ବିଧାୟକ ହାତପାଣ୍ଠିରେ ବଡ଼ ଗଡ଼ବଡ଼: ୪୭ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହୋଇନି ଟଙ୍କାଟିଏ

ଭୁବନେଶ୍ୱର,୨୦।୧୧ (ରବିନାରାୟଣ ଜେନା):ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅଙ୍ଗୀକାରବଦ୍ଧ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ-ଲାଡ୍‌)ର ବ୍ୟବସ୍ଥା କରାଯାଇଛି। ହେଲେ ଯେଉଁ ସବୁ ପ୍ରକଳ୍ପ ନିର୍ବାଚନମଣ୍ଡଳୀରେ କରିବା ପାଇଁ ବିଧାୟକମାନେ ଆଗଭର ହେଉଛନ୍ତି ତାହା ବାସ୍ତବକ୍ଷେତ୍ରରେ ରୂପାୟନ ହୋଇପାରୁ ନାହିଁ। କେତେକ କ୍ଷେତ୍ରରେ ସରକାରୀସ୍ତରରେ ବିଧାୟକଙ୍କ ସୁପାରିସ ପ୍ରକଳ୍ପକୁ ଅନୁମୋଦନ ମିଳୁନାହିଁ ତ ଆଉ କେତେକ କ୍ଷେତ୍ରରେ ଅନୁଦାନ ଅର୍ଥକୁ ବିଧାୟକମାନେ ବିନିଯୋଗ କରିପାରୁ ନାହାନ୍ତି। ଏହାବାଦ୍‌ ଆଉ କେତେକ କ୍ଷେତ୍ରରେ ବିଧାୟକମାନେ ବିଭିନ୍ନ ପ୍ରକଳ୍ପରେ ବିନିଯୋଗ କରିଥିବା ଅର୍ଥର ପ୍ରମାଣପତ୍ର(ୟୁସି) ଠିକଣା ସମୟରେ ଦେଇପାରୁ ନାହାନ୍ତି। ଫଳରେ ନିର୍ବାଚନମଣ୍ଡଳୀର ବିକାଶ ବାଟବଣା ହେଉଛି। ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକବର୍ଷରେ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପ୍ରାୟ ୪୭ଟି ନିର୍ବାଚନମଣ୍ଡଳୀରେ ଟଙ୍କାଟିଏ ଖର୍ଚ୍ଚ ହୋଇ ନ ଥିବା ବେଳେ ୧୩ଟିରେ ସରକାରୀ ଅନୁଦାନ ମିଳିନାହିଁ। ବିଶେଷକରି ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାର ୭ଟି ନିର୍ବାଚନମଣ୍ଡଳୀରେ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇନାହିଁ। ରାଜ୍ୟରେ ବିଧାୟକମାନେ କେତେ ପାରିବାର ସେନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ଦର୍ଶାଇଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଗୁରୁବାର ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟର ୭ଟି ନିର୍ବାଚନମଣ୍ଡଳୀରେ ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ। ସେଥିମଧ୍ୟରେ ଦେବଗଡ଼, ଜଗତ୍‌ସିଂହପୁରର ପାରାଦୀପ, ଯାଜପୁରର ସୁକିନ୍ଦା, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ବ୍ରଜରାଜନଗର, ଝାରସୁଗୁଡ଼ା, କଳାହାଣ୍ଡିର ଭବାନୀପାଟଣା ଏବଂ କେନ୍ଦ୍ରାପଡ଼ାର ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ସେହିପରି ୨୦୨୫-୨୬ ବର୍ଷରେ ଗଞ୍ଜାମ ଜିଲାର ଭଞ୍ଜନଗର, ଦିଗପହଣ୍ଡି, ଗୋପାଳପୁର, ହିଞ୍ଜିଳି, ପୋଲସରା, ସାନଖେମୁଣ୍ଡି, ସୋରଡା ନିର୍ବାଚନମଣ୍ଡଳୀରେ ଗୋଟିଏ ବି ଟଙ୍କା ଏମ୍‌ଏଲ୍‌ଏ ଲାଡ୍‌ରେ ଖର୍ଚ୍ଚ ହୋଇନାହିଁ। ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକବର୍ଷରେ ରାଜ୍ୟର ୧୪୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୩ଟିରେ ଗୋଟିଏ ବି ପ୍ରକଳ୍ପକୁ ମଞ୍ଜୁରି ମିଳିନାହିଁ। ଉକ୍ତ ବର୍ଷ ପାଇଁ ମୋଟ ୭୩୧ କୋଟି ୩୨ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା। ଏଥିମଧ୍ୟରୁ ୫୭୭ କୋଟି ୫୫ ଲକ୍ଷ ଟଙ୍କାର ପ୍ରକଳ୍ପ ସୁପାରିସ ହୋଇଥିବାବେଳେ ୪୦୨ କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ହେଲେ ସେଥିରୁ ଖର୍ଚ୍ଚ ହୋଇଛି ମାତ୍ର ୭୭ କୋଟି ୨୩ ଲକ୍ଷ ଟଙ୍କା। ୨୦୨୬-୨୭ ଆର୍ଥିକବର୍ଷରେ ବିଧାୟକ ହାତପାଣ୍ଠି ଖର୍ଚ୍ଚ କରିବାପାଇଁ ସବୁ ଜିଲାପାଳଙ୍କୁ ଅକ୍ଟୋବର ୭ରେ ପତ୍ରଲେଖି ଅବଗତ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ମିଳିନାହିଁ। ସବୁଠାରୁ ଚିନ୍ତାଜନକ କଥା ହେଉଛି, ୧୩ଟି ନିର୍ବାଚନମଣ୍ଡଳୀରେ କୌଣସି ପ୍ରକଳ୍ପ ମଞ୍ଜୁର ହୋଇନାହିଁ। ଏହି ତାଲିକାରେ ଦିଗପହଣ୍ଡି, ସାନଖେମୁଣ୍ଡି, ବରୀ, ବେଗୁନିଆ, ଏକାମ୍ର ଭୁବନେଶ୍ୱର, ଜୟଦେବ, ଲକ୍ଷ୍ମୀପୁର, ମୋରଡ଼ା, ନୟାଗଡ଼, ବିଷମକଟକ, ବୀରମିତ୍ରପୁର, ବଣାଇ ଓ ରାଉରକେଲା ରହିଛି। ସମଗ୍ର ରାଜ୍ୟରେ ଖର୍ଚ୍ଚ ହୋଇ ନ ଥିବା ଅର୍ଥରାଶି ୬୫୪ କୋଟି ୯ ଲକ୍ଷ ଟଙ୍କାରୁ ଅଧିକ ରହିଛି। ବିଧାୟକ ପାଣ୍ଠି ବିନିଯୋଗରେ ବିଳମ୍ବ ଏବଂ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକ ପ୍ରମାଣପତ୍ର ପ୍ରଦାନରେ ଅବହେଳା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଜନାର ତ୍ୱରିତ କାର୍ଯ୍ୟାନ୍ବୟନ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀରେ ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଧାୟକ ହାତପାଣ୍ଠି ପାଇଁ ସ୍ବତନ୍ତ୍ର ପୋର୍ଟାଲ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ମଧ୍ୟ ତଦାରଖ କରାଯିବାକୁ ରହିଛି। ତେବେ ନିର୍ବାଚନମଣ୍ଡଳୀର ଉନ୍ନୟନ ପାଇଁ ଆବଣ୍ଟିତ ଶତାଧିକ କୋଟି ଟଙ୍କା ଥିବା ସତ୍ତ୍ୱେ ଏହାର ବିନିଯୋଗ ହୋଇ ନ ପାରିବା ଏବେ ଜନପ୍ରତିନିଧି ଓ ପ୍ରଶାସନିକ ବ୍ୟବସ୍ଥାର କାର୍ଯ୍ୟଦକ୍ଷତାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ମାଟିରେ ପୁଣି ‘ଭୋଟ୍‌ ଚୋରି’ ପ୍ରସଙ୍ଗ ଉଠାଇଲେ ରାହୁଲ, ବର୍ଷିଲା ଭାଜପା

