୧୦ ହଜାର ରୋହିଙ୍ଗ୍ୟାଙ୍କୁ ହତ୍ୟା କରିଛି ମ୍ୟାନ୍‌ମାର ସେନା: ଆଇସିଜେ

ଦି ହେଗ,୨୦।୧୧: ୨୦୧୭ ମସିହାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟ ଉପରେ ହୋଇଥିବା ବର୍ବର ଦମନଲୀଳା ସମୟରେ ମ୍ୟାନ୍‌ମାର ସୁରକ୍ଷା ବଳ ହଜାର ହଜାର ରୋହିଙ୍ଗ୍ୟା ନାଗରିକଙ୍କୁ ହତ୍ୟା କରିଥିଲା ବୋଲି ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ) ଗୁରୁବାର ସ୍ପଷ୍ଟ କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ଐତିହାସିକ ରାୟ ପାଠ ସମୟରେ କୋର୍ଟ କହିଛନ୍ତି, ମ୍ୟାନ୍‌ମାର ସୈନିକମାନେ ପ୍ରାୟ ୧୦,୦୦୦ ରୋହିଙ୍ଗ୍ୟାଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ମହିଳାଙ୍କ ଉପରେ ବ୍ୟାପକ ଯୌନ ହିଂସା, ଶିଶୁଙ୍କ ଉପରେ ଅତ୍ୟାଚାର ଏବଂ ଗ୍ରାମଗୁଡ଼ିକୁ ଧ୍ୱଂସ କରିଦେଇଥିଲେ। ବାଂଲାଦେଶକୁ ପଳାୟନ କରୁଥିବା ନିରୀହ ଲୋକଙ୍କ ଉପରେ ମଧ୍ୟ ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ପ୍ରମାଣରୁ ସ୍ପଷ୍ଟ ହୋଇଛି।
୧୯୪୮ ଜାତିସଂଘ ଗଣହତ୍ୟା ସମ୍ମିଳନୀ ଅଧୀନରେ ଗାମ୍ବିଆ ଦ୍ୱାରା ଦାୟର କରାଯାଇଥିବା ଏହି ମାମଲାର ବିଚାର ଗତ ସାତ ବର୍ଷ ଧରି ୧୫ ଜଣିଆ ଖଣ୍ଡପୀଠରେ ଚାଲିଥିଲା। ମ୍ୟାନ୍‌ମାର ସର୍ବଦା ଏହି ଅଭିଯୋଗକୁ ଖଣ୍ଡନ କରି ବିଦ୍ରୋହୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଯୁକ୍ତି ବାଢ଼ିଆସିଛି। ତେବେ ଏହା ‘ଗଣହତ୍ୟା’ ଶ୍ରେଣୀଭୁକ୍ତ କି ନୁହେଁ, ସେ ନେଇ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଉଥିବା ବେଳେ ବାଂଲାଦେଶର ବିଶାଳ ଶରଣାର୍ଥୀ ଶିବିରରେ ରହୁଥିବା ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟାଙ୍କ ମନରେ ନ୍ୟାୟ ପାଇବାର ଏକ ନୂତନ ଆଶା ସଞ୍ଚାର ହୋଇଛି।
ଏହି ଐତିହାସିକ ରାୟ କେବଳ ରୋହିଙ୍ଗ୍ୟା ପୀଡ଼ିତଙ୍କ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ମାନବାଧିକାର ଏବଂ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ୨୦୨୧ ସାମରିକ ବିଦ୍ରୋହ ପରେ କ୍ଷମତା ଦଖଲ କରିଥିବା ମ୍ୟାନ୍‌ମାର ନେତା ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗଙ୍କ ଉପରେ ଏହା ଅନ୍ତର୍ଜାତୀୟ ଚାପ ବୃଦ୍ଧି କରିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁ

ସମ୍ବଲପୁର,୨୦।୧୧: ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର ୧୦…

‘ଅର୍ଣ୍ଣବ’ ତୁଳନାରେ ‘ଅକ୍ୱାନ’ରେ ବର୍ଷା ପରିମାଣ ବହୁତ କମ: ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ

ଦାରିଙ୍ଗବାଡ଼ି, ୨୦।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’କୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ଗୁରୁବାରଠାରୁ ଶୁକ୍ରବାର ସକାଳ…

ଅଧରାତିରେ ଗାଁରେ ପହଞ୍ଚିଲେ ବିଡିଓ-ତହସିଲଦାର: ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନ ତତ୍ପର

କେସିଙ୍ଗା, ୨୦।୧୧ (ତୁମେଶ୍ୱର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି।…

ଜାନୁଆରୀ ୧ରୁ ଭାରତୀୟଙ୍କ ପାଇଁ ମାଲେସିଆର ଭିଜାମୁକ୍ତ ପ୍ରବେଶ ବନ୍ଦ

ସିଙ୍ଗାପୁର,୨୦ା୧୧(ପି.ଟି.): ଭାରତୀୟ ନାଗରିକଙ୍କ ପାଇଁ ମାଲେସିଆ ଆସନ୍ତା ଜାନୁଆରୀ ୧ରୁ ଭିଜାମୁକ୍ତ ପ୍ରବେଶ ସୁବିଧା ବନ୍ଦ କରିବାକୁ ଯାଉଛି। ମାଲେସିଆର ଇମିଗ୍ରେସନ ବିଭାଗ ପକ୍ଷରୁ ଏହି ଘୋଷଣା…

ମା’ଗୃହରେ ୧୦ ଗର୍ଭବତୀ ସୁରକ୍ଷିତ: ରାତିଅଧିଆ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ନିଲାମରେ ଇତିହାସ ରଚିଲା ଭାନ୍‌ ଗଗ୍‌ଙ୍କ ଚିତ୍ରକଳା, ଭାଙ୍ଗିଲା ୨୦୨୨ର ରେକର୍ଡ

ନ୍ୟୁୟର୍କ,୨୦।୧୧(ପି.ଟି.): ବିଶ୍ୱପ୍ରସିଦ୍ଧ ଡଚ୍‌ (ନେଦରଲାଣ୍ଡସ୍‌ ନାଗରିକ) ଚିତ୍ରଶିଳ୍ପୀ ଭିନ୍‌ସେଣ୍ଟ ଭାନ୍‌ ଗଗ୍‌ଙ୍କ ଏକ ଦୁର୍ଲଭ ଚିତ୍ରକଳା ନିଲାମ ଇତିହାସରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ୧୯୦.୪ ନିୟୁତ…

ମାଡ଼ି ଆସିଲାଣି ବର୍ଷା, ଖୋଲିଲାନି ଧାନମଣ୍ଡି: ମୁଣ୍ଡ ଟେକିଛି ଆନ୍ଦୋଳନ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାରେ ଧାନ ବିକ୍ରିବଟା ସମସ୍ୟା…

ବିଧାୟକ ହାତପାଣ୍ଠିରେ ବଡ଼ ଗଡ଼ବଡ଼: ୪୭ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହୋଇନି ଟଙ୍କାଟିଏ

ଭୁବନେଶ୍ୱର,୨୦।୧୧ (ରବିନାରାୟଣ ଜେନା):ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅଙ୍ଗୀକାରବଦ୍ଧ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ-ଲାଡ୍‌)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?