ଭୁବନେଶ୍ବର,୨୦୧୧: ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଲିଠୁ ଆଜି ମଧ୍ୟରେ ଗୋପାଳପୁରରେ ସବୁଠୁ ଅଧିକ ବର୍ଷା ଜାରି ରହିଛି । ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୦, ପାରାଦୀପରେ ୮୪ ଓ ପୁରୀରେ ୭୩ ମିମି ବର୍ଷା ହୋଇଛି ।
ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୭୦ରୁ ୮୦ କିମି ରହିଥିବା ବେଳେ କିଛି ସ୍ଥାନରେ ଝଟକା ପବନର ବେଗ ୯୦ କିମି ରହିଛି । ଗତ ୬ ଘଣ୍ଟାରେ ୨୧ କିମି ବେଗରେ ଗତି କରୁଛି ଅକ୍ୱାନ୍ ।

