ସଂଶୋଧିତ ପାଠ୍ୟକ୍ରମ ଓ ଶିକ୍ଷାବର୍ଷ

ଡ. ଅରୁନ୍ଧତୀ ଦେବୀ

‘ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ’ ଏହି ଶୀର୍ଷକରେ ଓଡ଼ିଶାର ନିରପେକ୍ଷ ଓ ଲୋକମତର ଖବର ବୁଝାଯାଉଥିବା ଲୋକପ୍ରିୟ ଦୈନିକ ଖବରକାଗଜ ‘ଧରିତ୍ରୀ’ରେ କିଛିଦିନ ତଳେ ପ୍ରଥମ ପୃଷ୍ଠାରେ ସଚେତନଧର୍ମୀ ଗୁରୁ୍‌ତ୍ୱପୂର୍ଣ୍ଣ ଖବର ପ୍ରକାଶ ପାଇଥିଲା। ଧରିତ୍ରୀର ଆକଳନ ସମ୍ପୂର୍ଣ୍ଣ ଠିକ ପ୍ରମାଣିତ ହୋଇଛି। କାରଣ ସିବିଏସଇ ପାଠ୍ୟକ୍ରମରୁ ନାଗରିକତ୍ୱ, ସଙ୍ଘୀୟବାଦ, ଧର୍ମନିରପେକ୍ଷତା, ବିମୁଦ୍ରୀକରଣ ବିଷୟକୁ ବାଦ ଦିଆଯାଇଛି। କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଥିବାବେଳେ ପିଲାମାନେ ଶ୍ରେଣୀ ପାଠପଢ଼ାରୁ ବଞ୍ଚତ୍ତ ହୋଇଥିବାରୁ ସେମାନଙ୍କ ମୁଣ୍ଡରୁ ନିୟମିତ ପାଠ୍ୟ ଖସଡ଼ା ବୋଝ ଲାଘବ କରିବା ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ସିବିଏସଇ ଛାତ୍ରୀଛାତ୍ରଙ୍କ ପାଇଁ ୩୦ପ୍ରତିଶତ ସିଲାବସ୍‌ କମାଇ ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବିଷୟବସ୍ତୁର ରାଜନୈତିକ ଗୁରୁତ୍ୱ ରହିଛି ସେହି ପାଠ୍ୟକ୍ରମକୁ ଯଥା ଜାତି, ଧର୍ମ, ଲିଙ୍ଗ, ଗଣତନ୍ତ୍ର ଓ ବିବିଧତା, ଜନସଂଖ୍ୟା ସଂଘର୍ଷ ଓ ଆନ୍ଦୋଳନ, ଗଣତନ୍ତ୍ର ପ୍ରତି ଚ୍ୟାଲେଞ୍ଜ ଆଦି ଅଧ୍ୟାୟକୁ ହଟାଯାଇଛି। ଏକାଦଶ ଶ୍ରେଣୀ ପାଠ୍ୟ ଖସଡ଼ାରୁ ଜାତୀୟତାବାଦ, ଧର୍ମ ନିରପେକ୍ଷତା, ସଂଘୀୟବାଦ, ନାଗରିକତ୍ୱ ଓ ଭାରତରେ ସ୍ଥାନୀୟ ଶାସନର ଅଭିବୃଦ୍ଧି ବିଷୟକୁ ବାଦ ଦିଆଯାଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପାଠ୍ୟ ଖସଡ଼ାରୁ ଭାରତରେ ସାମାଜିକ ଆନ୍ଦୋଳନ ଓ ବିମୁଦ୍ରୀକରଣ, ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ଓ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପରିବର୍ତ୍ତିତ ପ୍ରକୃତି ବିଷୟକୁ ବାଦ ଦିଆଯାଇଛି।
ଏକାଦଶ ଶ୍ରେଣୀରେ ଲୋକାଲ ଗଭର୍ନମେଣ୍ଟ ବିଷୟର ‘ହ୍ବାଇ ଡୁ ୱି ନିଡ୍‌ ଲୋକାଲ୍‌ ଗଭର୍ନମେଣ୍ଟ’ ଓ ଗ୍ରୋଥ ଅଫ୍‌ ଲୋକାଲ ଗଭର୍ନମେଣ୍ଟ ଇନ୍‌ ଇଣ୍ଡିଆ’ ଅଧ୍ୟାୟକୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ସିକ୍ୟୁରିଟି ଇନ୍‌ ଦି କଣ୍ଟେମ୍ପରାରି ୱାଲର୍‌ଡ, ଏନ୍‌ଭାରନ୍‌ମେଣ୍ଟ ଆଣ୍ଡ୍‌ ନ୍ୟାଚୁରାଲ ରିସୋର୍ସେସ୍‌, ସୋସିଆଲ ଆଣ୍ଡ୍‌ ନିଉ ସୋସିଆଲ ମୁଭ୍‌ମେଣ୍ଟସ୍‌ ଇନ୍‌ ଇଣ୍ଡିଆ, ଫାଇଭ୍‌ ୟର ପ୍ଲାନ, ଇଣ୍ଡିଆ ରିଲେସନ୍‌ ଉଇଥ୍‌ ଇଟସ୍‌ ନେଇବର, ରିଜିଓନାଲ ଆସ୍ପିରେସନ୍‌ସ ଆଦି ଅଧ୍ୟାୟକୁ ହଟାଇ ନିଆଯାଇଛି। ନବମ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଡେମୋକ୍ରାଟିକ୍‌ ରାଇଟସ୍‌ ଆଣ୍ଡ୍‌ ଷ୍ଟ୍ରକଚର ଅଫ୍‌ ଦି ଇଣ୍ଡିଆନ୍‌ କନଷ୍ଟିଚୁଶନ, ଅର୍ଥନୀତି ବିଜ୍ଞାନ ପାଠ୍ୟକ୍ରମରୁ ଫୁଡ୍‌ ସିକ୍ୟୁରିଟି ଇନ୍‌୍‌ ଇଣ୍ଡିଆ ବାଦ ପଡ଼ିଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଡେମୋକ୍ରାସି ଆଣ୍ଡ୍‌ ଡାଇଭର୍ସିଟି, କାଷ୍ଟ ରିଲିଜନ୍‌ ଆଣ୍ଡ୍‌ ଜେଣ୍ଡର ଓ ଚାଲେଞ୍ଜସ ଟୁ ଡେମୋକ୍ରାସି ଆଦି ବିଷୟକୁ ବାଦ୍‌ ଦିଆଯାଇଛି। ଏକାଦଶ ଶ୍ରେଣୀରୁ ଜିଏସ୍‌ଟିର ସମ୍ପୂର୍ଣ୍ଣ ବିଷୟକୁ ବାଦ ଦିଆଯାଇଛି। ଶିକ୍ଷାବିତ୍‌ ମହଲରେ ପ୍ରଶ୍ନ ଉଠୁଛି ଯେ, ସିବିଏସଇ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଗୋଟିଏ ବର୍ଷ ବୋଲି ଧରିନିଆଯିବା କଥା। ଯେଉଁ ବିଷୟଗୁଡ଼ିକୁ ବାଦ ଦିଆଯାଇଛି ତାହାକୁ ପୁଣି ଆସନ୍ତା ଶିକ୍ଷାବର୍ଷରେ ଯୋଡ଼ାଯିବାର ଆବଶ୍ୟକତା ରହିଛି। ଯେଉଁ ପିଲାମାନେ ସମ୍ପୃକ୍ତ ବିଷୟକୁ ଏଥର ପଢ଼ିପାରିବେ ନାହିଁ ସେମାନେ କିଭଳି ଆସନ୍ତା ବର୍ଷରେ ସେଗୁଡ଼ିକୁ ପଢ଼ିପାରିବେ ସେନେଇ ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯିବା ଦରକାର। ସିବିଏସ୍‌ଇ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୯୦ଟି ବିଷୟର ୩୦ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି। ଛାତ୍ରୀଛାତ୍ରଙ୍କ ଉପରୁ ପାଠପଢ଼ା ବୋଝ କମାଇବା ଲାଗି ଏହା କେବଳ ଗୋଟିଏ ବର୍ଷ ପାଇଁ ହ୍ରାସ ହୋଇଛି। ୨୦୨୦-୨୧ ବୋର୍ଡ ପରୀକ୍ଷାରେ ବାଦ ପଡ଼ିଥିବା ସିଲାବସ୍‌ରୁ କୌଣସି ପ୍ରଶ୍ନ ଆସିବ ନାହିଁ। ସ୍କୁଲଗୁଡ଼ିକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ଏନ୍‌ସିଇଆରଟି ପକ୍ଷରୁ କୁହାଯାଇଛି। ସଂକ୍ଷିପ୍ତ ସିଲାବସ୍‌ରୁ ଯେଉଁ ବିଷୟ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହେଉଛି ସେଗୁଡ଼ିକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡରରେ ରହିବ। ପିଲାମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। ବାଦ ପଡ଼ିଥିବା ବିଷୟଗୁଡ଼ିକ ସଂକ୍ଷିପ୍ତ ସିଲାବସ ନ ହେଲେ ଏନ୍‌ସିଇଆରଟିର ବିକଳ୍ପ ଶିକ୍ଷା କ୍ୟାଲେଣ୍ଡରରେ ରହିଥିବ।
କରୋନା ଭୟକୁ ନେଇ ଆଗାମୀ ୨୦୨୦-୨୧ ଶିକ୍ଷାବର୍ଷ କେବେଠୁ ଆରମ୍ଭ ହେବ ଏହି ଚିନ୍ତା କେବଳ ଶିକ୍ଷାବିତ୍‌ଙ୍କୁ ନୁହେଁ ଅଭିଭାବକ, ଶିକ୍ଷା ପ୍ରଶାସକ ଓ ଛାତ୍ରୀଛାତ୍ର ମହଲକୁ ଆନ୍ଦୋଳିତ କରୁଛି। ନାମଲେଖା ବ୍ୟବସ୍ଥା ସହ କେବେ ଶିକ୍ଷାୟତନରେ କ୍ଲାସରୁମ ପାଠପଢ଼ା ହେବ ତାହା ବି ଘଡ଼ିକେ ଘୋଡ଼ା ଛୁଟୁଛି। ପିଲାମାନଙ୍କ ଶିକ୍ଷାବର୍ଷ ପାରମ୍ପରିକ ଭାବେ ଏପ୍ରିଲ ତ ଗଲାଣି, ଆଗାମୀ ଅକ୍ଟୋବର ନଭେମ୍ବରରୁ ହେବ କି ନା ତାହା ମଧ୍ୟ ସନ୍ଦେହରେ। ଓଡ଼ିଶା ସମେତ ସାରା ଦେଶରେ କୋଭିଡ-୧୯ ମାମଲା ଦିନକୁ ଦିନ ଉଦ୍‌ବେଗଜନକ ହେଉଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ସାଧାରଣତଃ ଏପ୍ରିଲ ମାସ ଆରମ୍ଭ ହେଉଥିବା ଶିକ୍ଷାବର୍ଷ ଇତିମଧ୍ୟରେ ଚାରି ମାସ ବିଳମ୍ବ ହେଲାଣି। ଛାତ୍ରୀଛାତ୍ରଙ୍କ ନାମଲେଖା ସମୟ ବି ଗଡ଼ିଯାଇଛି। ତଥାପି ଜୁଲାଇ ୧୫ ସୁଦ୍ଧା ସରକାରୀ ବିଦ୍ୟାଳୟରେ ନାମଲେଖା କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ, ସାରା ରାଜ୍ୟରେ ଏବେ ନାମଲେଖା ଚାଲିଥିଲେ ମଧ୍ୟ ଆଶାନୁରୂପ ହୋଇପାରି ନାହିଁ। ବର୍ତ୍ତମାନ ପିଲାମାନଙ୍କ ପାଠପଢ଼ାଠାରୁ ଅଗଣିତ ଅଭିଭାବକ ନିଜ ପେଟପାଟଣାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ସେମାନେ ପିଲା ମାନଙ୍କ ପାଠଶାଠ କଥା ବି ଭୁଲିବାକୁ ବସିଲେଣି। ପ୍ରତିବର୍ଷ ପାଖାପାଖି ୬ ଲକ୍ଷ ଛାତ୍ରୀଛାତ୍ର ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଏବେ ସୁଦ୍ଧା ୫୦ପ୍ରତିଶତ ନାମଲେଖା ହୋଇପାରିନି। ଯେଉଁମାନେ ସ୍କୁଲ ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ସେମାନେ ବି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କରୋନା ଭୟରେ ଘରୁ ବାହାରି ପାରୁନାହାନ୍ତି। ସେପଟେ ସିବିଏସଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଏ ପର୍ଯ୍ୟନ୍ତ ନାମଲେଖା ନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ଜାରି ହୋଇ ନ ଥିବାରୁ ଲକ୍ଷାଧିକ ଅଭିଭାବକ ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ। ଏ ତ ଗଲା ସ୍କୁଲ ଶିକ୍ଷା କଥା। ଯଦି ଉଚ୍ଚଶିକ୍ଷାକୁ ବିଚାରକୁ ନିଆଯାଏ, ତେବେ ଗତ ଏପ୍ରିଲ ୨୯ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ମେ’ ୩୧ ଯାଏ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନରେ ଶିକ୍ଷା ଦେବାକୁ କୁହାଯାଇଥିଲା। ଜୁନ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରୋଜେକ୍ଟ ରିପୋର୍ଟ/ଇଣ୍ଟର୍ନଶିପ୍‌ ୱାର୍କ/ପ୍ଲେସମେଣ୍ଟ ଡ୍ରାଇଭ, ଜୁନ ୧୬ରୁ ୩୦ ଯାଏ ଗ୍ରୀଷ୍ମ ଛୁଟି, ଜୁଲାଇ ୧ରୁ ୧୫ ମଧ୍ୟରେ ଟର୍ମିନାଲ ପରୀକ୍ଷା, ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଅଗଷ୍ଟରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲିବ। ନୂଆ ଛାତ୍ରୀଛାତ୍ରଙ୍କ ପାଇଁ ସେପ୍ଟେମ୍ବରରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ୨୦୨୧ ଜାନୁୟାରୀ ୧ରୁ ୨୫ ମଧ୍ୟରେ ସେମିଷ୍ଟର ପରୀକ୍ଷା, ଜାନୁୟାରୀ ୨୭ରୁ ପୁଣିଥରେ ପାଠପଢ଼ା ଆରମ୍ଭ ହୋଇ ମେ ୨୫ରେ ସରିବ। ୨୦୨୧ମେ’ ୨୬ରୁ ଜୁନ୍‌ ୨୫ ଯାଏ ପରୀକ୍ଷା କରାଯିବ। ଜୁଲାଇରେ ଗ୍ରୀଷ୍ମ ଛୁଟି ହେବା ସହ ଅଗଷ୍ଟ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କୁହାଯାଇଥିଲା, ଯାହାକୁ ଆଧାର କରି ରାଜ୍ୟ ସରକାର ବି ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ।
ତେବେ କରୋନା ବଢ଼ୁଥିବାରୁ ମନ୍ତ୍ରଣାଳୟର ଏହି ନକ୍ସା ଏବେ କାମ କରୁନି। କୌଣସି ଗୋଟିଏ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ମେ’ ଜୁନ ମାସ ଗଲାଣି। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଆଉ ପାଦେ ଆଗକୁ ବଢ଼ି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି। ତେଣୁ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଥିବା ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ କି ନାହିଁ, ତାହାକୁ ନେଇ ବି ଅନିଶ୍ଚିତତା ରହିଛି। ଶିକ୍ଷାବିତ୍‌ଙ୍କ ମତରେ ଆସନ୍ତା ଦୁଇ ମାସ ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଏବଂ ପାଠପଢ଼ା ସମ୍ଭବପର ନୁହେଁ। ଅନ୍‌ଲାଇନରେ କ୍ଲାସ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବନି। କାରଣ ଏବେ ବି ସ୍କୁଲସ୍ତରରେ ୬୦ ପ୍ରତିଶତ ପିଲା ଅନ୍‌ଲାଇନ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରରେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ଛାତ୍ରୀଛାତ୍ରଙ୍କ ନାମଲେଖା ଓ ଶିକ୍ଷାଦାନ ନେଇ ଏବେ ଦୁଇଟି ବିକଳ୍ପ ରହିଛି। ପ୍ରଥମତଃ ପିଲାଙ୍କ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରିବେ ଏବଂ ଅକ୍ଟୋବରରୁ ଶିକ୍ଷାବର୍ଷ ଆରମ୍ଭ କରାଇବେ। ଯଦି ସେପ୍ଟେମ୍ବରରେ ଶିକ୍ଷାନୁଷ୍ଠାନ ଖୋଲିବ, ତେବେ ଏହି ମାସରେ ନାମଲେଖା ଶେଷ କରି ଅକ୍ଟୋବରରୁ ନୂତନ ଛାତ୍ରୀଛାତ୍ରଙ୍କ ପାଠପଢ଼ା କରାଇପାରିବେ। ଦଶହରା ଛୁଟି ରହିବ ନାହିଁ। ରବିବାର ବି ପିଲାଙ୍କ ପାଠପଢ଼ା କରାଇବେ। ତେବେ ଯାଇ ମେ’ ମାସରେ ଛାତ୍ରୀଛାତ୍ରଙ୍କ ପାଠ୍ୟକ୍ରମ ଶେଷ ହୋଇପାରିବ। ନ ହେଲେ ଶିକ୍ଷାବର୍ଷକୁ ବଦଳାଇବାକୁ ପଡ଼ିବ। ଏପ୍ରିଲ ମାସରୁ ଆରମ୍ଭ ହେଉଥିବା ଶିକ୍ଷାବର୍ଷକୁ ଅକ୍ଟୋବର ମାସରୁ କରାଇବେ। ସେହି ଅନୁଯାୟୀ ସଂକ୍ଷିପ୍ତ ପାଠ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ହେବ।
ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର
ମୋ :୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri