Advertisement

ପଦା ହୋଇଯିବ କୁଟାସିଙ୍ଗା ଜଙ୍ଗଲ: ସୀମାନ୍ତରେ ଥିବାରୁ ମିଳୁନି ସୁରକ୍ଷା

ବଇଣ୍ଡା, ୧୭ା୧୧ (ଡି.ଏନ.ଏ.): ମୂଲ୍ୟବାନ ଗଛକୁ ଟାର୍ଗେଟ୍‌ କରୁଛନ୍ତି କାଠ ମାଫିଆ। ସେଥିପାଇଁ ନିୟମିତ କଟାଯାଉଛି ଶାଳ, ଶାଗୁଆନ ଗଣ୍ଡି। ଗୁପ୍ତ ସ୍ଥାନରେ ଲୁଚାଇ ରଖି ଅବାଧରେ କରାଯାଉଛି ଚୋରା ଚାଲାଣ। ଏ ନେଇ ଅଞ୍ଚଳବାସୀ ଆପତ୍ତି ଅଭିଯୋଗ ଉଠାଉଛନ୍ତି। ଜଙ୍ଗଲ ପଦା ହୋଇଯିବାର ଆଶଙ୍କା କରୁଛନ୍ତି। ହେଲେ ଏଯାଏ ଚେତାପଶୁନି ବନ ବିଭାଗର। ଦୁଇ ବନଖଣ୍ଡ ସୀମାରେ ଥିବାରୁ କଡ଼ାକଡ଼ି ହେଉନି ପାଟ୍ରୋଲିଂ। ଫଳରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜ କୁଟାସିଙ୍ଗା ଜଙ୍ଗଲକୁ ମିଳିପାରୁନି ଉପଯୁକ୍ତ ସୁରକ୍ଷା।

କୁଟାସିଙ୍ଗା ଗ୍ରାମବାସୀ କହିଛନ୍ତି, ରେଢାଖୋଲ ଓ ଆଠମଲ୍ଲିକ ବନଖଣ୍ଡ ଅଧୀନରେ ରହିଛି କୁଟାସିଙ୍ଗା ଜଙ୍ଗଲ। ଶାଳ, ପିଆଶାଳ, ଶାଗୁଆନ, ଶିଶୁ ଆଦି ମୂଲ୍ୟବାନ ଗଛରେ ଏହା ପରିପୂର୍ଣ୍ଣ। ଅଧିକ ଘଞ୍ଚ ହୋଇଥିବାରୁ ଏହାର ସୁଯୋଗ ନେଇ ଦୀର୍ଘଦିନ ହେଲା ଏଠାରେ କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ଏପରି କି ଦିନବେଳା ମଧ୍ୟ ସେମାନେ ଅବାଧରେ କାଠ କାଟି ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ କରତ ସାହାଯ୍ୟରେ ଗଛଗୁଡିକକୁ କାଟି ଜଙ୍ଗଲରେ ଲୁଚାଇ ରଖୁଛନ୍ତି। ରାତିରେ ସେଥିରୁ ପଟା ପ୍ରସ୍ତୁତ କରି ନାମୀଦାମୀ ଗାଡିରେ ଜିଲା ତଥା ଜିଲା ବାହାରକୁ ପଠାଉଛନ୍ତି। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତକରି କାଠ ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଏ ନେଇ ଅଞ୍ଚଳବାସୀ ବହୁବାର ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। କାଠ ମାଫିଆମାନଙ୍କୁ ରୋକା ନ ଗଲେ ଜଙ୍ଗଲ ପଦା ହୋଇଯିବ ବୋଲି ସତର୍କ କରାଇଛନ୍ତି। ହେଲେ ବାମୁର ରେଞ୍ଜ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆଠମଲ୍ଲିକ ଓ ରେଢ଼ାଖୋଲ ବନଖଣ୍ଡ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। କିଛି ଦିନ ପୂର୍ବେ ଜଙ୍ଗଲ ନିକଟରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ଚୋରା କାଠ ଜବତ କରାଯାଇଥିଲା। କିନ୍ତୁ ଏଥିରେ ସମ୍ପୃକ୍ତ ଥିବା କାଠ ବ୍ୟବସାୟୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଡିଏଫ୍‌ଓ ଏସ. ଆନନ୍ଦ କହିଛନ୍ତି, ଆବଶ୍ୟକ ଯାଞ୍ଚ କରାଯାଇ ଜଙ୍ଗଲର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବ: ମା’ ତାରାତାରିଣୀ ପୀଠ ଖାଁ ଖାଁ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା ଜନଶୂନ୍ୟ ହୋଇପଡିଛି। କରୋନା ଭାଇରସକୁ ନେଇ...

ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରକୁ ଚିଠି

ବାଲେଶ୍ୱର ଅଫିସ/ବାରିପଦା ଅଫିସ,୧୬।୨:  ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାରେ ଥିବା ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ପାଇଁ ଆଶା ସଞ୍ଚାର ହୋଇଛି। ଏନେଇ...

ବାବୁହତା ଏବେ ଚାରଣଭୂଇଁ

କେନ୍ଦ୍ରାପଡ଼ା ଅଫିସ, ୧୮ା୬: କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗର ପୁରୁଣା ଆବାସିକ କାର୍ଯ୍ୟାଳୟ ବାବୁହତା ଏବେ ଚାରଣଭୂଇଁ ପାଲଟିଛି। ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳ...

ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଯୁବତୀଙ୍କୁ ଗଣବଳାତ୍କାର: ପୋଲିସ ହାତରେ ଲାଗିଲା ସିସିଟିଭି ଫୁଟେଜ୍‌

ସୋନପୁର,୧୮।୧: ସୁବର୍ଣ୍ଣପୁର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର କ୍ୟାମ୍ପସ୍‌ରେ ଜଣେ ଯୁବତୀଙ୍କୁ ସୋମବାର ଗଣବଳାତ୍କାର କରାଯାଇଛି। ପୂର୍ବାହ୍ନରେ ଏହି ଘଟଣା ଘଟିଛି। ସ୍ପଷ୍ଟ ଦିବାଲୋକରେ ୨ଜଣ...

ଡ୍ରପ୍‌ ଆଉଟ୍‌ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢୁଛି। ୨୦୧୯-୨୦ ତଥ୍ୟ...

କନ୍‌ଭେୟର ବେଲ୍ଟରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ; ବିକ୍ଷୋଭ ପରେ ମିଳିଲା ୯ ଲକ୍ଷର କ୍ଷତିପୂରଣ

ବଣାଇଁ,୯।୪(ସ୍ବ.ପ୍ର.)- ସୁନ୍ଦରଗଡ ଜିଲା ବଣାଇ ଥାନାର ବାର୍ହାମୂଷାଠାରେ ଥିବା ଏସ୍‌ଏମ୍‌ଆଇପିଏଲ୍‌ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପିହୋଇ ଶନିବାର ସକାଳେ ଜଣେ...

ଅନାବଶ୍ୟକ ହମ୍ପ୍‌ସ ହଟିବ

ଯାଜପୁର ଅଫିସ,୧୧ା୫: ରାଜ୍ୟରେ ସଡ଼କ ଦୁର୍ଘଟଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସମସ୍ତ ଜିଲାପାଳ, ଏସ୍‌ପି, ଆର୍‌ଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର ବୈଠକ: ‘ଚାଷୀ ବିକାଶ ନେଇ ସଂଗ୍ରାମ ଜାରି ରହିବ’

ବଅଁରପାଳ, ୨୨।୭(ଡି.ଏନ୍‌.ଏ.) ନାଲ୍‌କୋ ଏମ୍ପ୍ଲୋଇଜ ଶ୍ରମିକ ସଂଘ କାର୍ଯ୍ୟାଳୟଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ...

Advertisement
Archives

Model This Week