ବଢ଼ିବ ବିଜ୍ଞାନ ଜ୍ଞାନ

ଅନୁଗୋଳ ଅଫିସ, ୬ା୧ (ଅମିତ କୁମାର ସାମଲ) – ଅନୁଗୋଳ ଜିଲାରେ ନିର୍ମାଣ ହେବ ସାଇନ୍ସ ପାର୍କ। ଏଥିପାଇଁ ଛେଣ୍ଡିପଦା ବ୍ଲକରେ ସ୍ଥାନ ଚିହ୍ନଟ କରାଯାଇଛି। ଗତ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ନିକଟକୁ ଏ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ପଠାଯାଇ ସାରିଛି। ପ୍ରଥମେ ୫ ଏକର ଜାଗାରେ ୩ କୋଟି ଟଙ୍କା ବ୍ୟୟ କରାଯିବାର ଯୋଜନା ଥିଲା। କିନ୍ତୁ ପରେ ତାହାକୁ ୫୦ ଏକରକୁ ବଢ଼ାଯିବା ସହ ୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ସରକାର ଅର୍ଥ ମଞ୍ଜୁର କରିବା ପରେ ପାର୍କ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ସାଇନ୍ସ ପାର୍କ କେବଳ ଛେଣ୍ଡିପଦା ନୁହେଁ ବରଂ ଜିଲାବାସୀଙ୍କ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ବଢ଼ାଇବାରେ ସହାୟକ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱରର ସାଇନ୍ସ ପାର୍କ ଭଳି ଅନୁଗୋଳ ଜିଲାରେ ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ୫୦ ଏକର ଜାଗା ଚିହ୍ନଟ କରାଯାଇଥିବା ସରକାରଙ୍କୁ ଜଣାଇ ଦିଆଯାଇଛି। ପ୍ରସ୍ତାବରେ କୁହାଯାଇଛି ଯେ, ସ୍ଥିର କରାଯାଇଥିବା ସ୍ଥାନରେ ସାଇନ୍ସ ପାର୍କ ସହ ଲୋକଙ୍କ ମନୋରଞ୍ଜନର ଅନ୍ୟ ମାଧ୍ୟମ ରହିବ। ଏଠାରେ ସୁଇମିଂ ପୁଲ, ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ଜିମ୍‌, ସ୍ଥାନୀୟ ଯୁବତୀ ଯୁବକଙ୍କ ନିମନ୍ତେ ଖେଳ ପଡ଼ିଆ ନିର୍ମାଣ କରାଯିବ। ଏହା ନିକଟରେ ପିକ୍‌ନିକ୍‌ ସ୍ପଷ୍ଟ ତିଆରି କରାଗଲେ ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ପର୍ଯ୍ୟଟକ ଆସିବେ। ସେମାନେ ସାଇନ୍ସ ପାର୍କ ବୁଲି ବିଜ୍ଞାନ ଓ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ ସହ ଅଧିକ ମଜା ଉଠାଇ ପାରିବେ। ସେହିପରି ଛେଣ୍ଡିପଦାରେ ଶିଳ୍ପାୟନ ପାଇଁ ବହୁ ଲୋକ ବିସ୍ଥାପିତ ହେଉଛନ୍ତି। ସେମାନଙ୍କ ମୁଣ୍ଡ ଗୁଞ୍ଜିବା ନିମନ୍ତେ ଏଠାରେ ଏକ ବିସ୍ଥାପିତ କଲୋନୀ ନିର୍ମାଣ କରାଯିବ। ଏଥିରେ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଖଣି ଖାଦାନ ପାଇଁ ଘର, ଜମି ହରାଉଥିବା ଲୋକେ ଉପକୃତ ହୋଇପାରିବେ। ସେହିପରି ଭୁବନେଶ୍ୱର ଯାଇପାରୁ ନ ଥିବା ଅନୁଗୋଳ ଜିଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ର ଏହି ସାଇନ୍ସ ପାର୍କ ବୁଲିବାକୁ ଅଧିକ ପସନ୍ଦ କରିବେ।

ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ମିଳିବ
ଅନୁଗୋଳ ଜିଲାରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଥିଲା। ତେବେ ଅନ୍ୟ ସ୍ଥାନ ଅପେକ୍ଷା ଏଥିପାଇଁ ଛେଣ୍ଡିପଦାକୁ ବଛାଯାଇଛି। ଏହି ସାଇନ୍ସ ପାର୍କ ନିର୍ମାଣ ହେଲେ ବିଜ୍ଞାନ ସମ୍ବନ୍ଧୀୟ ବହୁ ତଥ୍ୟ ଜିଲାବାସୀ ପାଇପାରିବେ। ପାର୍କ ସହ ମନୋରଞ୍ଜନ ପାଇଁ ଏହା ଚତୁଃପାର୍ଶ୍ୱରେ ଅନେକ ଆନୁଷଙ୍ଗିକ ବ୍ୟବସ୍ଥା ଲୋକଙ୍କ ପାଇଁ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ସାଇନ୍ସ ପାର୍କ ଯୋଜନା ସ୍ବାଗତଯୋଗ୍ୟ
ଛେଣ୍ଡିପଦାରେ ସାଇନ୍ସ ପାର୍କ ନିର୍ମାଣ ଯୋଜନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ହେଲେ ଗ୍ରାମାଞ୍ଚଳର ଲୋକମାନେ ସାଇନ୍ସ କ’ଣ ଭଲ କରି ଜାଣିପାରିବେ। ଜ୍ଞାନ ବାଣ୍ଟିବା ସହ ଏହା ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ ଆଡ଼କୁ ଆକୃଷ୍ଟ କରିବ। ଫଳରେ ଏହି ପାର୍କ ପରିଦର୍ଶନ କରିବାକୁ ଜିଲାର ଅଧିକାଂଶ ଲୋକେ ନିଶ୍ଚିତ ଆଗ୍ରହ ଦେଖାଇବେ।
-ବିଶ୍ୱରଞ୍ଜନ ପ୍ରଧାନ, ପ୍ରାକ୍ତନ ପ୍ରାଧ୍ୟାପକ, ଛେଣ୍ଡିପଦା
ଜ୍ଞାନ ବୃଦ୍ଧିରେ ସହାୟକ ହେବ
ଛେଣ୍ଡିପଦା ଶିଳ୍ପାଞ୍ଚଳରେ ସାଇନ୍ସ ପାର୍କ ନିର୍ମାଣ ହେଲେ ଏହା ସମସ୍ତଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ। ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଲୋକଙ୍କୁ ସୂଚନା ମିଳିପାରିବ। ବିଶେଷକରି ଛାତ୍ରୀଛାତ୍ରମାନେ ଏହାଦ୍ୱାରା ଉପକୃତ ହେବ। ପାର୍କ ବ୍ୟତୀତ ଅନ୍ୟ ମନୋରଞ୍ଜନର ମାଧ୍ୟମ ଏଠାରେ ଉପଲବ୍ଧ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ।
-ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ଅଧ୍ୟାପକ, ବାପୁଜୀ ମହାବିଦ୍ୟାଳୟ, ଛେଣ୍ଡିପଦା
ବିସ୍ଥାପିତ କଲୋନୀରେ ସମସ୍ତ ସୁବିଧା ରହୁ
ଶିଳ୍ପ ଓ ଖଣି ପାଇଁ ପୂର୍ବରୁ ବହୁ ଲୋକ ବିସ୍ଥାପିତ ହୋଇଛନ୍ତି। ସେମାନେ ଭୋଗୁଥିବା ଅସୁବିଧା ଅନ୍ୟ କେହି ଜାଣିପାରିବେ ନାହିଁ। ସାଇନ୍ସ ପାର୍କ ନିକଟରେ ବିସ୍ଥାପିତ କଲୋନୀ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବାକୁ ସ୍ବାଗତ କରୁଛୁ। କିନ୍ତୁ ସେଠାରେ ସମସ୍ତ ମୌଳିକ ସୁବିଧା ପ୍ରଶାସନ କରିବା ଆବଶ୍ୟକ। ନଚେତ ଲୋକେ ଅଧିକ ସମସ୍ୟାରେ ପଡ଼ିବେ।
-ଗୋପବନ୍ଧୁ ସାହୁ, ବିସ୍ଥାପିତ ପରିବାର ସଦସ୍ୟକ


Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରରେ ଅଗ୍ନିଶମ ଅଧିକାରୀ

ଅନୁଗୋଳ ଅଫିସ, ୧୩।୬- ଅନୁଗୋଳ ସହରର ବିଭିନ୍ନ କୋଚିଂ ସେଣ୍ଟରଗୁଡ଼ିକରେ ବୁଧବାର ଅଗ୍ନିଶମ ଅଧିକାରୀମାନେ ସଦଳବଳ ପହଞ୍ଚତ୍ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅନୁଗୋଳର...

ନିର୍ମାଣ ସରିନି, ତରବରିଆ ଉଦ୍‌ଘାଟନ

ନିରାକାରପୁର,୧୧ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ଏହାର ଉଦ୍‌ଘାଟନକୁ...

ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ...

ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ...

୨୪ ଘଣ୍ଟାରେ ଦ୍ୱିତୀୟ ଥର ଲାଗି ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୨୩।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର ସକାଳ ୯ଟା...

ମା’ ବିରୋଧ କରିବାରୁ ମାଡ଼, ଝିଅ ଗିରଫ

ରାଜନଗର, ୨୦ା୬ (ଭାସ୍କର ରାଉତରାୟ): ଭିଣୋଇକୁ ବାହା ହେବାକୁ ଶାଳୀ ଜିଦ୍‌ ଧରିଛନ୍ତି। ରାଜନଗର ଥାନା ପୋଲିସ ସୂତ୍ରରୁ ପ୍ରକାଶ, ସ୍ଥାନୀୟ ଡିଆପାରି ଗାଁର ସରସ୍ବତୀ...

ପୁରୀ ସହକାରୀ ବନ ସଂରକ୍ଷକଙ୍କ ଅଫିସ୍‌ ସମେତ ଏସବୁ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ,୫।୮: ପୁରୀ ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁଙ୍କ ଘରେ ବୁଧବାର ବେଆଇନ୍‌ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଏକ...

ରାସ୍ତାରେ କାମୁଡ଼ିଲେ ମହୁମାଛି

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଡିଗିସିରାରେ ରବିବାର ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଡିଗିସିରାର ଭଗବାନ ପ୍ରଧାନ(୬୦)। ମିଳିଥିବା...

Advertisement
Archives

Model This Week