ମା’ଗୃହରେ ୧୦ ଗର୍ଭବତୀ ସୁରକ୍ଷିତ: ରାତିଅଧିଆ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ଓ ପବନ ଆଶଙ୍କା ଥିବାରୁ ୧୦ ଜଣ ଗର୍ଭବତୀ ମହିଳାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମା’ଗୃହରେ ସୁରକ୍ଷିତ ଭାବେ ରଖାଯାଇଛି।

ଗୁରୁବାରଠାରୁ ଦାରିଙ୍ଗବାଡ଼ି ଅଞ୍ଚଳରେ ବର୍ଷା ଜାରି ରହିଛି। ଶୁକ୍ରବାର ବାତ୍ୟାର ଲ୍ୟାଣ୍ଡଫଲ ଆଶଙ୍କା ଥିବାରୁ ବର୍ଷା ଓ ପବନର ତୀବ୍ରତା ବଢ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିଶେଷକରି ଭୂସ୍ଖଳନ ପ୍ରବଣ ଅଞ୍ଚଳ, ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଗର୍ଭବତୀ ମହିଳାଙ୍କୁ ମା’ଗୃହକୁ ଅଣାଯାଇ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ସହ ଆବଶ୍ୟକ ସୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି।

ଗୁରୁବାର ବିଳମ୍ବିତ ରାତିରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଓ ତହସିଲଦାର ଧୀରଜ ପାତ୍ର ମା’ଗୃହରେ ପହଞ୍ଚି ଗର୍ଭବତୀ ମହିଳାଙ୍କ ସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ମହିଳାମାନଙ୍କ ସହ ଆଲୋଚନା କରିବା ସହ କୌଣସି ପ୍ରକାର ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ।

ଏଥିସହ ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ଯେପରି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନହୁଏ, ସେଥିପାଇଁ ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅନ୍ୟପକ୍ଷରେ ପ୍ରଶାସନ ସହ ସାଂସଦଙ୍କ ପ୍ରତିନିଧି ମଧ୍ୟ ମା’ଗୃହରେ ପହଞ୍ଚି ଗର୍ଭବତୀ ମହିଳାଙ୍କୁ ଫଳ ବଣ୍ଟନ କରିଥିଲେ। ବିପଦ ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ଥାନୀୟ ମହଲରେ ସ୍ବାଗତ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଲାମରେ ଇତିହାସ ରଚିଲା ଭାନ୍‌ ଗଗ୍‌ଙ୍କ ଚିତ୍ରକଳା, ଭାଙ୍ଗିଲା ୨୦୨୨ର ରେକର୍ଡ

ନ୍ୟୁୟର୍କ,୨୦।୧୧(ପି.ଟି.): ବିଶ୍ୱପ୍ରସିଦ୍ଧ ଡଚ୍‌ (ନେଦରଲାଣ୍ଡସ୍‌ ନାଗରିକ) ଚିତ୍ରଶିଳ୍ପୀ ଭିନ୍‌ସେଣ୍ଟ ଭାନ୍‌ ଗଗ୍‌ଙ୍କ ଏକ ଦୁର୍ଲଭ ଚିତ୍ରକଳା ନିଲାମ ଇତିହାସରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ୧୯୦.୪ ନିୟୁତ…

ମାଡ଼ି ଆସିଲାଣି ବର୍ଷା, ଖୋଲିଲାନି ଧାନମଣ୍ଡି: ମୁଣ୍ଡ ଟେକିଛି ଆନ୍ଦୋଳନ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାରେ ଧାନ ବିକ୍ରିବଟା ସମସ୍ୟା…

ବିଧାୟକ ହାତପାଣ୍ଠିରେ ବଡ଼ ଗଡ଼ବଡ଼: ୪୭ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହୋଇନି ଟଙ୍କାଟିଏ

ଭୁବନେଶ୍ୱର,୨୦।୧୧ (ରବିନାରାୟଣ ଜେନା):ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅଙ୍ଗୀକାରବଦ୍ଧ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ-ଲାଡ୍‌)ର…

ଆମେରିକା ମାଟିରେ ପୁଣି ‘ଭୋଟ୍‌ ଚୋରି’ ପ୍ରସଙ୍ଗ ଉଠାଇଲେ ରାହୁଲ, ବର୍ଷିଲା ଭାଜପା

ନୂଆଦିଲ୍ଲୀ/ଶିକାଗୋ,୨୦।୧୧(ପି.ଟି.): ଆମେରିକାର ଶିିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ ବୋଲି କହିବା…

କୋଟିଆରେ ସରପଞ୍ଚ ନିର୍ବାଚନ ତାରିଖ ବଦଳାଇଲା ଆନ୍ଧ୍ର: ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ

ପଟ୍ଟାଙ୍ଗି,୨୦ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ୩ ଗ୍ରାମରେ ହେବାକୁ ଥିବା ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ନିର୍ବାଚନ ତାରିଖକୁ ଆନ୍ଧ୍ର ପରିବର୍ତ୍ତନ…

ଭାରତ ବିପକ୍ଷରେ ଐତିହାସିକ କାରନାମା କଲେ ଫିଲ୍ମ:ବିଶ୍ୱର ପ୍ରଥମ ବ୍ୟାଟର ଭାବେ…

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଭାରତ ବିପକ୍ଷରେ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରି ନୂଆ ଇତିହାସ ରଚିଛନ୍ତି।…

ବାତ୍ୟା ଅକ୍ବାନ; ୨ ଦିନ ଓଡ଼ିଶାରେ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୦।୧୧: ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୨ ଦିନ…

ଏହା ତ କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି: ସିରାଜଙ୍କୁ ନେଇ ଭବିଷ୍ୟବାଣୀ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରୁ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?