ଚାଲ ସ୍କୁଲ ଯିବା

ଘାସିରାମ ପଣ୍ଡା

ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମାଧ୍ୟମିକ ଓ ତଦୂର୍ଦ୍ଧ୍ୱ ଶ୍ରେଣୀଗୁଡ଼ିକ ୭ ଫେବୃୟାରୀରୁ ଖୋଲିଛି। ସେହିପରି ପ୍ରାଥମିକ ଶ୍ରେଣୀଗୁଡ଼ିକ୧୪ ଫବୃୟାରୀରୁ ଖୋଲିବ। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଯାଉଛନ୍ତି ସେମାନଙ୍କ ମଧ୍ୟରେ ଉତ୍ସାହ ଅଛି। ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ସାଙ୍ଗସାଥୀଙ୍କ ସହ ଖେଳିବା, ପାଠ ଓ ଶାଠର ଆଲୋଚନା କରିବା ସେମାନଙ୍କ ଉତ୍ସୁକତାକୁ ବଢ଼ାଉଛି। ଏହାବ୍ୟତୀତ ଶିକ୍ଷକଙ୍କ ନଜରରେ ରହିବା ଦ୍ୱାରା ପିଲାର ଭଲମନ୍ଦ ଜାଣିବାର ଅବକାଶ ରହିବ। ଏହା ସେମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରହିବା ସହ ସୁରକ୍ଷିତ ରହିବାରେ ସହାୟକ ହେବ। ଅପରପକ୍ଷରେ ସବୁ ପିଲା ଯେ ସ୍କୁଲ ଆସିବେ ଏହାକୁ ନେଇ ଆଶଙ୍କା ରହିଛି। ଦୁଇବର୍ଷରୁ ଅଧିକ ହେଲା ପିଲାମାନେ ବିଦ୍ୟାଳୟ ଓ ପାଠପଢ଼ାଠାରୁ ଦୂରେଇ ଗଲେଣି। ଏଣୁ ପାଠକୁ ନେଇ ଭୟ ହେବାର ସମ୍ଭାବନା ସ୍ବାଭାବିକ। ନିରନ୍ତରତାରେ ବ୍ୟାହତ ଘଟିଥିବାରୁ ଆଗ୍ରହ ମଧ୍ୟ କମିଛି। କୋଭିଡ୍‌ ସମୟରେ ଏହା ପୂର୍ବରୁ ଯେବେ ବି ବିଦ୍ୟାଳୟ ଖୋଲାଯାଇଛି, ଉପସ୍ଥାନରେ ଆଶାନୁରୂପକ ସଫଳତା ଦେଖାଯାଇ ନାହିଁ। ବିଶେଷ କରି ଗ୍ରାମାଞ୍ଚଳରେ ଏହି ସ୍ଥିତି ଆହୁରି ଗମ୍ଭୀର। ଏବେ ତ ଏ ପରିସ୍ଥିତି ଆହୁରି ଦୟନୀୟ ହୋଇପାରେ। ଉଚ୍ଚନ୍ୟାୟାଳୟଙ୍କ ଚାପରେ ସରକାର ସିନା ବିଦ୍ୟାଳୟ ଖୋଲିଦେଲେ ହେଲେ ସେହି ସମୟରେ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ୱରେ ବି ବିଦାକରିବାର ବନ୍ଦୋବସ୍ତ କରିଦେଲେ।
ପ୍ରତ୍ୟେକ ବିଦ୍ୟାଳୟରେ ଭୋଟ ପାଇଁ ବୁଥ୍‌ ହେବ ଓ ସେହି କାରଣରୁ ବିଦ୍ୟାଳୟ ବନ୍ଦ ରହିବ। ନିର୍ବାଚନ ଘୋଷଣା ଓ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିରେ ତାଳମେଳର ଅଭାବ ପିଲାଙ୍କ ଆଗ୍ରହ ଉପରେ ଭଟ୍ଟା ପକାଇବ। ଏଣୁ ବିଦ୍ୟାଳୟ ଖୋଲା ହେବା ସହ ପିଲାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ। ପିଲାମାନେ ଆସିବା ପୂର୍ବରୁ ବିଦ୍ୟାଳୟକୁ ପ୍ରସ୍ତୁତ କରିବା ଦରକାର। ବହୁତ ଦିନ ହେଲା ଅନେକ ଶ୍ରେଣୀକକ୍ଷ, ବିଦ୍ୟାଳୟ ପରିସର ଅବ୍ୟବହୃତ ହୋଇ ପଡିରହିଛି। ହୁଏତ ପାଇଖାନା, ପାଣି ବ୍ୟବସ୍ଥା ବି ଅଚଳ ହୋଇଯାଇଥିବ। ଏସବୁକୁ ସଫା କରିବା, ସଜାଡିବା ଓ ବିଦ୍ୟାଳୟକୁ ସୁନ୍ଦର, ସୁସଜ୍ଜିତ କରାଗଲେ ଅଭିଭାବକ, ପିଲାଙ୍କ ମନରେ ଆଗ୍ରହ ଜାତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ଉପଜିଲାପାଳ ବା ଉଚ୍ଚ ଅଧିକାରୀଙ୍କୁ ବିଦ୍ୟାଳୟ ପରିଭ୍ରମଣ ପୂର୍ବକ ସ୍ଥିତି ପରଖିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ହେବା ଦରକାର। ଆବଶ୍ୟକ ମୁତାବକ ଏଥିପାଇଁ ବିଦ୍ୟାଳୟକୁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବା ଦରକାର। ଏପରିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନାର ପାଣ୍ଠିକୁ ଏଥିପାଇଁ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରେ। ବିଦ୍ୟାଳୟ ଖୋଲିବା ମାତ୍ରେ ଏହାର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଡକାଯିବା ଦରକାର। ଏଥିରେ ସାମ୍ପ୍ରତିକ ସ୍ଥିତି ଆଧାରରେ ବିଦ୍ୟାଳୟ ପରିଚାଳନା ଯୋଜନାରେ ଆବଶ୍ୟକ ପରିବର୍ତ୍ତନ ଉପରେ ଆଲୋଚନା କରାଯିବା ସହ ପିଲାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଗଲେ ବିଦ୍ୟାଳୟ ଖୋଲାଯିବାର ସୁଫଳ ମିଳିବ। କିଛିଦିନ ହେଲା ଶିକ୍ଷକମାନେ ବିକଳ୍ପ ଭାବରେ ଅନେକ ପଦକ୍ଷେପ ନେଇ ପାଠ ପଢ଼ାର ପ୍ରୟାସ କରିଛନ୍ତି। ଘରକୁ ଘର ବୁଲି ପିଲାଙ୍କ ସହ ସମ୍ପର୍କ ରଖାଯିବାର ପ୍ରୟାସ ମଧ୍ୟ ହୋଇଛି। ଏବେ ଗୋଷ୍ଠୀ ସ୍ତରରେ ସଚେତନ କରାଯିବା ସହ ଗୃହ ପରିଦର୍ଶନ ମାଧ୍ୟମରେ ଅଭିଭାବକଙ୍କ ସହ ସମ୍ପର୍କ ସ୍ଥାପନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ହୋଇପାରେ। ଏହା ପିଲାଙ୍କୁ ବିଦ୍ୟାଳୟକୁ ଅଭିପ୍ରେରିତ କରିବାରେ ସଫଳ ସାବ୍ୟସ୍ତ ହେବ। ପାଠ ପ୍ରତି ଭୟ ଓ ବିଦ୍ୟାଳୟ ପ୍ରତି ଅନାସକ୍ତ ଭାବକୁ ଦୂର କରିବା ପାଇଁ କେତେ କ୍ଷତି ହୋଇଛି ଓ ତାକୁ କେତେ ଶୀଘ୍ର ଭରଣା କରିପାରିବା ଭାବି କେବଳ ପାଠ ସାରିବାକୁ ଗୁରୁତ୍ୱ ନ ଦେଇ ପ୍ରାରମ୍ଭରେ ସମ୍ପର୍କ ସ୍ଥାପନ ଓ ଭରସା ତିଆରି ପାଇଁ ଉପାୟ ବାହାର କରିବାକୁ ହେବ। ଆବଶ୍ୟକତା ଆଧାରରେ ପାଠ୍ୟ ଖସଡ଼ାକୁ ସଂକ୍ଷିପ୍ତ କରାଯାଇ ଧୀରେ ଧୀରେ ଓ କ୍ରମାଗତଭାବେ ହୋଇଥିବା କ୍ଷତିର ଭରଣା ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରେ। ବର୍ତ୍ତମାନ ସମୟରେ ନିର୍ବାଚନ ଯୋଗୁ ହେବାକୁ ଥିବା କ୍ଷତିକୁ ରୋକିବା ପାଇଁ କମ୍‌ରୁ କମ୍‌ ସଂଖ୍ୟକ ଶିକ୍ଷକଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବାହାର ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ଜରୁରୀ। ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାକୁ ଅତ୍ୟନ୍ତ ଆବଶ୍ୟକ ସେବା ଭାବେ ଗଣନା କରାଯାଇ ଶିକ୍ଷକଙ୍କୁ ଏଥିରୁ ନିବୃତ୍ତ କରାଗଲେ ଘରେ ପଶୁ ପଶୁ ଚାଳ ବାଜିବାରୁ ତ୍ରାହି ମିଳନ୍ତା।
ସୁବର୍ଣ୍ଣପୁର, ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri