Posted inTrending, ଖେଳ

ମ୍ୟାଚର ମୋଡ଼ ବଦଳାଇଦେଲେ ନ୍ୟୁଜିଲାଣ୍ଡର ଏହି ଖେଳାଳି: ଶତକ ମାରି ହାସଲ କଲେ ବଡ଼ ଉପଲବ୍ଧି , ଦଳକୁ ଦେଲେ ନୂଆ ଜୀବନ

ନୂଆଦିଲ୍ଲୀ,୧୯।୧୧: ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଆରମ୍ଭ ହୋଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳର ଏହି ନିଷ୍ପତ୍ତି ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଦଳକୁ ମ୍ୟାଚରେ ଅତ୍ୟନ୍ତ ଖରାପ ଆରମ୍ଭ ମିଳିଥିଲା। ତେବେ ଏହାପରେ ହେନରୀ ନିକୋଲ୍ସ ଓ ଗ୍ଲେନ ଫିଲିପ୍ସ ଦମ୍ଦାର ବ୍ୟାଟିଂ କରି ଦଳକୁ ମ୍ୟାଚକୁ ଫେରାଇ ଆଣିଛନ୍ତି। ନିକୋଲ୍ସ ଚମତ୍କାର ଶତକ ହାସଲ କରି ନିଜ ନାଁରେ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି।

ନମ୍ବର ୩ରେ ବ୍ୟାଟିଂ କରୁଥିବା ହେନରୀ ନିକୋଲ୍ସ ପ୍ରଥମ ଓଭରରେ ହିଁ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଏହାପରେ ସେ ନ୍ୟୁଜିଲାଣ୍ଡ ଦଳର ଇନିଂସକୁ ଖୁବ ଭଲ ଭାବେ ସମ୍ଭାଳିଥିଲେ। ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ନିକୋଲ୍ସ କ୍ରିଜରେ ଅପରାଜିତ ରହିଥିଲେ। ସେ ଏପର୍ଯ୍ୟନ୍ତ ୨୨୧ଟି ବଲରେ ୧୧୩ ରନ ସଂଗ୍ରହ କରିଛନ୍ତି। ଏହି ଇନିଂସରେ ସେ ମୋଟ ୧୪ଟି ଚୌକା ମାରିଛନ୍ତି। ୧୦୨ ରନରେ ଥିବାବେଳେ ତାଙ୍କର ଏକ କ୍ୟାଚ ମଧ୍ୟ ହାତଛଡ଼ା ହୋଇଥିଲା। ଏହାର ଫାଇଦା ଉଠାଇ ସେ ଶତକ ପୂରଣ କରିବା ସହ ଭାରତୀୟ ଦଳକୁ ଚାପରେ ପକାଇଛନ୍ତି।

ଏହା ପୂର୍ବରୁ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ନିକୋଲ୍ସଙ୍କ ରେକର୍ଡ ସେତେଟା ଭଲ ନଥିଲା। କିନ୍ତୁ ଏଥର ସେ ନିଜ ପ୍ରଦର୍ଶନରେ ସୁଧାର ଆଣି ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି। ବେସିନ ରିଜର୍ଭ ଷ୍ଟାଡିୟମ ନିକୋଲ୍ସଙ୍କ ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ୱେଲିଂଟନରେ ନିକୋଲ୍ସ ୧୫ଟି ଇନିଂସରେ ୫ଟି ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ହାମିଲଟନରେ ରସ ଟେଲର ୨୪ଟି ଇନିଂସରେ ୬ଟି ଶତକ ମାରିଛନ୍ତି। ସେହିପରି କେନ ୱିଲିୟମସନ ହାମିଲଟନ ଷ୍ଟାଡିୟମରେ ୨୧ଟି ଇନିଂସରେ ୭ଟି ଶତକ ହାସଲ କରିଛନ୍ତି। ଏହା ସହ ନ୍ୟୁଜିଲାଣ୍ଡର କୌଣସି ଏକ ନିର୍ଦ୍ଦିଷ୍ଟ ଷ୍ଟାଡିୟମରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ଏବେ ନିକୋଲ୍ସଙ୍କ ନାଁ ମଧ୍ୟ ସାମିଲ ହୋଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ଦଳ ମାତ୍ର ୭୦ ରନରେ ୫ଟି ଉଇକେଟ୍‌ ହରାଇଥିଲା। ଅଧିନାୟକ ଟମ ଲାଥମ ବିନା ଖାତା ଖୋଲି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଡେଭନ କନୱେ ମାତ୍ର ୪ ରନ କରିଥିବାବେଳେ ଡାରିଲ ମିଚେଲ ମଧ୍ୟ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଉଇକେଟ୍‌ କିପର ବ୍ୟାଟର ଟମ ବ୍ଲଣ୍ଡେଲ ମଧ୍ୟ ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ। ଟେଷ୍ଟ ଦଳର ଷ୍ଟାର ବ୍ୟାଟର ରଚିନ ରବୀନ୍ଦ୍ର ମଧ୍ୟ ଏହି ମ୍ୟାଚରେ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ।