ନୂଆଦିଲ୍ଲୀ/ଶିକାଗୋ,୨୦।୧୧(ପି.ଟି.): ଆମେରିକାର ଶିିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ ବୋଲି କହିବା…

କୋଟିଆରେ ସରପଞ୍ଚ ନିର୍ବାଚନ ତାରିଖ ବଦଳାଇଲା ଆନ୍ଧ୍ର: ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ

ପଟ୍ଟାଙ୍ଗି,୨୦ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ୩ ଗ୍ରାମରେ ହେବାକୁ ଥିବା ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ନିର୍ବାଚନ ତାରିଖକୁ ଆନ୍ଧ୍ର ପରିବର୍ତ୍ତନ…

ଭାରତ ବିପକ୍ଷରେ ଐତିହାସିକ କାରନାମା କଲେ ଫିଲ୍ମ:ବିଶ୍ୱର ପ୍ରଥମ ବ୍ୟାଟର ଭାବେ…

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଭାରତ ବିପକ୍ଷରେ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରି ନୂଆ ଇତିହାସ ରଚିଛନ୍ତି।…

ବାତ୍ୟା ଅକ୍ବାନ; ୨ ଦିନ ଓଡ଼ିଶାରେ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୦।୧୧: ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୨ ଦିନ…

ଏହା ତ କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି: ସିରାଜଙ୍କୁ ନେଇ ଭବିଷ୍ୟବାଣୀ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରୁ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦଳର…

ଜିନପିଙ୍ଗ୍‌ଙ୍କ ଭାଷଣ ବେଳେ ଶୋଇପଡିଲେ ଟ୍ରମ୍ପ! ସୋସିଆଲ ମିଡିଆରେ ଚର୍ଚ୍ଚା

ବେଜିଂ,୨୦।୧୧: ଚାଇନାର ଶେନଝେନ୍‌ରେ ଚାଲିଥିବା APEC ଶିଖର ସମ୍ମିଳନୀରେ ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ଭାଷଣ…

ଟେଷ୍ଟ କ୍ରିକେଟ୍‌ରେ ଇତିହାସ ରଚିଲେ ନିକୋଲ୍ସ-ଫିଲିପ୍ସ: ୧୪୮ ବର୍ଷରେ ମାତ୍ର ୧୫ଥର ଘଟିଛି ଏଭଳି କାରନାମା

ୱେଲିଂଟନ,୨୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାରେ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ…

ଲ୍ୟାଣ୍ଡଫଲ କରୁଛି ବାତ୍ୟା; ଗୋପାଳପୁରରେ ସବୁଠୁ ଅଧିକ ବର୍ଷା, ପବନ…

ଭୁବନେଶ୍ବର,୨୦୧୧: ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?