Posted inଜାତୀୟ

ବେରୋଜଗାରୀ, ଋଣ ବୋଝରେ ୨୫,୦୦୦ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୦।୨: ବେରୋଜଗାରୀ କିମ୍ବା ଋଣ ବୋଝ ଯୋଗୁ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ବୁଧବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ବେରୋଜଗାରୀ ଯୋଗୁ ୯,୧୪୦ ଜଣ ଆତ୍ମହତ୍ୟା କରିଥିବାବେଳେ ଋଣ ବୋଝ ଏବ ଦେବାଳିଆ କାରଣରୁ ୧୬,୦୯୧ ଜଣ ଜୀବନ ହାରିଛନ୍ତି। ଉଚ୍ଚ ସଦନରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା କହିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଆଧାରରେ ଏହି ସୂଚନା ପ୍ରଦାନ କରାଯାଇଛି।
ଦେଶରେ ବେରୋଜଗାରୀ ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେରୋଜଗାରୀ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଭଲ ଦିନ ଆସିବା ସହଜ ନୁହେଁ ବୋଲି ସେ ଏକ ସର୍ଭେ ଉପସ୍ଥାପନ କରି କହିଥିଲେ। ତଥ୍ୟ ଅନୁଯାୟୀ ବେରୋଜଗାରଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ୨୦୨୦ ମହାମାରୀ ବର୍ଷରେ ସର୍ବାଧିକ ୩,୫୪୮ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୮ରେ ୨,୭୪୧ ଏବଂ ୨୦୧୯ରେ ୨,୮୫୧ ଜଣ ବେରୋଜଗାରୀ ପାଇଁ ଆତ୍ମହତ୍ୟା କରିଥିଲେ। ସେହିପରି ଦେବାଳିଆ କାରଣରୁ ୨୦୧୮ରେ ୪,୯୭୦ ଆତ୍ମହତ୍ୟା କରିଥିବାବେଳେ ୨୦୧୯ରେ ୫,୯୦୮ ଏବଂ ୨୦୨୦ରେ ୫,୨୧୩ ଜଣ ଜୀବନ ହାରିଥିଲେ। ଏହି ସମସ୍ୟା ଦୂର କରିବା ଲାଗି ସରକାର ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମନ୍ତ୍ରୀ କହିଛନ୍ତି। ମାନସିକ ସମସ୍ୟାର ଚାପ କମାଇବା ପାଇଁ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଏନଏମ୍‌ଏଚ୍‌ପି) କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଦେଶର ୬୯୨ ଜିଲାରେ ଜିଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ। ଏହା ବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମେକ୍‌ ଇନ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍ବଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି ମିଶନ, ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ, ସମସ୍ତଙ୍କ ପାଇଁ ଘର, ଭିତ୍ତିଭୂମି ବିକାଶ ଓ ଶିଳ୍ପ କରିଡର ଆଦି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଋଣଗ୍ରସ୍ତ ବ୍ୟବସାୟୀ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ

ଉତ୍ତରପ୍ରଦେଶର ବାଗପତ୍‌ ଅଞ୍ଚଳରେ ଋଣଗ୍ରସ୍ତ ଜଣେ ସ୍ଥାନୀୟ ବ୍ୟବସାୟୀ ଆତ୍ମହତ୍ୟା ଉଦ୍ୟମ ବେଳର ଦୃଶ୍ୟକୁ ଫେସ୍‌ବୁକ୍‌ରେ ଲାଇଭ୍‌ କରିଛନ୍ତି। ତାଙ୍କର ଆର୍ଥିକ ଦୁଃସ୍ଥିତି ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ବିଷ ପିଇଥିବା ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ବ୍ୟବସାୟୀ ରାଜୀବ ତୋମାର(୪୦)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଖବର ଅନୁଯାୟୀ, ରାଜୀବ ଋଣ କରି ଜୋତା ଦୋକାନ କରିଥିଲେ। ୨୦୨୦ ଲକ୍‌ଡାଉନ ଯୋଗୁ ତାଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିଲା। ଦୀର୍ଘଦିନ ଦୋକାନ ବନ୍ଦ ରହିବାରୁ ବହୁ ଜୋତା ନଷ୍ଟ ହୋଇଯାଇଥିଲା। ଫଳରେ ସେ ଋଣ ଶୁଝିବାକୁ ସକ୍ଷମ ହୋଇ ନ ଥିଲେ। ଋଣଭାରରେ ଭାଙ୍ଗିପଡ଼ିଥିବା ରାଜୀବ ମଙ୍ଗଳବାର ବିଷ ପିଇବାବେଳେ ଏହାର ଫେସ୍‌ବୁକ୍‌ ଲାଇଭ୍‌ କରିଥିଲେ। ସ୍ବାମୀଙ୍କୁ ଅଟକାଇବାରେ ବିଫଳ ହେବାରୁ ସ୍ତ୍ରୀ ପୁନମ୍‌ ମଧ୍ୟ ବିଷ ପିଇଦେଇଥିଲେ। ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ପୁନମ୍‌ଙ୍କର ମୃତ୍ୟୁ ହୋଇଯାଇଛି। ଭିଡିଓରେ ରାଜୀବ ତାଙ୍କର ଆର୍ଥିକ ସଙ୍କଟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ମୋଦି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କର ହିତୈଷୀ ନୁହନ୍ତି ବୋଲି ସେ ଲାଇଭ୍‌ ଭିଡିଓରେ କହିଛନ୍ତି। ପୁନମ୍‌ ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ରୋକିବାକୁ ଚେଷ୍ଟା କଲାବେଳେ ରାଜୀବ କହିଥିଲେ, ସରକାର ତ ଶୁଣୁନାହାନ୍ତି, ଅନ୍ତତଃ ତୁମେ ଶୁଣିନିଅ।
ଋଣଭାରରେ ଅତିଷ୍ଠ ବ୍ୟବସାୟୀ ଦମ୍ପତି ବିଷ ପିଇବା ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୋକବ୍ୟକ୍ତ କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ସେ ଟୁଇଟ୍‌ କରିବା ସହ ରାଜୀବଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଲକ୍ଷ୍ନୌଠାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ବାଗପତ୍‌ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ବିମୁଦ୍ରୀକରଣ, ଜିଏସ୍‌ଟି, ଲକ୍‌ଡାଉନ୍‌ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଗୁରୁତର ପ୍ରଭାବିତ କରିଛି। ସେମାନଙ୍କୁ ସରକାର ସହାୟତାର ହାତ ନ ବଢ଼ାଇବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଚାଲୁଛି। ତେବେ ରାଜନୀତିରେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri