ବଢ଼ିବ ବିଜ୍ଞାନ ଜ୍ଞାନ

ଅନୁଗୋଳ ଅଫିସ, ୬ା୧ (ଅମିତ କୁମାର ସାମଲ) – ଅନୁଗୋଳ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ଏଥିପାଇଁ ଛେଣ୍ଡିପଦା ବ୍ଲକରେ ସ୍ଥାନ ଚିହ୍ନଟ କରାଯାଇଛି। ଗତ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ନିକଟକୁ ଏ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ପଠାଯାଇ ସାରିଛି। ପ୍ରଥମେ ୫ ଏକର ଜାଗାରେ ୩ କୋଟି ଟଙ୍କା ବ୍ୟୟ କରାଯିବାର ଯୋଜନା ଥିଲା। କିନ୍ତୁ ପରେ ତାହାକୁ ୫୦ ଏକରକୁ ବଢ଼ାଯିବା ସହ ୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ସରକାର ଅର୍ଥ ମଞ୍ଜୁର କରିବା ପରେ ପାର୍କ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ସାଇନ୍ସ ପାର୍କ କେବଳ ଛେଣ୍ଡିପଦା ନୁହେଁ ବରଂ ଜିଲାବାସୀଙ୍କ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ବଢ଼ାଇବାରେ ସହାୟକ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱରର ସାଇନ୍ସ ପାର୍କ ଭଳି ଅନୁଗୋଳ ଜିଲାରେ ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ୫୦ ଏକର ଜାଗା ଚିହ୍ନଟ କରାଯାଇଥିବା ସରକାରଙ୍କୁ ଜଣାଇ ଦିଆଯାଇଛି। ପ୍ରସ୍ତାବରେ କୁହାଯାଇଛି ଯେ, ସ୍ଥିର କରାଯାଇଥିବା ସ୍ଥାନରେ ସାଇନ୍ସ ପାର୍କ ସହ ଲୋକଙ୍କ ମନୋରଞ୍ଜନର ଅନ୍ୟ ମାଧ୍ୟମ ରହିବ। ଏଠାରେ ସୁଇମିଂ ପୁଲ, ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ଜିମ୍‌, ସ୍ଥାନୀୟ ଯୁବତୀ ଯୁବକଙ୍କ ନିମନ୍ତେ ଖେଳ ପଡ଼ିଆ ନିର୍ମାଣ କରାଯିବ। ଏହା ନିକଟରେ ପିକ୍‌ନିକ୍‌ ସ୍ପଷ୍ଟ ତିଆରି କରାଗଲେ ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ପର୍ଯ୍ୟଟକ ଆସିବେ। ସେମାନେ ସାଇନ୍ସ ପାର୍କ ବୁଲି ବିଜ୍ଞାନ ଓ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ ସହ ଅଧିକ ମଜା ଉଠାଇ ପାରିବେ। ସେହିପରି ଛେଣ୍ଡିପଦାରେ ଶିଳ୍ପାୟନ ପାଇଁ ବହୁ ଲୋକ ବିସ୍ଥାପିତ ହେଉଛନ୍ତି। ସେମାନଙ୍କ ମୁଣ୍ଡ ଗୁଞ୍ଜିବା ନିମନ୍ତେ ଏଠାରେ ଏକ ବିସ୍ଥାପିତ କଲୋନୀ ନିର୍ମାଣ କରାଯିବ। ଏଥିରେ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଖଣି ଖାଦାନ ପାଇଁ ଘର, ଜମି ହରାଉଥିବା ଲୋକେ ଉପକୃତ ହୋଇପାରିବେ। ସେହିପରି ଭୁବନେଶ୍ୱର ଯାଇପାରୁ ନ ଥିବା ଅନୁଗୋଳ ଜିଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ର ଏହି ସାଇନ୍ସ ପାର୍କ ବୁଲିବାକୁ ଅଧିକ ପସନ୍ଦ କରିବେ।

ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ମିଳିବ
ଅନୁଗୋଳ ଜିଲାରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଥିଲା। ତେବେ ଅନ୍ୟ ସ୍ଥାନ ଅପେକ୍ଷା ଏଥିପାଇଁ ଛେଣ୍ଡିପଦାକୁ ବଛାଯାଇଛି। ଏହି ସାଇନ୍ସ ପାର୍କ ନିର୍ମାଣ ହେଲେ ବିଜ୍ଞାନ ସମ୍ବନ୍ଧୀୟ ବହୁ ତଥ୍ୟ ଜିଲାବାସୀ ପାଇପାରିବେ। ପାର୍କ ସହ ମନୋରଞ୍ଜନ ପାଇଁ ଏହା ଚତୁଃପାର୍ଶ୍ୱରେ ଅନେକ ଆନୁଷଙ୍ଗିକ ବ୍ୟବସ୍ଥା ଲୋକଙ୍କ ପାଇଁ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ସାଇନ୍ସ ପାର୍କ ଯୋଜନା ସ୍ବାଗତଯୋଗ୍ୟ
ଛେଣ୍ଡିପଦାରେ ସାଇନ୍ସ ପାର୍କ ନିର୍ମାଣ ଯୋଜନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ହେଲେ ଗ୍ରାମାଞ୍ଚଳର ଲୋକମାନେ ସାଇନ୍ସ କ’ଣ ଭଲ କରି ଜାଣିପାରିବେ। ଜ୍ଞାନ ବାଣ୍ଟିବା ସହ ଏହା ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଆଡ଼କୁ ଆକୃଷ୍ଟ କରିବ। ଫଳରେ ଏହି ପାର୍କ ପରିଦର୍ଶନ କରିବାକୁ ଜିଲାର ଅଧିକାଂଶ ଲୋକେ ନିଶ୍ଚିତ ଆଗ୍ରହ ଦେଖାଇବେ।
-ବିଶ୍ୱରଞ୍ଜନ ପ୍ରଧାନ, ପ୍ରାକ୍ତନ ପ୍ରାଧ୍ୟାପକ, ଛେଣ୍ଡିପଦା
ଜ୍ଞାନ ବୃଦ୍ଧିରେ ସହାୟକ ହେବ
ଛେଣ୍ଡିପଦା ଶିଳ୍ପାଞ୍ଚଳରେ ସାଇନ୍ସ ପାର୍କ ନିର୍ମାଣ ହେଲେ ଏହା ସମସ୍ତଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ। ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଲୋକଙ୍କୁ ସୂଚନା ମିଳିପାରିବ। ବିଶେଷକରି ଛାତ୍ରୀଛାତ୍ରମାନେ ଏହାଦ୍ୱାରା ଉପକୃତ ହେବ। ପାର୍କ ବ୍ୟତୀତ ଅନ୍ୟ ମନୋରଞ୍ଜନର ମାଧ୍ୟମ ଏଠାରେ ଉପଲବ୍ଧ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ।
-ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଅଧ୍ୟାପକ, ବାପୁଜୀ ମହାବିଦ୍ୟାଳୟ, ଛେଣ୍ଡିପଦା
ବିସ୍ଥାପିତ କଲୋନୀରେ ସମସ୍ତ ସୁବିଧା ରହୁ
ଶିଳ୍ପ ଓ ଖଣି ପାଇଁ ପୂର୍ବରୁ ବହୁ ଲୋକ ବିସ୍ଥାପିତ ହୋଇଛନ୍ତି। ସେମାନେ ଭୋଗୁଥିବା ଅସୁବିଧା ଅନ୍ୟ କେହି ଜାଣିପାରିବେ ନାହିଁ। ସାଇନ୍ସ ପାର୍କ ନିକଟରେ ବିସ୍ଥାପିତ କଲୋନୀ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବାକୁ ସ୍ବାଗତ କରୁଛୁ। କିନ୍ତୁ ସେଠାରେ ସମସ୍ତ ମୌଳିକ ସୁବିଧା ପ୍ରଶାସନ କରିବା ଆବଶ୍ୟକ। ନଚେତ ଲୋକେ ଅଧିକ ସମସ୍ୟାରେ ପଡ଼ିବେ।
-ଗୋପବନ୍ଧୁ ସାହୁ, ବିସ୍ଥାପିତ ପରିବାର ସଦସ୍ୟକ


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?