Posted inTrending, ଖେଳ

ଟେଷ୍ଟ କ୍ରିକେଟ୍‌ରେ ଇତିହାସ ରଚିଲେ ନିକୋଲ୍ସ-ଫିଲିପ୍ସ: ୧୪୮ ବର୍ଷରେ ମାତ୍ର ୧୫ଥର ଘଟିଛି ଏଭଳି କାରନାମା

ୱେଲିଂଟନ,୨୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାରେ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ମାତ୍ର ୭୦ ରନ୍‌ରେ ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲାଣ୍ଡ ଦଳକୁ ସମ୍ଭାଳିଥିଲେ ହେନରୀ ନିକୋଲ୍‌ସ ଓ ଗ୍ଲେନ ଫିଲିପ୍ସ। ଉଭୟଙ୍କ ଦମ୍‌ଦାର ଶତକୀୟ ଇନିଂସ ସହ ଷଷ୍ଠ ଉଇକେଟ୍‌ରେ ୨୧୬ ରନ୍‌ର ଭାଗୀଦାରି ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି। ନିକୋଲ୍‌ସ ଓ ଫିଲିପ୍ସଙ୍କ ୨୧୬ ରନ୍‌ର ଭାଗୀଦାରି ଟେଷ୍ଟ କ୍ରିକେଟର୍‌ ଏକ ସ୍ବତନ୍ତ୍ର ରେକର୍ଡ କ୍ଲବରେ ସ୍ଥାନ ପାଇଛି। ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ ମାତ୍ର ୧୫ଥର ଏଭଳି ଘଟିଛି, ଯେଉଁଥିରେ କୌଣସି ଦଳ ପ୍ରଥମ ୫ଟି ଉଇକେଟ ୧୦୦ ରନ ଭିତରେ ହରାଇବା ପରେ ଷଷ୍ଠ ଉଇକେଟରେ ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‌ର ଭାଗୀଦାରି କରିଛି।

ନ୍ୟୁଜିଲାଣ୍ଡ ଟେଷ୍ଟ କ୍ରିକେଟ ଇତିହାସରେ ଏହା ଦ୍ୱିତୀୟ ଥର। ଏହା ପୂର୍ବରୁ ୨୦୧୪ରେ ଭାରତ ବିପକ୍ଷ ୱେଲିଂଟନ ଟେଷ୍ଟରେ ବ୍ରେଣ୍ଡନ ମ୍ୟାକୁଲମ ଓ ବିଜେ ୱାଟଲିଙ୍ଗ ଷଷ୍ଠ ଉଇକେଟର ୩୫୨ ରନ୍ର ବିଶାଳ ଭାଗୀଦାରି କରିଥିଲେ। ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ପାଇଁ ଷଷ୍ଠ କିମ୍ବା ତା’ଠାରୁ ନିମ୍ନ କ୍ରମର ଉଇକେଟର ନିକୋଲ୍ସ ଓ ଫିଲିପ୍ସଙ୍କ ୨୧୬ ରନ୍‌ର ଭାଗୀଦାରି ଦ୍ୱିତୀୟ ସର୍ବବୃହତ୍‌। ଏହି ତାଲିକାର ଶୀର୍ଷରେ ୨୦୧୪ରେ ମ୍ୟାକୁଲମ ଓ ୱାଟଲିଙ୍ଗଙ୍କ ୩୫୨ ରନ୍‌ର ଭାଗୀଦାରି ରହିଛି।

ତେବେ ଦ୍ୱିତୀୟ ଦିନର ଖେଳରେ ଭାରତୀୟ ବୋଲର ଆକାଶ ଦୀପ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ସେ ଗ୍ଲେନ ଫିଲିପ୍ସଙ୍କୁ ୧୧୮ ରନ୍‌ର ବ୍ୟକ୍ତିଗତ ସ୍କୋରରେ ବୋଲ୍ଡ କରିଥିଲେ। ତେବେ ନିକୋଲ୍ସ ଓ ଫିଲିପ୍ସଙ୍କ ଏହି ଐତିହାସିକ ଭାଗୀଦାରି ମ୍ୟାଚକୁ ଏକ ନୂଆ ରୋମାଞ୍ଚକର ମୋଡ଼ ଦେଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏହା ତ କେବଳ ଟ୍ରେଲର , ଆଗକୁ ଫିଲ୍ମ ବାକି ଅଛି: ସିରାଜଙ୍କୁ ନେଇ ଭବିଷ୍ୟବାଣୀ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରୁ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦଳର…

ଜିନପିଙ୍ଗ୍‌ଙ୍କ ଭାଷଣ ବେଳେ ଶୋଇପଡିଲେ ଟ୍ରମ୍ପ! ସୋସିଆଲ ମିଡିଆରେ ଚର୍ଚ୍ଚା

ବେଜିଂ,୨୦।୧୧: ଚାଇନାର ଶେନଝେନ୍‌ରେ ଚାଲିଥିବା APEC ଶିଖର ସମ୍ମିଳନୀରେ ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ଭାଷଣ…

ଲ୍ୟାଣ୍ଡଫଲ କରୁଛି ବାତ୍ୟା; ଗୋପାଳପୁରରେ ସବୁଠୁ ଅଧିକ ବର୍ଷା, ପବନ…

ଭୁବନେଶ୍ବର,୨୦୧୧: ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

‘ଅକ୍ୱାନ୍‌’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ୭୦ରୁ ୮୦ କିଲୋମିଟର ବେଗରେ ବହୁଛି ପବନ

ଭୁବନେଶ୍ୱର,୨୦।୧୧: ସାମୁଦ୍ରିକ ଝଡ଼ ଅକ୍ୱାନ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ…

ମାଲେସିଆକୁ ୪-୧ରେ ହରାଇଲା ଭାରତ, ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କଲେ ଓଡ଼ିଆ ଝିଅ ପୂଜା

ଭୋପାଳ,୧୯।୧୧: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଚଳିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୧…

ଖେଳିବା ଥିଲା ସହଜ, ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହେବ, ଧୋନିଙ୍କ ମେଣ୍ଟର ହେବା ଉପରେ ସେହୱାଗ କହିଲେ…

ନୂଆଦିଲ୍ଲୀ,୧୯।୧୧: ମହେନ୍ଦ୍ର ସିଂହ ଧୋନି IPL 2027 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମେଣ୍ଟର (ପରାମର୍ଶଦାତା) ହୋଇଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ଫ୍ରାଞ୍ଚାଇଜ ଘୋଷଣା…

Hong Kong Sixes 2026ରୁ ମିଳିଥିବା ସମସ୍ତ ଆୟକୁ ଏହି ସଂସ୍ଥାକୁ ଦାନ କରିଛି BCCI; ସମ୍ପାଦକ ଦେବଜିତ ସାଇକିଆ କହିଲେ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରୁ ମିଳିଥିବା ଆୟକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ଏହି…

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?