ସିମ୍ପାଜି ଗବେଷିକା

ଖେଳରେ ମାତି ରହିବା ସକାଶେ ମାତାପିତା ସାଧାରଣତଃ ପିଲାଙ୍କୁ ଟେଡି ବିୟର ବା ଭାଲୁ କଣ୍ଢେଇ ଦେଇଥାଆନ୍ତି। କିନ୍ତୁ ଛୁଆଟିଏ ଥିବା ବେଳେ ବାପା ତାଙ୍କୁ ସିମ୍ପାଜି କଣ୍ଢେଇ ବା ବଣମଣିଷର ଚିତ୍ରସଂଲଗ୍ନ ଖେଳଣା ‘ଜୁବ୍‌ଲି’ ଉପହାର ଦେଇଥିଲେ। ସେତିକିରେ ସନ୍ତୁଷ୍ଟ ହୋଇ ଜୁବ୍‌ଲି ସହ ଖେଳିବା ଆରମ୍ଭ କରିଥିବା ଶିଶୁକନ୍ୟା ଜେନ୍‌ ଗୁଡ୍‌ଅଲ୍‌ ବିଶ୍ୱର ଅନ୍ୟତମ ପ୍ରକୃତି ବିଜ୍ଞାନୀ ପାଲଟି ଯାଇଛନ୍ତି। ସିମ୍ପାଜିଙ୍କ ଉପରେ ଦୀର୍ଘବର୍ଷର ଗବେଷଣା ଓ ଅନୁଧ୍ୟାନ କରି ସେ ଯେଉଁ ତଥ୍ୟ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପିତ କରିଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ବୃହତ୍‌ ଦସ୍ତାବିଜ୍‌ରେ ପରିଣତ ହୋଇଛି। ସେହି ଦିଗରେ ଜୀବନବ୍ୟାପୀ କାର୍ଯ୍ୟ ଲାଗି ସେ ୨୦୨୧ ଟେମ୍ପଲଟନ୍‌ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି। ପ୍ରକୃତି ସହ ମାନବଜାତି ଓ ତାହାର ଉଦ୍ଦେଶ୍ୟ ସଂକ୍ରାନ୍ତ ରହସ୍ୟକୁ ଉନ୍ମୋଚନ କରି ଜନହିତକର କାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଜନ୍ମିତ ବ୍ରିଟିଶ ନିବେଶକାରୀ, ଟେମ୍ପଲଟନ୍‌ ଗ୍ରୋଥ୍‌ ଫଣ୍ଡ୍‌ର ପ୍ରବର୍ତ୍ତକ ତଥା ଜନହିତକାରୀ ଜନ୍‌ ଟେମ୍ପଲ୍‌ଟନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରସ୍କାର ୧୯୭୩ ମସିହାରେ ପ୍ରଥମେ ସେବାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସାଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି ପାଇ ଗବେଷଣା କିମ୍ବା ଆଧ୍ୟାତ୍ମିକ ବାସ୍ତବତା ଆଡ଼କୁ ଯାଇ ନୂଆ ଚିନ୍ତା ସୃଷ୍ଟି କରିପାରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଆସୁଛି। ଏହି ପୁରସ୍କାର ଲାଗି ଅର୍ଥରାଶି ୧.୧ ମିଲିୟନ ପାଉଣ୍ଡ୍‌ ଷ୍ଟର୍ଲିଂ ରଖାଯାଇଛି। ପଶୁଙ୍କ ବୁଦ୍ଧି ଓ ମାନବଜାତି ସହ ସମ୍ପର୍କ ଉପରେ ଜେନ୍‌ ଅଧ୍ୟୟନ କରି ଆସିଛନ୍ତି। ୧୯୬୦ ଦଶକରେ ତାଞ୍ଜାନିଆର ସିମ୍ପାଜିଙ୍କଠାରୁ ତାଙ୍କ ଗବେଷଣା ଜୀବନ ଆରମ୍ଭ ହୋଇଥିଲା।
ଲଣ୍ଡନର ହାମ୍ପଷ୍ଟିଡ୍‌ଠାରେ ୧୯୩୪ରେ ଭାଲେରି ଜେନ୍‌ ମୋରିସ୍‌ ଗୁଡ୍‌ଅଲ୍‌ ଜନ୍ମଗ୍ରହଣ କରିଥିଲେ। ପିତା ଥିଲେ ବ୍ୟବସାୟୀ ମୋର୍ଟିମେର୍‌ ହର୍ବର୍ଟ ମୋରିସ୍‌-ଗୁଡ୍‌ଅଲ୍‌ ଓ ମାତା ଔପନ୍ୟାସିକା ମାର୍ଗାରେଟ୍‌ ମାଇଁଫାନ୍‌ଓ୍ବି ଯୋଶେଫ୍‌। ପରିବାର ବୋର୍ଣ୍ଣେମାଉଥ୍‌କୁ ଯିବା ପରେ ସେଠାକାର ଏକ ସ୍କୁଲରେ ଜେନ୍‌ ଗୁଡ୍‌ଅଲ୍‌ଙ୍କ ପଢ଼ା ଆରମ୍ଭ ହୋଇଥିଲା। ପିଲାଟି ବେଳେ ପିତା ଉପହାର ଦେଇଥିବା ଜୁବ୍‌ଲିକୁ ନେଇ ତାଙ୍କ ମନରେ ସର୍ବଦା ଅନେକ ପ୍ରଶ୍ନ ଉଙ୍କିମାରୁଥାଏ। ୧୯୫୭ରେ କେନିୟା ହାଏଲାଣ୍ଡ୍‌ରେ ଥିବା ତାଙ୍କ ବନ୍ଧୁଙ୍କ ଫାର୍ମକୁ ସେ ବୁଲିଯାଇଥିଲେ। ସେହିଠାରେ ସେ ପ୍ରାଣୀମାନଙ୍କ ପ୍ରେମରେ ପଡ଼ିଯାଇଥିଲେ ଓ ସେକ୍ରେଟାରି ଭାବେ କାର୍ଯ୍ୟ କରିଥିଲେ। ତେବେ ସିମ୍ପାଜି ଉପରେ ଗବେଷଣା କରିବା ତାଙ୍କ ମୂଳଲକ୍ଷ୍ୟ ଥିବାରୁ ସେହି ସୁଯୋଗ ଅପେକ୍ଷାରେ ଥିଲେ। ଶେଷରେ ତାଙ୍କୁ ତାଞ୍ଜାନିଆର ଓଲ୍‌ଡୁଭାଏ ଜର୍ଜ ଅଞ୍ଚଳରେ ଥିବା ସିମ୍ପାଜି ଉପରେ କାମ କରିବାର ସ୍ବାଧୀନ ଦାୟିତ୍ୱ ମିଳିଥିଲା। ଜେନ୍‌ ଏଭଳି ଏକ କ୍ଷେତ୍ରରେ ଗବେଷଣା କ୍ୟାରିୟର ବାଛିିବା ଦିଗରେ ତାଙ୍କ ମାତା ତାଙ୍କୁ ପୂର୍ଣ୍ଣ ସହାୟତା କରିଥିଲେ। ୧୯୫୮ରେ ତାଙ୍କୁ ପୁଣି ଲଣ୍ଡନ ଫେରିଆସି ପଢ଼ା ଜାରି ରଖିବାକୁ କୁହାଯାଇଥିଲା। ପରେ ସେ ତାଞ୍ଜାନିଆ ଯାଇ ସିମ୍ପାଜିଙ୍କ ବୁଦ୍ଧି ଓ ମଣିଷ ସହ ସମ୍ପର୍କକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ସେତେବେଳେ ଏହି ଦିଗ ଉପରେ କେବଳ ପୁରୁଷମାନେ ଗବେଷଣା କରୁଥିଲେ। ଜେନ୍‌ ସେହି ଚିନ୍ତାଧାରା ଭାଙ୍ଗି ଯେତେବେଳେ ଆଗକୁ ବଢ଼ିଚାଲିଲେ ପରିବର୍ତ୍ତୀ ସମୟରେ ଝିଅମାନେ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ସୂଚନା ଦିଆଯାଇପାରେ ଯେ, ୧୯୬୨ ବେଳକୁ ସିମ୍ପାଜି ଉପରେ ପୂର୍ଣ୍ଣ ଗବେଷଣା କରିବା ଲାଗି ପାଠ ଯଥେଷ୍ଟ ନ ଥିବାରୁ ସେ କେମ୍ପ୍ରିଜ୍‌ର ନ୍ୟୁନ୍‌ହାମ୍‌ କଲେଜକୁ ଗଲେ ଓ ସେଠାରୁ ବିଏ ଡିଗ୍ରୀ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ କେମ୍ପ୍ରିଜ୍‌ର ଡାରଓ୍ବିନ୍‌ କଲେଜରୁ ଇଥୋଲେଜି (ଲୋକନୀତି ଶାସ୍ତ୍ର)ରେ ପିଏଚ୍‌ଡି କରିଥିଲେ।
ଦୀର୍ଘ ୬୦ ବର୍ଷ ସିମ୍ପାଜିଙ୍କ ଉପରେ ଅଧ୍ୟୟନ କରିଥିବା ଜେନ୍‌ଙ୍କର ଅନ୍ୟତମ ପ୍ରିୟ ପ୍ରାଣୀ କୁକୁର। ପଶୁ ଓ ମଣିଷର ସମ୍ବନ୍ଧ ଉପରେ ଗବେଷଣା କରିଥିବା ଜେନ୍‌ଙ୍କ ଦୁର୍ବଳତା ଆଧ୍ୟାତ୍ମିକତା ଆଡ଼କୁ ଅନେକ ଢଳିଛି। ଖ୍ରୀଷ୍ଟିଆନ୍‌ ପରିବାରରେ ଜନ୍ମିତ ଜେନ୍‌ ରାତିରେ ଥିଓସୋଫି ବା ବ୍ରହ୍ମବିଦ୍ୟା ଉପରେ ଅନର୍ଗଳ ବକ୍ତୃତା ଦେଇ ଅସଂଖ୍ୟ ପ୍ରଶଂସକ ମଧ୍ୟ ସାଉଁଟିଛନ୍ତି। ତାଙ୍କ ସାମଗ୍ରିକ ଜୀବନକୁ ଅନୁଧ୍ୟାନ କରି ଟେମ୍ପଲ୍‌ଟନ୍‌ ପୁରସ୍କାର ଲାଗି ତାଙ୍କ ନାମ ମନୋନୀତ କରିଯାଇଥିବା ବିଚାରକମଣ୍ଡଳୀ କହିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?