ବୁଲି ସମସ୍ତଙ୍କୁ ତା’ପୁଅର ସଫଳତା ଗାଇ ବୁଲିଲା। ଏମିତି ହେବା କଥା। ନଟ ପାଞ୍ଚବର୍ଷର ହୋଇଥିବାବେଳେ ତା’ ବାପା ଆରପାରିକୁ ଚାଲିଯାଇଥିଲେ। ପର ଘର ପାଇଟି କରି ସେ ନଟକୁ ବହୁ କଷ୍ଟରେ ବି.ଏ. ପର୍ଯ୍ୟନ୍ତ ପାଠ ପଢ଼ାଇଥିଲା। ଆଜି ସେ ଚାକିରି କରିବ- କମଳି ପାଇଁ ଏହାଠାରୁ ବଡ଼ ଖୁସି ଖବର ଆଉ କ’ଣ ହୋଇପାରେ? ନଟ ଚାକିରି କରିବାପରେ ବର୍ଷକୁ ଥରେ ଦି’ଥର ଗାଁକୁ ବୁଲି ଆସେ। ଝାଟିମାଟି ଘରକୁ ପକ୍କା ଘର କରିଦେବ, ଦାଣ୍ଡ ଆଗରେ ଗୋଟେ ଟ୍ୟୁବ୍‌ୱେଲ ବସାଇ ଦେବ ଏମିତି କେତେ କ’ଣ ସ୍ବପ୍ନ ସେ ତା’ମାଆକୁ ଦେଖାଏ। କମଳି ବୁଢ଼ୀ ହସି ହସି ପାଖ ପଡ଼ିଶାକୁ ଡାକି କହେ, ମୋ ନଟୁ ଗୋଟେ ଟିଉଲୁ ବସେଇଦେଲେ ମୁଁ ଆଉ ହାତୀ ସାହିକୁ ପାଣି ଆଣିବାକୁ ଯିବିନି ଲୋ। ନଟ କି ଚାକିରି କରିଛି, କେତେ ଟଙ୍କା ପାଉଛି ଏହାର ତଥ୍ୟ ନେବାପାଇଁ ଆମ ଗାଁର କିଛି ସନ୍ଧାନକାରୀ ଦଳ ଚେଷ୍ଟାକରି ବିଫଳ ହୋଇଥିବାରୁ ତଥ୍ୟଗୁଡ଼ିକ ପଦାକୁ ଆସିପାରି ନ ଥିଲା। ତେଣୁ କମଳି କଥାରେ ସେମାନେ ମଥା ହଲାଇ ସମ୍ମତି ଜଣାଇବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା।
ବିଧାତାର ବିଚାର ବିଚିତ୍ର। ହଠାତ୍‌ ନଟ ଗାଁକୁ ଆସିବା ବନ୍ଦ କରିଦେଲା। କେବେ କେମିତି ପଡ଼ିଶା ଘର ଫୋନ୍‌ରେ କଥାବାର୍ତ୍ତା କରି ନିଜ ପୁତ୍ରର କର୍ତ୍ତବ୍ୟ ସମ୍ପାଦନ କରିଦିଏ ସିନା ଗାଁରେ ତା’ର ପାଦ ପଡ଼ିଲାନି। ବୁଢ଼ୀ ଭାଗ୍ୟକୁ ନିନ୍ଦେ ସିନା ନଟ ବିରୋଧରେ ପଦେ ହେଲେ କହେନାହିଁ। କେହି ନଟ ବିଷୟରେ କିଛି ପଚାରିଲେ, ବୁଢ଼ୀ ରାଗିଯାଇ ସଙ୍ଗେ ସଙ୍ଗେ ଉତ୍ତର ଦିଏ- କୁମ୍ପାନୀ ଚାକିରି, ଛୁଆଟା ଖାଇବାକୁ ବେଳ ପାଉ ନ ଥିବ। ଏଠିକି ଆସିବ କେତେବେଳେ। ତମର ମୋ ପୁଅ ପାଖରେ କି ଗରଜ କି? ପ୍ରଶ୍ନକର୍ତ୍ତା ନୀରବ ରହେ। ମାତ୍ର ଦିନେ କେରଳରେ ରହୁଥିବା ପାଖ ଗାଁର ଟୋକାଟା ଆମ ଗାଁକୁ ଏକ ସଦ୍ୟତମ ଖବର ଜଣାଇଦେଲା। ନଟ କେରଳର ଗୋଟେ ଝିଅକୁ ବାହା ହେଇପଡ଼ିଛି। ଆମ ଗାଁର ପର ଖୁଣ ସନ୍ଧାନରେ ଉଚ୍ଚାଟ ହେଉଥିବା ଭଦ୍ରବ୍ୟକ୍ତିମାନେ ଏ ତାଜା ଖବର ପାଇ କୁରୁଳି ଉଠିଲେ, ଟୁପୁରୁ ଟାପର ହେଲେ। ଏକଥା ଶୁଣି କମଳି କାନ୍ଦି କାନ୍ଦି ତିନି ଦିନ ଘର ଭିତରୁ ବାହାରିଲାନି। କିଛିଦିନ ପରେ ଗାଁର