ହିଜାବ ବିବାଦ ମଧ୍ୟକୁ ଲମ୍ଫ ମାରିଲା ପାକିସ୍ତାନ, ମରିୟମ କଲେ ଟୁଇଟ୍‌

ଇସଲାମାବାଦ,୧୦ ।୨: କର୍ନାଟକ ଉଡୁପି ଜିଲାର ଏକ ସରକାରୀ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶର କିଛି ରାଜ୍ୟକୁ ବ୍ୟାପିଲାଣି । ପାକିସ୍ତାନ ବି ଏହି ଘଟଣା ଉପରକୁ ଲମ୍ଫ ମାରିଛି । ହିଜାବ ବିବାଦକୁ ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ଶରିଫ ଏକ ଟୁଇଟ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ କର୍ନାଟକର ଯେଉଁ ଛାତ୍ରୀ ମୁସକାନ ହିଜାବ ପିନ୍ଧି ଆଲ୍ଲା ହୁ ଆକବର ସ୍ଲୋଗାନ ଦେଇଥିଲେ ସେହି ଛାତ୍ରୀଙ୍କ ଫଟୋକୁ ମରିୟମ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହାକୁ ନେଇ ସେ ତାଙ୍କର ପ୍ରୋଫାଇଲ ଫଟୋ ବି ବଦଳାଇ ଦେଇଛନ୍ତି । ସେ ପ୍ରୋଫାଇଲରେ ମୁସକାନଙ୍କ ଫଟୋ ରଖିବା ସହ ଲେଖିଛନ୍ତି ହ୍ୟାସ ନିୟ୍ୟୁ ପ୍ରୋଫାଇଲ ପିକ୍ ।
ସୂଚନାଯୋଗ୍ୟ, ଏବେ ହିଜାବ ବିବାଦକୁ ନେଇ ମୁସକାନଙ୍କ ବୟାନ ସାମ୍ନାକୁ ଆସିଛି । ସେଥିରେ ସେ କହିଛନ୍ତି, ଦେଶରେ ସବୁ ଧର୍ମ ସବୁ ଜାତିକୁ ସ୍ୱାଧିନତା ଦିଆଯାଇଛି, ତେଣୁ ହିଜାବ ପିନ୍ଧିବାକୁ ନେଇ ଏତେ ବିରୋଧ କାହିଁକି କରାଯାଉଛି । ଛାତ୍ରୀ ଜଣଙ୍କ କହିଛନ୍ତି ମୁଁ ଏସାଇନମେଣ୍ଟ ପାଇଁ କଲେଜ ଯାଇଥିଲି, ହେଲେ କେତେଜଣ ଲୋକ ମୋତେ ଆଗକୁ ଯିବାକୁ ଦେଇ ନ ଥିଲେ । କାରଣ ମୁଁ ବୁରଖା ପିନ୍ଧିଥିଲି । ସେମାନେ କହିଥିଲେ ପ୍ରଥମେ ବୁରଖା ଖୋଲ ପରେ ଭିରତରକୁ ଛଡାଯିବ । ହେଲେ ମୁଁ ଯେତେବେଳେ ଆଗକୁ ଯାଇଥିଲି ସେତେବେଳେ ସେମାନେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri