Posted inTrending, ଖେଳ

ମ୍ୟାଚ ମଝିରେ ଜୋରଦାର ଯୁକ୍ତିତର୍କ ଲାଗିଲେ ଯଶସ୍ବୀ-ହେନରୀ: ଜବାବ ଦେଇ ନ୍ୟୁଜିଲାଣ୍ଡ ଖେଳାଳି କହିଲେ-୨୦୨୪ରେ କ’ଣ କରିଥିଲ…

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୧୯ ତାରିଖରୁ ୱେଲିଂଟନର ବେସିନ ରିଜର୍ଭରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ଅଧା ଦଳ ଶୀଘ୍ର ପ୍ୟାଭିଲିୟନ ଫେରିଯାଇଥିଲା। ତେବେ ଏହାପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦିନର ଖେଳ ଶେଷ ସୁଦ୍ଧା ୫ ଉଇକେଟ୍‌ ହରାଇ ୨୪୩ ରନ ସଂଗ୍ରହ କରିଛି କିୱି ଟିମ।

ହେନରୀ ନିକୋଲ୍ସ ଅପରାଜିତ ୧୧୩ ରନ ଏବଂ ଗ୍ଲେନ ଫିଲିପ୍ସ ଅପରାଜିତ ୯୪ ରନର ଇନିଂସ ଖେଳି ଘରୋଇ ଦଳକୁ ମ୍ୟାଚକୁ ଫେରାଇ ଆଣିଛନ୍ତି। ଅନ୍ୟପଟେ, ପ୍ରଥମ ଦିନର ଖେଳ ସମୟରେ ଯଶସ୍ବୀ ଜୟସ୍ବାଲ ଓ ହେନରୀ ନିକୋଲ୍ସଙ୍କ ମଧ୍ୟରେ ପଡ଼ିଆରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଯୁକ୍ତିତର୍କ ଷ୍ଟମ୍ପ ମାଇକ୍‌ରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ୱେଲିଂଟନ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ମାତ୍ର ୭୦ ରନ ସ୍କୋର୍‌ରେ ନ୍ୟୁଜିଲାଣ୍ଡର ଅଧା ଦଳକୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଏହାପରେ ହେନରୀ ନିକୋଲ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳର ଇନିଂସକୁ ସମ୍ଭାଳିଥିଲେ। ଶତକ ହାସଲ କରି ସେ କିୱି ଟିମକୁ ମ୍ୟାଚରେ ପୁଣି ଥରେ ଫେରାଇ ଆଣିଥିଲେ।

ଏହି ସମୟରେ ଯଶସ୍ବୀ ଜୟସ୍ବାଲ ଓ ହେନରୀଙ୍କ ମଧ୍ୟରେ ପଡ଼ିଆରେ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିଲା। କିୱି ବ୍ୟାଟରଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ଯଶସ୍ବୀ ତାଙ୍କୁ ଉସୁକାଇବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ, ଆପଣ ସତରେ ବହୁତ ଧୀରେ ଖେଳୁଛନ୍ତି ଏବଂ ଆପଣଙ୍କ ଅଧା ଦଳ ଆଗରୁ ଡ୍ରେସିଂ ରୁମ୍‌କୁ ଫେରିସାରିଛନ୍ତି।

ଏହାର ଜବାବରେ ହେନରୀ କହିଥିଲେ, ନିଜ ଫିଲ୍ଡିଂ ଉପରେ ଧ୍ୟାନ ଦିଅ। ଏହାପରେ ଯଶସ୍ବୀ ପାଲଟା ଜବାବ ଦେଇ କହିଥିଲେ, ଯଦି ମୁଁ ଏଠାରେ ଖେଳୁଥାନ୍ତି, ତେବେ ନିର୍ଭୟରେ ଖେଳିଥାନ୍ତି।

ଏହା ଶୁଣି ହେନରୀ ମଧ୍ୟ କଡ଼ା ଜବାବ ଦେଇ କହିଥିଲେ, ୨୦୨୪ରେ ଆପଣ ଓ ଆପଣଙ୍କ ଦଳ ନିଜ ଘରୋଇ ମାଟିରେ କ’ଣ କରିଥିଲେ, ଆମେ ଦେଖିଛୁ। ସୂଚନାଯୋଗ୍ୟ, ୨୦୨୪ରେ ନ୍ୟୁଜିଲାଣ୍ଡ ଭାରତକୁ ତା’ର ଘରୋଇ ମାଟିରେ ୩-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା। ହେନରୀ ଯେତେବେଳେ ଯଶସ୍ବୀଙ୍କୁ ଏହି ପରାଜୟ କଥା ମନେ ପକାଇଦେଲେ, ସେତେବେଳେ ଯଶସ୍ବୀ ଚୁପ ହୋଇଯାଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ବାନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା; ଗଞ୍ଜାମରେ ହାଇଆଲର୍ଟ, ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତର

ଛତ୍ରପୁର,୧୯ା୧୧( ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଅକ୍ବାନର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି…

ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ତତ୍ପର: ଚାଷୀଙ୍କୁ ସଚେତନ କଲା କୃଷି ବିଜ୍ଞାନ କେନ୍ଦ୍ର, ରାତି ଉଜାଗର ପରେ…

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସମେତ ସମସ୍ତ ବିଭାଗ ତତ୍ପର ହୋଇପଡ଼ିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ…

ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ ଲୋକଙ୍କୁ ଭେଟିଲେ ପୂର୍ବତନ ଜିଲାପାଳ, ବତୀଘର ଅଞ୍ଚଳ ପରିଦର୍ଶନ କରି…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ମାଡ଼ି ଆସୁଛି ସ୍ଥଳଭାଗ ମୁହାଁ ବାତ୍ୟା ଅକ୍ୱାନ। ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଛି।…

ଗାଡ଼ି ମାଲିକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ୩ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକ ନାହିଁ PUC ପ୍ରମାଣପତ୍ର

ନୂଆଦିଲ୍ଲୀ,୧୯।୧୧: ସରକାର ଯାନବାହନ ପ୍ରଦୂଷଣ ପ୍ରମାଣପତ୍ର (Pollution Certificate) ସମ୍ବନ୍ଧୀୟ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। BS-6 ଯାନଗୁଡ଼ିକ ପାଇଁ, ପ୍ରଦୂଷଣ ପ୍ରମାଣପତ୍ର ବର୍ତ୍ତମାନ ଗୋଟିଏ…

PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…

ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ…

ଏହି ଦିନ ଭାରତ-ପାକିସ୍ତାନ ମହାମୁକାବିଲା: ବୈଭବ-ଅଭିଷେକ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର, ନୋଟ୍‌ କରନ୍ତୁ ପୂରା ସୂଚୀ

ନୂଆଦିଲ୍ଲୀ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ପକ୍ଷରୁ ଆୟୋଜିତ ଏସିଆ…

ଧୁମ୍‌ଧାମ୍‌ରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଝାମୁଯାତ୍ରା, କଣ୍ଟା ଦୋଳି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ କୋଷାବରା ଝାମୁଯାତ୍ରା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ଦୀପାବଳି ପର୍ବ ତଥା ବାବା…

୯ ଟେଷ୍ଟରେ ୧୦୬ ନୋ-ବଲ: ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ

ରାୱଲପିଣ୍ଡି,୧୯।୧୧:ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନୀ ବୋଲରଙ୍କ ପକ୍ଷରୁ ଅନେକ ନୋ-ବଲ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?