Posted inଖେଳ

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୩ା୭ (ଏପି)-ଜର୍ମେନ ବ୍ଲାକ୍‌ଉଡ୍‌ଙ୍କ ଲଢୁଆ ୯୫ରନ ସହାୟତାରେ ସ୍ଥାନୀୟ ରୋଜ୍‌ ବାଓଲଠାରେ ବିନା ଦର୍ଶକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ଲାଭ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୦ ରନ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଦଳ ୬ ଉଇକେଟ ହରାଇ ହାସଲ କରିନେଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ଦୁଇ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।
ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ଏକଦା ୩୫ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିବା ବେଳେ ରୋଷ୍ଟନ ଚେଜ୍‌ (୩୭) ଓ ବ୍ଲାକ୍‌ଉଡ୍‌ ଚତୁର୍ଥ ଉଇକେଟରେ ଗୁରୁତ୍ୱପୂର୍ଣ୍ଣ ୭୩ ରନ ଯୋଗ କରି ସ୍ଥିତରେ ସୁଧାର ଆଣିଥିଲେ।
ପୂର୍ବରୁ ଜୋଫ୍ରା ଆର୍ଚର କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌ (୪) ଓ ଶାମରା ବ୍ରୁକ୍ସ (୦)ଙ୍କୁ ଶୀଘ୍ର ଆଉଟ୍‌ କରି ଭ୍ରମଣକାରୀ ଦଳକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ପରେ ଶାଇ ହୋପ୍‌ (୯)ଙ୍କ ଉଇକେଟ ପତନ ଘଟାଇ ମାର୍କ ଉଡ୍‌ ଓ୍ବେଷ୍ଟଇଣ୍ଡିଜକୁ ସଂକଟରେ ପକାଇ ଦେଇଥିଲେ। ମଧ୍ୟାହ୍ନଭୋଜନ ବିରତି ବେଳକୁ ଓ୍ବେଷ୍ଟଇଣ୍ଡିଜ ୩୫ରନରେ ୩ଟି ଉଇକେଟ ହରାଇ ସାରିଥିଲା। ଓପନର ଜନ୍‌ କ୍ୟାମ୍ପବେଲ୍‌ (୧) ଆର୍ଚରଙ୍କ ଏକ ୟର୍କର ବଲ୍‌ରେ ଆଘାତପ୍ରାପ୍ତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲେ। ବାର୍ବାଡୋସରେ ଜନ୍ମିତ ଫାଷ୍ଟ ବୋଲର ଆର୍ଚର ୬ଷ୍ଠ ଓଭରରେ ବ୍ରେକ୍‌ ଥ୍ରୁ ଆଣିଥିଲେ। ବ୍ରାଥଓ୍ବେଟ୍‌ ତାଙ୍କ ବଲ୍‌ରେ ପ୍ଲେଡ୍‌ଅନ୍‌ ହୋଇଯାଇଥିଲେ। ଆର୍ଚର ତାଙ୍କ ପରବର୍ତ୍ତୀ ଓଭରରେ ବ୍ରୁକ୍ସଙ୍କୁ ଏଲବିଡବ୍ଲ୍ୟୁ କରିଦେବା ଫଳରେ ବିଜୟ ଲକ୍ଷ୍ୟ ହାସଲ କଷ୍ଟସାଧ୍ୟ କରିଦେଇଥିଲେ। ଚାପ ହଟାଇବା ଉଦ୍ଦେଶ୍ୟରେ ହୋପ୍‌ ଚୌକା ପାଇଁ ଦୁଇଟି କଭର ଡ୍ରାଇଭ ଖେଳିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପରେ ବ୍ରୁକ୍ସଙ୍କୁ ବୋଲିଂ କରିବାକୁ ଆସିଥିଲେ। ସେ ହୋପ୍‌ଙ୍କୁ ବୋଲ୍ଡ କରିଦେବାରୁ ଇଂଲଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ପୂର୍ବରୁ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଆର୍ଚର ୨୩ ରନ କରିଥିଲେ। ଘରୋଇ ଦଳ ୩୧୩ରେ ଅଲଆଉଟ ହୋଇଯାଇଥିଲା। ରବିବାର ସକାଳେ ୨ଟି ଉଇକେଟ ସହ ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିବା ଶାନନ ଗାବ୍ରିଲ୍‌ ଭ୍ରମଣକାରୀ ଦଳର ସବୁଠାରୁ ସଫଳ ବୋଲର ଭାବେ ୭୫ ରନ ବିନିମୟରେ ୫ଟି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୦୪
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୩୧୮
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୩୧୩ (ଜ୍ୟାକ୍‌ କ୍ରଲି-୭୬, ଡୋମିନିକ୍‌ ସିବ୍‌ଲି-୫୦, ବେନ୍‌ ଷ୍ଟୋକ୍ସ-୪୬, ରୋରି ବନର୍‌ସ-୪୨, ଶାନନ ଗାବ୍ରିଲ-୫/୭୫, ଅଲ୍‌ଜାରି ଯୋସେଫ୍‌-୨/୪୫, ରୋଷ୍ଟନ ଚେଜ୍‌-୨/୭୧)।
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୨୦୦/୬ (ଜର୍ମେନ ବ୍ଲାକ୍‌ଉଡ-୯୫, ରୋଷ୍ଟନ ଚେଜ୍‌-୩୭, ଜୋଫ୍ରା ଆର୍ଚର-୩/୪୫, ବେନ୍‌ ଷ୍ଟୋକ୍ସ-୨/୩୯)।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?