ଧାନରେ ମଣ୍ଡି ଭର୍ତ୍ତି, ମିଲରଙ୍କ ଦେଖାନାହିଁ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୧୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉମାତ୍ର ୨ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସ୍ବାଭାବିକ ହୋଇପାରି ନାହିଁ। ମଣ୍ଡିକୁ ବିକ୍ରି ପାଇଁ ଯେଉଁ ପରିମାଣରେ ଧାନ ଆସୁଛି, ସେହି ଅନୁପାତରେ ତାହା ବିକ୍ରି ହୋଇପାରୁ ନାହିଁ। ସେହିପରି ଧାନ ଉଠାଇବାକୁ କେତେକ ମଣ୍ଡିକୁ ଏପର୍ଯ୍ୟନ୍ତ ମିଲର୍ସଙ୍କ ପାଦ ମଧ୍ୟ ପଡ଼ି ନାହିଁ । ଫଳରେ ବିକ୍ରି ଅପେକ୍ଷାରେ ରହିଥିବା ଧାନରେ ମଣ୍ଡିଗୁଡ଼ିକ ଭର୍ତ୍ତି ହୋଇଗଲାଣି। ଅନ୍ୟପଟେ ତୁହାକୁ ତୁହା ବର୍ଷା ମାଡ଼ି ଆସୁଥିବାବେଳେ ମୌସୁମୀ ପାଖେଇ ଆସିଲାଣି। ଏଭଳି ସ୍ଥିତିରେ ଜିଲାର ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଅଭିଯୋଗ ନେଇ ସୋମବାର ଜିଲାର ତେନ୍ତେଲଟିକ୍ରା ଧାନକ୍ରୟ କେନ୍ଦ୍ର(ମଣ୍ଡି) ଉପରେ ନିର୍ଭରଶୀଳ ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ।
ସୂଚନା ଅନୁଯାୟୀ, ମଣ୍ଡି ଖୋଲିବା ପରେ ଅଞ୍ଚଳର ଚାଷୀମାନେ ଟୋକନ ଆଧାରରେ ଧାନ ମଣ୍ଡିକୁ ଆଣିଛନ୍ତି। ବିକ୍ରି ଅପେକ୍ଷାରେ ସେଠାରେ ସବୁଧାନ ପଡ଼ି ରହିଛି। କିନ୍ତୁ ତାକୁ କ୍ରୟ କରାଯାଉ ନାହିଁ କିମ୍ବା ସେଠାରୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଠାରେ ସ୍ଥିତି ଏଭଳି ହୋଇଛି ଯେ ଧାନ ଗଦାକରି ରଖିବା ପାଇଁ ମଧ୍ୟ ମଣ୍ଡିରେ ଆଉ ଜାଗା ନାହିଁ। ଫଳରେ ମଣ୍ଡିରେ ଧାନ ରଖିବାକୁ ନେଇ ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିଛି ବୋଲି ଚାଷୀମାନେ କହିଛନ୍ତି। ସେହିପରି ଧାନ ଉଠାଯାଉ ନ ଥିବାରୁ ସମ୍ପୃକ୍ତ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ମଧ୍ୟ ସରି ଯାଉଛି। ଟୋକନ ଅବଧି ସରିଗଲେ ସେମାନେ ଧାନବିକ୍ରିରୁ ବଞ୍ଚିତ ହେବାର ଆଶଙ୍କା ରହିଥିବା ଚାଷୀମାନେ କହିଛନ୍ତି।
କେବଳ ସେତିକି ନୁହେଁ, ଉକ୍ତ ମଣ୍ଡିରେ ଦୀର୍ଘଦିନରେ ବିକ୍ରି ଅପେକ୍ଷାରେ ଧାନ ପଡ଼ି ରହିଥିବା ଯୋଗୁ ଚାଷୀମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଧାନ ବିକ୍ରି ହେବା ଆଶା ନେଇ ଚାଷୀମାନେ ମଣ୍ଡିକୁ ପ୍ରତିଦିନ ଆସୁଛନ୍ତି, ମାତ୍ର ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ତାହା ବିକ୍ରି ନ ହେବାରୁ ଚାଷୀମାନଙ୍କୁ ନିରାଶରେ ପୁଣି ଘରକୁ ଫେରିଯିବାକୁ ପଡୁଛି। ଏଭଳି ସ୍ଥିତିରେ ଚାଷୀମାନେ ଧାନ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇ ପାରୁ ନ ଥିବାବେଳେ ପରବର୍ତ୍ତୀ ଫସଲ ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରି ପାରୁ ନାହାନ୍ତି। ଫଳରେ ଏ ଦିଗରେ ଦୃଷ୍ଟି ଦେଇ ଧାନ ଉଠାଣ ପାଇଁ ତ୍ୱରିତ୍‌ ପଦକ୍ଷେପ ନେବାକୁ ଚାଷୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଚୁଡ଼ାମଣି ସାହୁ, ଯୁଧିଷ୍ଠିର ସାହୁ, ମୁନା ସାହୁ, ଦେବରାଜ ପ୍ରଧାନ, ଗୁରୁଦେବ ସାହୁଙ୍କ ସମେତ ଅନେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?