ସମସ୍ତଙ୍କୁ କଥାଟା ମିଛ ବୋଲି କହି ଘଟଣାଟାକୁ ବୁଲାଇଦେବାକୁ ଚେଷ୍ଟାକଲା ସିନା ନିଜ ମନକୁ ବୁଝାଇପାରିଲାନି। ଆମ ଗାଁର ଲୋକମାନେ ଏହି ଖବରକୁ ନେଇ ବେଶ୍‌ କିଛିଦିନ ନାଚକୁଦ କଲେ, ପରେ ପରେ ସବୁକିଛି ଶାନ୍ତ ପଡ଼ିଗଲା। କମଳି ହାରିଗଲାନି। ସ୍ବାମୀଙ୍କୁ ହରାଇ ପେଟରେ ଓଦାକନା ଦେଇ ନଟକୁ ବଡ଼ କରିଛି। ତା’ର ସବୁ ତ୍ୟାଗ,ସ୍ବପ୍ନ, କଳ୍ପନା ନଟର ସୁଖପାଇଁ ସମର୍ପିତ। ସେ ଯେଉଁଠି ଅଛି, ସୁଖରେ ଥାଉ। ସବୁବେଳେ ଠାକୁରଙ୍କୁ ଏହି ପ୍ରାର୍ଥନା କରି କମଳି କାଳ କାଟେ।
ଏବର୍ଷ କରୋନା ଆତଙ୍କରେ ସବୁ କଳ କାରଖାନା ବନ୍ଦ ହେଇଗଲା। ମାଲିକମାନେ କିଛିଦିନ କର୍ମଚାରୀଙ୍କୁ ଚଳାଇଲେ। ମାତ୍ର କରୋନାର ପ୍ରଭାବ ବଢ଼ିବାରୁ କଳକାରଖାନା ଆଉ ଖୋଲିଲା ନାହିଁ। ତେଣୁ ମାଲିକମାନେ ହାତ ଟେକିଦେଲେ। ଚଳିବାର ଆଉ ଅନ୍ୟ ଉପାୟ ନ ଥିବାରୁ ଏବେ ନଟବାବୁଙ୍କର ମନେପଡ଼ିଲା ଗାଁକଥା। ଗାଁକୁ ଫେରିବା କଥା ମାଆକୁ ଜଣାଇଦେଲା ନଟ। କମଳିର ଖୁସି କହିଲେ ନ ସରେ। ନଟୁ ଆସୁଚି ଲୋ ମୋ ନଟୁ ଆସୁଚି ବୋଲି କହି ସେ ନାଚିଗଲା। ସନ୍ତାନର ସକଳ ଅପରାଧକୁ କ୍ଷମା ଦେବାପାଇଁ ମାଆ ହିଁ ସର୍ବଦା ଅସୀମ ଧୈର୍ଯ୍ୟ, ତ୍ୟାଗ ଓ ମମତାର ମଙ୍ଗଳମୟୀ ଦେବୀ। କମଳି ଥିଲା ଏହାର ଏକ ପ୍ରମାଣ।
ନଟ ତା’ ସ୍ତ୍ରୀକୁ ଧରି ଗାଁକୁ ଫେରିଲା। ସରପଞ୍ଚ ତାଙ୍କୁ ଘରକୁ ଛାଡ଼ିଲେ ନାହିଁ। କମଳି ସଂସାରର ଆଇନ୍‌ ଫାଇନ୍‌ କିଛି ବୁଝେନାହିଁ। ତା’ପୁଅ ବୋହୂ ଘରକୁ ଯିବେ- ଏହି ଜିଦ୍‌ ଧରି ସରପଞ୍ଚବାବୁଙ୍କୁ ନେହୁରା ହେଲା, ପାଟିତୁଣ୍ଡ ବି କଲା। କିଛି ଫଳ ହେଲାନାହିଁ। ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖିଦେଲେ। ଚଉଦ ଦିନ ପରେ ସେମାନେ ଘରକୁ ଫେରିବେ। ସରପଞ୍ଚଙ୍କଠାରୁ କମଳି ବୁଝିଲା, ପୁଅବୋହୂଙ୍କୁ ଘରକୁ ନେବାପାଇଁ ହେଲେ ଅଲଗା ଘର ଦରକାର। କମଳି ଘରକୁ ଯାଇ କାଠ ବାଉଁଶ ଗୋଟାଇଲା। କାଦୁଅ ଛାଟି ପାଖ ଘରକୁ ଲଗାଇ ଆଉ ଗୋଟିଏ ଛୋଟିଆ ଘର ତିଆରି କଲା। ଆର.ଆଇ. ବାବୁ ଅମ୍ଫନ ବେଳେ ଖଣ୍ଡେ ପଲିଥିନ୍‌ ଦେଇଥିଲେ, ତା’କୁ ଛାତରେ ପକାଇଦେଲା। ପୁଅ ବୋହୂ ଏଇ ଘରେ ରହିବେ। ଏତେ ଦିନ ପରେ ପୁଅବୋହୂକୁ ଦେଖିବ ବୋଲି କମଳିର ପାଦ ତଳେ ଲାଗୁ ନ ଥିଲା।
କାନ୍ଥରେ ଗାର ପକାଇ ଦିନ ଗଣୁଥିଲା କମଳି। ଚଉଦଟା ଗାର ଯୋଉଦିନ ପଡ଼ିଲା ସେହିଦିନ ସଞ୍ଜବେଳେ ସଂଗରୋଧ କେନ୍ଦ୍ର ନିକଟରେ ହାଜର ହେଇଗଲା। ଆଉ ଗୋଟିଏ ଦିନ ପରେ ନଟକୁ ଛଡ଼ାଯିବ ବୋଲି ସରପଞ୍ଚ ବାବୁ କହିବାରୁ କମଳି ଲମ୍ବ ହୋଇ ତଳେ ଶୋଇଗଲା। କମଳିର ବିକଳ ଦେଖି ସରପଞ୍ଚ ଡିସ୍‌ଚାର୍ଜ କରିଦେଲେ।
କମଳି ପୁଅ ବୋହୂକୁ ଘର ଦେଖାଇଦେଲା। ଅତି ଯନତ୍ରେ ରାନ୍ଧି ରଖିଥିବା ପଖାଳ, ଶାଗ, ବଡ଼ି ପ୍ରଭୃତି ବାଢ଼ି ଦେଲା। ନଟ ଭାତ ପାଖରେ ବସିଲା ସିନା କିଛି ଖାଇ ପାରିଲାନି। ଭୋ ଭୋ ହୋଇ କାନ୍ଦିଲା। ସତେ ଯେମିତି ବହୁ ଦିନରୁ ହଜି ଯାଇଥିବା ରନତ୍କୁ ଖୋଜି ପାଇଛି। ଯୋଉ ମାଆକୁ ସେ ବର୍ଷ ବର୍ଷ ଧରି ପଚାରି ନ ଥିଲା ସେ ଆଜି ତା’ପାଇଁ କ’ଣ ନ କରିଛି! ସତରେ ବିଧାତା ସବୁ ସୃଷ୍ଟି କରିଛନ୍ତି, କିନ୍ତୁ ମାଆର ବିକଳ୍ପ ସୃଷ୍ଟିକରି ପାରିନାହାନ୍ତି। କମଳି ଆଖିରୁ ବି ଲୁହ ଝରିପଡ଼ିଲା। ପୁଅକୁ ବୁଝାଇ କହିଲା- ବାପରେ, ତୁ କାନ୍ଦନା। ତୁ ଫେରି ଆସିଛୁ, ସେତିକିରେ ମୋର ଆନନ୍ଦ। ମା’ କ’ଣ କେବେ ତା’ ପିଲା ଉପରେ ରାଗିବ? ତୁ ଭଲ କରି ଖାଇଦେ। କେତେଦିନ ହେଲାଣି ଭଲରେ ଟିକିଏ ଖାଇନୁ। ଚଣ୍ଡାଳଗୁଡ଼ାକ କାମରେ ଖଟାଇଲେ, ବିପଦ ଆପଦ ବେଳକୁ ପର କରିଦେଲେ। ନଟ ଉଁ କି ଚୁଁ କିଛି କହିଲାନି, ଛଳ ଛଳ ଆଖିରେ ଖାଇ ବସିଲା।
ସାତ ଦିନ ପରେ ନଟ ଗାଧୋଇ ଆସି କମଳିର ପାଦ ଛୁଇଁ ନମସ୍କାର କରି କହିଲା- ମାଆ, ମୁଁ ଆଉ ଚାକିରିକୁ ଯିବିନି। ଏଇଠି ଚାଷ ସହ ଗୋଟେ ତେଜରାତି ଦୋକାନ କରିବି। କିନ୍ତୁ ତୋ ପାଖରୁ ମୁଁ ଯିବିନି। ତୋ ହାତର ଶାଗ ପଖାଳ, ତୋ ଭଲପାଇବା, ଏ ଗାଁମାଟିର ମୋହ ମୋତେ ଆଉ କୋଉଠି ମିଳିବନି ଆଜି ବୁଝୁଛି, ଗାଁ ମାଟିର ମୋହ, ମା’ର ସ୍ନେହକୁ ଯିଏ ଭୁଲିଯାଏ ତା’ପରି ମୂର୍ଖ ଆଉ କେହି ନାହିଁ। ମୁଁ ସେ ଭୁଲ୍‌ ଆଉ କରିବିନି। ନଟ କାନ୍ଧରେ ଲଙ୍ଗଳ ପକାଇ ବିଲକୁ ବାହାରିଲା। କମଳି ଆଖିରୁ ଧାର ଧାର ଲୁହ ଝରି ପଡ଼ିଲା। ସେ ମନେ ମନେ ଭାବୁଥିଲା, ମୋ ନଟୁପରି ସମସ୍ତେ ଯଦି ଏକଥା ବୁଝିପାରନ୍ତେ ମାଆମାନଙ୍କ ଆଖିରୁ ଲୁହ ଝରନ୍ତା ନାହିଁ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ
ଭଦ୍ରକ, ଫୋନ୍‌: ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?