ଚାଲ ସ୍କୁଲ ଯିବା

ଘାସିରାମ ପଣ୍ଡା

ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମାଧ୍ୟମିକ ଓ ତଦୂର୍ଦ୍ଧ୍ୱ ଶ୍ରେଣୀଗୁଡ଼ିକ ୭ ଫେବୃୟାରୀରୁ ଖୋଲିଛି। ସେହିପରି ପ୍ରାଥମିକ ଶ୍ରେଣୀଗୁଡ଼ିକ୧୪ ଫବୃୟାରୀରୁ ଖୋଲିବ। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଯାଉଛନ୍ତି ସେମାନଙ୍କ ମଧ୍ୟରେ ଉତ୍ସାହ ଅଛି। ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ସାଙ୍ଗସାଥୀଙ୍କ ସହ ଖେଳିବା, ପାଠ ଓ ଶାଠର ଆଲୋଚନା କରିବା ସେମାନଙ୍କ ଉତ୍ସୁକତାକୁ ବଢ଼ାଉଛି। ଏହାବ୍ୟତୀତ ଶିକ୍ଷକଙ୍କ ନଜରରେ ରହିବା ଦ୍ୱାରା ପିଲାର ଭଲମନ୍ଦ ଜାଣିବାର ଅବକାଶ ରହିବ। ଏହା ସେମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରହିବା ସହ ସୁରକ୍ଷିତ ରହିବାରେ ସହାୟକ ହେବ। ଅପରପକ୍ଷରେ ସବୁ ପିଲା ଯେ ସ୍କୁଲ ଆସିବେ ଏହାକୁ ନେଇ ଆଶଙ୍କା ରହିଛି। ଦୁଇବର୍ଷରୁ ଅଧିକ ହେଲା ପିଲାମାନେ ବିଦ୍ୟାଳୟ ଓ ପାଠପଢ଼ାଠାରୁ ଦୂରେଇ ଗଲେଣି। ଏଣୁ ପାଠକୁ ନେଇ ଭୟ ହେବାର ସମ୍ଭାବନା ସ୍ବାଭାବିକ। ନିରନ୍ତରତାରେ ବ୍ୟାହତ ଘଟିଥିବାରୁ ଆଗ୍ରହ ମଧ୍ୟ କମିଛି। କୋଭିଡ୍‌ ସମୟରେ ଏହା ପୂର୍ବରୁ ଯେବେ ବି ବିଦ୍ୟାଳୟ ଖୋଲାଯାଇଛି, ଉପସ୍ଥାନରେ ଆଶାନୁରୂପକ ସଫଳତା ଦେଖାଯାଇ ନାହିଁ। ବିଶେଷ କରି ଗ୍ରାମାଞ୍ଚଳରେ ଏହି ସ୍ଥିତି ଆହୁରି ଗମ୍ଭୀର। ଏବେ ତ ଏ ପରିସ୍ଥିତି ଆହୁରି ଦୟନୀୟ ହୋଇପାରେ। ଉଚ୍ଚନ୍ୟାୟାଳୟଙ୍କ ଚାପରେ ସରକାର ସିନା ବିଦ୍ୟାଳୟ ଖୋଲିଦେଲେ ହେଲେ ସେହି ସମୟରେ ଶିକ୍ଷକଙ୍କୁ ନିର୍ବାଚନ ଦାୟିତ୍ୱରେ ବି ବିଦାକରିବାର ବନ୍ଦୋବସ୍ତ କରିଦେଲେ।
ପ୍ରତ୍ୟେକ ବିଦ୍ୟାଳୟରେ ଭୋଟ ପାଇଁ ବୁଥ୍‌ ହେବ ଓ ସେହି କାରଣରୁ ବିଦ୍ୟାଳୟ ବନ୍ଦ ରହିବ। ନିର୍ବାଚନ ଘୋଷଣା ଓ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତିରେ ତାଳମେଳର ଅଭାବ ପିଲାଙ୍କ ଆଗ୍ରହ ଉପରେ ଭଟ୍ଟା ପକାଇବ। ଏଣୁ ବିଦ୍ୟାଳୟ ଖୋଲା ହେବା ସହ ପିଲାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ। ପିଲାମାନେ ଆସିବା ପୂର୍ବରୁ ବିଦ୍ୟାଳୟକୁ ପ୍ରସ୍ତୁତ କରିବା ଦରକାର। ବହୁତ ଦିନ ହେଲା ଅନେକ ଶ୍ରେଣୀକକ୍ଷ, ବିଦ୍ୟାଳୟ ପରିସର ଅବ୍ୟବହୃତ ହୋଇ ପଡିରହିଛି। ହୁଏତ ପାଇଖାନା, ପାଣି ବ୍ୟବସ୍ଥା ବି ଅଚଳ ହୋଇଯାଇଥିବ। ଏସବୁକୁ ସଫା କରିବା, ସଜାଡିବା ଓ ବିଦ୍ୟାଳୟକୁ ସୁନ୍ଦର, ସୁସଜ୍ଜିତ କରାଗଲେ ଅଭିଭାବକ, ପିଲାଙ୍କ ମନରେ ଆଗ୍ରହ ଜାତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ଉପଜିଲାପାଳ ବା ଉଚ୍ଚ ଅଧିକାରୀଙ୍କୁ ବିଦ୍ୟାଳୟ ପରିଭ୍ରମଣ ପୂର୍ବକ ସ୍ଥିତି ପରଖିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ହେବା ଦରକାର। ଆବଶ୍ୟକ ମୁତାବକ ଏଥିପାଇଁ ବିଦ୍ୟାଳୟକୁ ସ୍ବତନ୍ତ୍ର ପାଣ୍ଠି ଯୋଗାଇବା ଦରକାର। ଏପରିକି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ସହରାଞ୍ଚଳ କର୍ମ ନିଯୁକ୍ତି ଯୋଜନାର ପାଣ୍ଠିକୁ ଏଥିପାଇଁ ବିନିଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରେ। ବିଦ୍ୟାଳୟ ଖୋଲିବା ମାତ୍ରେ ଏହାର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକ ଡକାଯିବା ଦରକାର। ଏଥିରେ ସାମ୍ପ୍ରତିକ ସ୍ଥିତି ଆଧାରରେ ବିଦ୍ୟାଳୟ ପରିଚାଳନା ଯୋଜନାରେ ଆବଶ୍ୟକ ପରିବର୍ତ୍ତନ ଉପରେ ଆଲୋଚନା କରାଯିବା ସହ ପିଲାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଗଲେ ବିଦ୍ୟାଳୟ ଖୋଲାଯିବାର ସୁଫଳ ମିଳିବ। କିଛିଦିନ ହେଲା ଶିକ୍ଷକମାନେ ବିକଳ୍ପ ଭାବରେ ଅନେକ ପଦକ୍ଷେପ ନେଇ ପାଠ ପଢ଼ାର ପ୍ରୟାସ କରିଛନ୍ତି। ଘରକୁ ଘର ବୁଲି ପିଲାଙ୍କ ସହ ସମ୍ପର୍କ ରଖାଯିବାର ପ୍ରୟାସ ମଧ୍ୟ ହୋଇଛି। ଏବେ ଗୋଷ୍ଠୀ ସ୍ତରରେ ସଚେତନ କରାଯିବା ସହ ଗୃହ ପରିଦର୍ଶନ ମାଧ୍ୟମରେ ଅଭିଭାବକଙ୍କ ସହ ସମ୍ପର୍କ ସ୍ଥାପନକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ହୋଇପାରେ। ଏହା ପିଲାଙ୍କୁ ବିଦ୍ୟାଳୟକୁ ଅଭିପ୍ରେରିତ କରିବାରେ ସଫଳ ସାବ୍ୟସ୍ତ ହେବ। ପାଠ ପ୍ରତି ଭୟ ଓ ବିଦ୍ୟାଳୟ ପ୍ରତି ଅନାସକ୍ତ ଭାବକୁ ଦୂର କରିବା ପାଇଁ କେତେ କ୍ଷତି ହୋଇଛି ଓ ତାକୁ କେତେ ଶୀଘ୍ର ଭରଣା କରିପାରିବା ଭାବି କେବଳ ପାଠ ସାରିବାକୁ ଗୁରୁତ୍ୱ ନ ଦେଇ ପ୍ରାରମ୍ଭରେ ସମ୍ପର୍କ ସ୍ଥାପନ ଓ ଭରସା ତିଆରି ପାଇଁ ଉପାୟ ବାହାର କରିବାକୁ ହେବ। ଆବଶ୍ୟକତା ଆଧାରରେ ପାଠ୍ୟ ଖସଡ଼ାକୁ ସଂକ୍ଷିପ୍ତ କରାଯାଇ ଧୀରେ ଧୀରେ ଓ କ୍ରମାଗତଭାବେ ହୋଇଥିବା କ୍ଷତିର ଭରଣା ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ପାରେ। ବର୍ତ୍ତମାନ ସମୟରେ ନିର୍ବାଚନ ଯୋଗୁ ହେବାକୁ ଥିବା କ୍ଷତିକୁ ରୋକିବା ପାଇଁ କମ୍‌ରୁ କମ୍‌ ସଂଖ୍ୟକ ଶିକ୍ଷକଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବାହାର ପାଇଁ ପ୍ରଶାସନ ନିଷ୍ପତ୍ତି ନେବା ଜରୁରୀ। ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାକୁ ଅତ୍ୟନ୍ତ ଆବଶ୍ୟକ ସେବା ଭାବେ ଗଣନା କରାଯାଇ ଶିକ୍ଷକଙ୍କୁ ଏଥିରୁ ନିବୃତ୍ତ କରାଗଲେ ଘରେ ପଶୁ ପଶୁ ଚାଳ ବାଜିବାରୁ ତ୍ରାହି ମିଳନ୍ତା।
ସୁବର୍ଣ୍ଣପୁର, ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?