Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ପ୍ୟାରିସ,୩୦।୫(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ରବିବାରଠାରୁ ଆରମ୍ଭ ହେବ। ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଟେନିସର ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ବିଶ୍ୱ କ୍ରୀଡ଼ା ପାଇଁ ଏକ ଖୁସି ଖବର ବୋଲି ବିବେଚିତ ହେଉଛି। ଫ୍ରେଞ୍ଚ୍‌ ଓପନର ଏହି ୧୨୫ତମ ସଂସ୍କରଣ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି। କ୍ଲେ କୋର୍ଟ ଉପରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସେହିପରି ମହିଳା ସିଙ୍ଗଲ୍ସରେ ପୋଲାଣ୍ଡର ଇଗା ସ୍ବିଟେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ।
ପ୍ରାୟ ସବୁ ଇଭେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଅଂଶଗ୍ରହଣ କରିବେ। ପୁରୁଷ ସିଙ୍ଗଲ୍ସରେ ସାମିଲ ଥିବା ଟପ୍‌-୧୦ ସିଡେଡ୍‌ ଖେଳାଳିମାନେ ହେଲେ ସର୍ବିୟାର ନୋଭାକ ଜୋକୋଭିଚ୍‌, ରୁଷିଆର ଡାନିଲି ମେଡଭେଡେଭ, ସ୍ପେନ୍‌ର ନାଡାଲ, ଅଷ୍ଟ୍ରିଆର ଡୋମିନିକ ଥିମ୍‌, ଗ୍ରୀସ୍‌ର ଷ୍ଟିଫାନୋସ ସିତିସପାସ, ଜର୍ମାନୀର ଆଲେକଜାଣ୍ଡର ଜେଭେରେଭ, ରୁଷିଆର ଆନ୍ଦ୍ରେ ରୁବ୍ଲେଭ, ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ରୋଜର ଫେଡେରର, ଇଟାଲୀର ମାଟେଓ ବେରେଟିନୀ ଓ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନ।
ଅନ୍ୟପଟେ ମହିଳା ସିଙ୍ଗଲ୍ସରେ ଟପ୍‌-୧୦ ଖେଳାଳିମାନେ ହେଲେ ଅଷ୍ଟ୍ରେଲିଆର ଆଶଲେ ବାର୍ଟି, ଜାବାନ ନାଓମି କ୍ୟାମ୍ପବେଲ, ବେଲାରୁଷର ଅରିନା ସାବାଲେଙ୍କା, ଆମେରିକାର ସୋଫିଆ କେନିନ, ୟୁକ୍ରେନର ଏଲିନା ଭିଟୋଲିନା, କାନାଡାର ବାୟାଙ୍କା ଆଣ୍ଡ୍ରେସ୍କୁ, ଆମେରିକାର ସେରେନା ଓ୍ବିଲିୟମ୍ସ, ସ୍ବିଟେକ, ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ଓ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌କିକ୍‌।
ସାରା ଟୁର୍ନାମେଣ୍ଟରେ ସେରେନା, ଫେଡେରର, ନାଡାଲ ଓ ଜୋକୋଭିଚ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତେବେ କେତେଜଣ ସ୍ବଳ୍ପ ବୟସ୍କା ଖେଳାଳିମାନେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୭ ବର୍ଷୀୟା ଆମେରିକାର କୋକୋ ଗୌଫ, ସ୍ପେନ୍‌ର ୧୮ ବର୍ଷୀୟା ଖେଳାଳି କାର୍ଲୋସ ଅଲକାରାଜ, ୧୮ ବର୍ଷୀୟା ଡେନ୍‌ମାର୍କ ଖେଳାଳି କ୍ଲାରା ଟୌସନ ଓ ୧୯ ବର୍ଷୀୟ ଇଟାଲୀ ଖେଳାଳି ଜାନିକ ସିନର।
ଏଥର ଫ୍ରେଞ୍ଚ୍‌ ଓପନ ନାଡାଲଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। କ୍ଲେ କୋର୍ଟର ରାଜା କୁହାଯାଉଥିବା ନାଡାଲ ୧୩ଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତି ରେକର୍ଡ କରିଛନ୍ତି। ଯେକୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସର୍ବାଧିକ ଟାଇଟଲ ଜିତିବାର ସେ ନୂଆ ରେକର୍ଡ କରିଛନ୍ତି। ଏଥର ସଫଳ ହେଲେ ସେ ୧୪ତମ ଟାଇଟଲ ହାସଲ କରିବେ। ଫ୍ରେଞ୍ଚ୍‌ ଓପନ ତାଙ୍କର ଫେଭରାଇଟ ଟୁର୍ନାମେଣ୍ଟ ବିବେଚିତ ହୋଇଆସିଛି। ମୋଟ ଉପରେ ନାଡାଲଙ୍କ ଉପରେ ସମସ୍ତଙ୍କ ନଜର ଅଧିକ ରହିବ। ତେବେ ନାଡାଲଙ୍କ ସମେତ ଜୋକୋଭିଚ୍‌, ଥିମ୍‌, ମେଡେଭେଡେଭ ଏବଂ ଅନ୍ୟ ଯୁବ ଓ ଅଭିଜ୍ଞମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନାଡାଲ ୪ଥର ଡିଫେଣ୍ଡିଂ ଚାମ୍ପିୟନ ରହିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?