‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ବିଶ୍ୱର ସିନେମା ହଲ୍‌ରେ ରିଲିଜ ହେବାକୁ ଯାଉଛି।

ଫିଲ୍ମକୁ ନେଇ ଏବେଠାରୁ ବକ୍ସ ଅଫିସ୍‌ରେ ବଡ଼ ଆଶା ରହିଛି। ‘ଦୃଶ୍ୟମ ୩’ ପ୍ରଥମ ଦିନରେ ଭାରତରେ ୫୩ କୋଟି ଟଙ୍କାର ନେଟ କଲେକ୍ସନ କରିବାକୁ ଟାର୍ଗେଟ ରଖିଛି। ଏପରି ହେଲେ ଏହା ଅଜୟ ଦେବଗନଙ୍କ ସବୁଠାରୁ ବଡ଼ ଓପନିଂ ଦେଇଥିବା ଫିଲ୍ମଗୁଡ଼ିକ ମଧ୍ୟରେ ସାମିଲ ହୋଇପାରେ।

୨ ଅକ୍ଟୋବର ଛୁଟି ଦିନରେ ଫିଲ୍ମ ରିଲିଜ ହେଉଥିବାରୁ ଏହାର ଓପନିଂ କଲେକ୍ସନକଚ ଫାଇଦା ମିଳିବାର ଆଶା ରହିଛି। ‘ଦୃଶ୍ୟମ’ ଫ୍ରାଞ୍ଚାଇଜ୍‌ର ନିଜସ୍ବ ଫ୍ୟାନ ବେସ ଥିବାରୁ ଫିଲ୍ମର ପ୍ରଥମ ଦିନର କଲେକ୍ସନକୁ ନେଇ ମଧ୍ୟ ଆଶା ବଢ଼ିଛି। ତେବେ ଏପର୍ଯ୍ୟନ୍ତ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇନାହିଁ। ରିଲିଜକୁ ଆହୁରି କିଛି ଦିନ ବାକି ଥିବାରୁ ଆଗାମୀ ଦିନରେ ଆଡଭାନ୍ସ ବୁକିଂର ଟ୍ରେଣ୍ଡ ଉପରେ ନଜର ରହିବ।
‘ଦୃଶ୍ୟମ ୩’ରେ ଅଜୟ ଦେବଗନଙ୍କ ସହ ତବୁ ଓ ଶ୍ରିୟା ସରନ ନିଜ ନିଜ ପୁରୁଣା ଚରିତ୍ରରେ ନଜର ଆସିବେ। ଅନ୍ୟପକ୍ଷରେ ‘ଦୃଶ୍ୟମ ୨’ରେ ଆଇଜି ତରୁଣ ଅହଲାୱତଙ୍କ ଭୂମିକାରେ ନଜର ଆସିଥିବା ଅକ୍ଷୟ ଖାନ୍ନା ଏଥର ଫିଲ୍ମରେ ନାହାନ୍ତି।ଅକ୍ଷୟଙ୍କ ସ୍ଥାନରେ ଏଥର ଜୟଦୀପ ଅହଲାୱତଙ୍କ ଏଣ୍ଟ୍ରି ହୋଇଛି। ସେ ଜଣେ ଦକ୍ଷ ଓ କଠୋର ତଦନ୍ତକାରୀ ଅଧିକାରୀଙ୍କ ଭୂମିକାରେ ଅଜୟ ଦେବଗନଙ୍କ ଚରିତ୍ରକୁ ଚ୍ୟାଲେଞ୍ଜ କରୁଥିବା ଦେଖାଯିବେ।

‘ଦୃଶ୍ୟମ’ ଫ୍ରାଞ୍ଚାଇଜ୍‌ର ପୂର୍ବ ଦୁଇଟି ଭାଗ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ୨୦୧୫ରେ ରିଲିଜ ହୋଇଥିବା ‘ଦୃଶ୍ୟମ’ ଏବଂ ୨୦୨୨ରେ ଆସିଥିବା ‘ଦୃଶ୍ୟମ ୨’କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା।

ବିଶେଷକରି ‘ଦୃଶ୍ୟମ ୨’ ବକ୍ସ ଅଫିସରେ ୨୪୦ କୋଟି ଟଙ୍କାରୁ ଅଧିକ ନେଟ ବ୍ୟବସାୟ କରିଥିଲା। ଏବେ ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଥିବାବେଳେ ଅଜୟ ଦେବଗନଙ୍କ ‘ଦୃଶ୍ୟମ ୩’ ବକ୍ସ ଅଫିସ୍‌ରେ କିପରି ପ୍ରଦର୍ଶନ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?