‘ବସୁଧା’ରୁ କୁରୁମଟାପ ବଞ୍ଚିତ

ପରିକ୍ଷିତ ସାହୁ

ବଇଣ୍ଡା,୧୦ା୨ – ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଇପ୍‌ ପାଣି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ବିଶେଷକରି ‘ବସୁଧା’ ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର କୁରୁମଟାପ ପଞ୍ଚାୟତ ଏବେ ବି ଏହି ଯୋଜନାରୁ ବଞ୍ଚିତ ରହିଛି। ଏହି ପଞ୍ଚାୟତର ୭ଟି ଗାଁ ମଧ୍ୟରୁ ୬ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ନିକଟସ୍ଥ ନାଳରେ ଚୁଆ ଖୋଳି ଲୋକେ ପାଣି ସଂଗ୍ରହ କରୁଛନ୍ତି। ପଞ୍ଚାୟତର ସବୁ ଗ୍ରାମକୁ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବାକୁ ୨୦୧୫ରୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏଯାଏ ପ୍ରଶାସନ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇ ନାହିଁ।
୭ଟି ଗ୍ରାମକୁ ନେଇ ଗଠିତ କୁରୁମଟାପ ପଞ୍ଚାୟତର ଗୁଣ୍ଡୁରୀଖଳିରେ ୧୩୦ରୁ ଅଧିକ ପରିବାର ରହୁଛନ୍ତି। ସେହିପରି କୁରୁମଟାପରେ ୧୨୦ରୁ ଊର୍ଦ୍ଧ୍ୱ, ବରପଦାରେ ୫୦ରୁ ଅଧିକ, ବାଲିପଟାରେ ୬୫ରୁ ଊର୍ଦ୍ଧ୍ୱ, ଦାମଦରପୁରରେ ୬୦ରୁ ଅଧିକ, ବରପାଲିରେ ୮୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ମନ୍ଦରବାହାଳ ଗ୍ରାମରେ ୧୩୦ ପରିବାର ରହୁଥିବାବେଳେ ସେଠାରେ ଦୀର୍ଘବର୍ଷ ତଳେ ନିର୍ମିତ ଛୋଟ ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ପାଣି ଅଭାବ ପୂରଣ କରିପାରୁ ନାହିଁ। ପଞ୍ଚାୟତରେ ମୋଟ୍‌ ୪୮ଟି ନଳକୂଅ ଥିବାବେଳେ ସେଥିରୁ ୧୦ଟି ଅଚଳ ରହିଛି। ବାକି ୩୮ଟି ମଧ୍ୟରୁ ଅନେକରୁ ଲୁହାଗୁଣ୍ଡମିଶା ପାଣି ବାହାରୁଛି। ଫଳରେ ଏହା ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ। ଗ୍ରୀଷ୍ମଋତୁରେ ପଞ୍ଚାୟତବାସୀ ଉତ୍କଟ ଜଳାଭାବର ଶିକାର ହୋଇ ନାଳରେ ଚୁଆ ଖୋଳିବାକୁ ବାଧ୍ୟ ହେଉଛନ୍ତି। ତେଣୁ ବସୁଧା ଯୋଜନାରେ ପଞ୍ଚାୟତର ୭ଟି ଗ୍ରାମକୁ ପାଇପ୍‌ ପାଣି ଯୋଗାଇ ଦେବାକୁ ୧୨ ଫେବୃୟାରୀ ୨୦୧୫, ୨୦୧୭ ଓ ୨୦୧୮ରେ ପ୍ରଶାସନକୁ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏଯାଏ ସୁଫଳ ମିଳିନାହିଁ। ଏ ସମ୍ପର୍କରେ ଆଠମଲ୍ଲିକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ବେହେରା କହିଛନ୍ତି, କୁରୁମଟାପ ପଞ୍ଚାୟତକୁ ବସୁଧା ଯୋଜନାରେ ସାମିଲ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏଥିସହ ଅଚଳ ନଳକୂଅଗୁଡ଼ିକୁ ସଚଳ କରାଯିବ।

ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ
ପଞ୍ଚାୟତର କୌଣସି ଗ୍ରାମରେ ବସୁଧା ଯୋଜନାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ନାହିଁ। ଏ ନେଇ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ଲୋକଙ୍କ ଦାବିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ। ଗ୍ରୀଷ୍ମ ଆସିବା ପୂର୍ବରୁ ଏ ନେଇ ପଦକ୍ଷେପ ନିଆଗଲେ ଲୋକେ ଉପକୃତ ହେବେ।
-ସୁମନ୍ତ ବେହେରା, ସରପଞ୍ଚ
ନଳକୂଅ ପାଣି ବ୍ୟବହାର ଅନୁପଯୁକ୍ତ
ଗୁଣ୍ଡୁରୀଖଳି ଗ୍ରାମରେ ୧୩୦ରୁ ଅଧିକ ପରିବାର ପାଇଁ ୪ଟି ନଳକୂଅ ରହିଛି। ସେଥିରୁ ୨ଟି ନଳକୂଅ ପାଣି ବ୍ୟବହାର କରିହେଉ ନାହିଁ। ଲୁହାଗୁଣ୍ଡ ମିଶା ଜଳ ବାହାରୁଥିବାରୁ ତାହାକୁ କେହି ପାନୀୟ ଭାବେ ବ୍ୟବହାର କରୁନାହାନ୍ତି। ନଳକୂଅ ମରାମତି ସହ ନୂଆ ପ୍ରକଳ୍ପ ନିିର୍ମାଣର ବ୍ୟବସ୍ଥା କରାଯାଉ।
-ଅରୁଣ କୁମାର ସାହୁ, ଗ୍ରାମବାସୀ
ସବୁ ପରିବାର ପାଉନାହାନ୍ତି
ମନ୍ଦରବାହାଳ ଗ୍ରାମରେ ଏକ ଜଳ ପ୍ରକଳ୍ପ ରହିଛି। ବହୁ ବର୍ଷ ତଳେ ଏହା ନିର୍ମାଣ ହୋଇଥିବାରୁ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ପାରୁ ନାହିଁ। କେତେକ ସ୍ଥାନରେ ପାଇପ୍‌ ଫାଟି ଯାଇଥିବାରୁ ବହୁ ସାହିବାସୀ ବିଶୁଦ୍ଧ ଜଳରୁ ବଞ୍ଚିତ ରହିଛନ୍ତି। ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉ।
– ଅନନ୍ତ ଚରଣ ସାହୁ, ଗ୍ରାମବାସୀ
ବର୍ଷ ବର୍ଷ ଧରି ଅସୁବିଧା ଭୋଗୁଛୁ
ବରପଦା ଗ୍ରାମକୁ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବା ନିମନ୍ତେ ବହୁବାର ଅଭିଯୋଗପତ୍ର ପ୍ରଦାନ କରାଯାଇଛି। କିନ୍ତୁ ପ୍ରଶାସନ ଜଳକଷ୍ଟ ଦୂର କରିବା ଦିଗରେ ଆଗ୍ରହ ପ୍ରକାଶ କରୁନାହିଁ। ନଳକୂଅଗୁଡ଼ିକର ପାଇପ୍‌ ମଧ୍ୟ ବଦଳାଯାଉ ନାହିଁ। ଯଥାଶୀଘ୍ର ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣର ବ୍ୟବସ୍ଥା କରାଯାଉ।
– ଜଗବନ୍ଧୁ ସାହୁ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?