Posted inTrending, ଖେଳ

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୨୭ରେ ଖେଳାଯିବ। ଏହି ସିରିଜ୍‌ରେ ଅଭିଜ୍ଞ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ଖେଳୁଥିବା ନଜର ଆସିବେ।

ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଦିନିକିଆ ସିରିଜ ରୋହିତ ଓ ବିରାଟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଉଭୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଛି ବଡ଼ ମାଇଲଖୁଣ୍ଟ ହାସଲ କରିବାର ନିକଟରେ ଅଛନ୍ତି। ତେଣୁ ଏହି ସିରିଜ ଉପରେ କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି।

ଏହି ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କ ଉପରେ ରହିଛି ସମସ୍ତଙ୍କ ନଜର। କୋହଲି ଏବେ ଦିନିକିଆ କ୍ରିକେଟ୍‌ରେ ୧୫ ହଜାର ରନ୍‌ର ଐତିହାସିକ ମାଇଲଖୁଣ୍ଟଠାରୁ ମାତ୍ର ୫୯ ରନ ଦୂରରେ ଅଛନ୍ତି। କୋହଲି ଏପର୍ଯ୍ୟନ୍ତ ୩୧୪ଟି ଦିନିକିଆ ମ୍ୟାଚ୍‌ରେ ୧୪,୯୪୧ ରନ ସଂଗ୍ରହ କରିଛନ୍ତି।

ଭାରତୀୟ ଟିମ୍‌ର ଅଭିଜ୍ଞ ବ୍ୟାଟର୍‌ ରୋହିତ ଆଉ ଏକ ବଡ଼ ରେକର୍ଡ ହାସଲ କରିବା ଦ୍ୱାରରେ ଅଛନ୍ତି। ଏପର୍ଯ୍ୟନ୍ତ ୨୮୮ଟି ଦିନିକିଆ ମ୍ୟାଚ ଖେଳି ରୋହିତ ୧୧,୮୯୫ ରନ ସଂଗ୍ରହ କରିଛନ୍ତି। ୧୨ ହଜାର ଦିନିକିଆ ରନ ପୂରଣ କରିବା ପାଇଁ ତାଙ୍କୁ ଆଉ ମାତ୍ର ୧୦୫ ରନ ଆବଶ୍ୟକ। ଯଦି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ରୋହିତ ଏହି ମାଇଲଖୁଣ୍ଟ ଛୁଇଁନ୍ତି। ତେବେ ସେ ଦିନିକିଆ କ୍ରିକେଟ୍‌ରେ ୧୨ ହଜାରରୁ ଅଧିକ ରନ କରିଥିବା ଅଳ୍ପ କିଛି ବ୍ୟାଟରଙ୍କ ତାଲିକାରେ ସାମିଲ ହେବେ।

ରୋହିତଙ୍କ ସହ ବିରାଟ କୋହଲି ମଧ୍ୟ ଏହି ସିରିଜ୍‌ରେ ନଜରରେ ରହିବେ। ଦୀର୍ଘ ସମୟ ଧରି ଭାରତୀୟ ବ୍ୟାଟିଂର ଦୁଇ ପ୍ରମୁଖ ସ୍ତମ୍ଭ ରହିଥିବା ଏହି ଦୁଇ ଖେଳାଳିଙ୍କ ଉପସ୍ଥିତି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ଆହୁରି ଆକର୍ଷଣୀୟ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?