ଅନ୍ୟପଟେ ହେନରୀ ନିକୋଲ୍ସଙ୍କୁ ସାଥ ଦେଇ ଗ୍ଲେନ ଫିଲିପ୍ସ ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ। ଦିନର ଖେଳ ଶେଷ ହେବା ସୁଦ୍ଧା ସେ ୧୮୨ଟି ବଲରେ ୯୪ ରନ ସଂଗ୍ରହ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ୮୨ ଓଭରରେ ୫ଟି ଉଇକେଟ୍‌ ହରାଇ ୨୪୩ ରନ ସଂଗ୍ରହ କରିଛି।

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୩ଟି ଉଇକେଟ୍‌ ନେଇଛନ୍ତି। ସେହିପରି ଅଂଶୁଲ କାମ୍ବୋଜ ଓ ଆକାଶଦୀପ ଗୋଟିଏ ଲେଖାଏଁ ଉଇକେଟ୍‌ ନିଜ ନାଁରେ କରିଛନ୍ତି। ତେବେ ପ୍ରସିଦ୍ଧ କୃଷ୍ଣ ଓ ୱାଶିଂଟନ ସୁନ୍ଦରଙ୍କୁ ଏହି ମ୍ୟାଚରେ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଆଇଆଇସିଙ୍କ ମାନବିକତା, ବର୍ଷାରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି…

ଗଞ୍ଜାମ,୧୯ା୧୧(ବିଦ୍ୟାଧର ସାହୁ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ବୁଧବାରଠାରୁ ଆରମ୍ଭ ହୋଇଛି ବର୍ଷା। ଲଗାଣ ବର୍ଷା ଯୋଗୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଏଭଳି ପରିସ୍ଥିତିରେ ଗଞ୍ଜାମ…

ଧନତେରସ୍ ପରଠାରୁ ୧୪ହଜାର ଶସ୍ତା ହେଲା ସୁନା, ୧ ଲକ୍ଷ ଟଙ୍କାକୁ ଖସିବ….

ନୂଆଦିଲ୍ଲୀ,୧୯।୧୧: ଦେଶର ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦରରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ଦେଖିବାକୁ ମିଳିଛି । ଧନତେରସ ପରଠାରୁ…

ଉପକୂଳମୁହାଁ ବାତ୍ୟା ‘ଅକ୍ୱାନ’: ମହାକାଳପଡ଼ାରେ ହାଇଆଲର୍ଟ, ଫେରିଘାଟ ବନ୍ଦ ସହ ଯୁଦ୍ଧକାଳୀନ ଭିତ୍ତିରେ…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଘନୀଭୂତ ବାତ୍ୟା ଅକ୍ୱାନ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇ ଆଗକୁ ବଢୁଛି ବୋଲି ପାଣିପାଗ ବିଭାଗ ସତର୍କତା…

‘କ୍ରିକେଟ୍ ମରୁଛି’, ଶୋଏବ ଅଖତରଙ୍କ ବଡ଼ ବୟାନ; କହିଲେ ବୋତଲ ଢାଙ୍କୁଣିରେ…

ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନର ପୂର୍ବତନ ଷ୍ଟାର୍ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ବୟାନକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ୍ ଧୀରେ ଧୀରେ…

ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ଏତିକି ଟଙ୍କା ନେଇ…

ଗୋଲାମୁଣ୍ଡା,୧୯ା୧୧(ବଟକୃଷ୍ଣ ପଣ୍ଡା): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର…

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ୨୧ ପର୍ଯ୍ୟନ୍ତ ଦୁଇଟି ଘାଟି ରାସ୍ତା ବନ୍ଦ କରି…

ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ଓ ପଥର ଖସିବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲା ପ୍ରଶାସନ…

ରାହୁଲଙ୍କ ଆର୍ଥିକ ବିପର୍ଯ୍ୟୟ ବୟାନ ପରେ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ ଭାରତ ସଠିକ୍ ରାସ୍ତାରେ…

ଦେଶର ଅର୍ଥନୀତିକୁ ନେଇ ମତ ରଖିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । FICCIର ଶତବାର୍ଷିକୀ ସମ୍ମିଳନୀ ଓ ବାର୍ଷିକ ସାଧାରଣ ସଭା-୨୦୨୬କୁ…

ଆପଣ ଜଣେ ଅଦ୍ଭୁତ ନେତା… ଚାଇନା ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱ ଏବଂ ଚାଇନାରେ ତାଙ୍କୁ ମିଳିଥିବା ଭବ୍ୟ ସ୍ବାଗତର ଖୋଲା ପ୍ରଶଂସା କରିଛନ୍ତି। ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?