ଶିକାରୀ ଫାଶରେ କଲରାପତରିଆ ମୃତ

ବଇଣ୍ଡା,୭ା୧୧(ଡି.ଏନ.ଏ.):ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜ୍‌ ଫୁଲଝରି ଜଙ୍ଗଲରୁ ରବିବାର ଏକ କଲରାପତରିଆ ବାଘର ଗଳିତ ମୃତଦେହକୁ ବାମୁର ବନ କର୍ମଚାରୀ ଜବତ କରିଛନ୍ତି। ଶିକାରୀମାନେ ଚମଡ଼ା ବିକ୍ରି କରିବା ଲାଗି ଶୁଖାଇଥିବାବେଳେ ଏହାକୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୪ ଶିକାରୀ ଗିରଫ ହୋଇଛନ୍ତି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ସେମାନଙ୍କ ନାମ ଗୋପନ ରଖାଯାଇଛି। ଅନ୍ୟପଟେ ବନ କର୍ମଚାରୀ ଗ୍ରାମର ଜି. ନାୟକ, ବି. ନାୟକ, ଜି. ମିର୍ଦ୍ଧା ଏବଂ ଅନ୍ୟ ଜଣକୁ ଉଠାଇ ନେଇଥିବା ଗ୍ରାମବାସୀ କହିଛନ୍ତି।
ବନ ବିଭାଗ ସୂଚନା ଅନୁଯାୟୀ, ଫୁଲଝରି ଜଙ୍ଗଲରେ ବୁଧବାର ରାତିରେ ବାର୍‌ହା ଶିକାର କରିବା ପାଇଁ ୪ ଅଭିଯୁକ୍ତ ୧୧ କେଭି ଲାଇନ୍‌ରୁ ହୁକ ଟାଣି ବିଦ୍ୟୁତ୍‌ ଫାଶ ବିଛାଇଥିଲେ। ଏଥିରେ ଉକ୍ତ କଲରାପତରିଆ ଫସିଯାଇ ମୃତ୍ୟୁମୁଖରେ ପଡ଼ିଥିଲା। ଗୁରୁବାର ସକାଳେ ଶିକାରୀମାନେ ମୃତବାଘ ଶରୀରରୁ ଚମଡ଼ା ବାହାର କରି ଏକ ପଥରରେ ଶୁଖାଇଥିଲେ। ଏଥିସହ ବାଘର ଚମଡ଼ାବିହୀନ ମୃତଦେହକୁ ବୁଦାରେ ଫିଙ୍ଗି ଦେଇଥିଲେ। ରବିବାର ସକାଳେ ଜଙ୍ଗଲକୁ ଯାଇଥିବା ଜଣେ ଗୋରୁ ଚରାଳି ଏହା ଦେଖି ବାମୁର ରେଞ୍ଜ୍‌ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଆଠମଲ୍ଲିକ ଡିଏଫ୍‌ଓ ଏସ୍‌. ଆନନ୍ଦ, ବାମୁର ରେଞ୍ଜର ସରୋଜ ମିଶ୍ରଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲେ। ଶୁଖାଯାଇଥିବା ବାଘ ଚମଡାକୁ ଜବତ କରାଯାଇଛି। କେଉଁ ସ୍ଥାନରେ ଚମଡ଼ାକୁ ବିକ୍ରି କରିବାକୁ ଅଭିଯୁକ୍ତମାନେ ମସୁଧା ଚଳାଇଥିଲେ, ସେ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ସେମାନଙ୍କୁ ପଚରାଉଚରା କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଦୁର୍ନୀତି’ ବିରୋଧରେ ଜନଗର୍ଜନ: ଭିଜିଲାନ୍ସ ତଦନ୍ତ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ…

ଥୁଆମୂଳ ରାମପୁର, ୧୨ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥର ହରିଲୁଟ୍ ବିରୋଧରେ…

‘ସେବାରେ ସମର୍ପଣ ମନୋଭାବ ରଖିବାକୁ ଆହ୍ବାନ’

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଆନ୍ତର୍ଜାତୀୟ ନର୍ସିଂ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ…

କାମ ସାରି ଫେରୁଥିଲେ, ବାଇକ୍‌ରୁ ଖସି ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନଂ ଜାତୀୟ ରାଜପଥର କୋକସରା ଥାନା ମୋଟେର ପେଟ୍ରୋଲ ପମ୍ପ ନିକଟରେ ବାଇକରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତ…

ଆମପାଣିଠାରେ ଅବକାରୀ ପୋଲିସର ଚଢ଼ାଉ: ୧୮ ଲିଟର ଦେଶୀ ହାତରନ୍ଧା ମଦ, ଜଣେ ଗିରଫ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ମଙ୍ଗଳବାର ଆମପାଣିଠାରେ ଚଢ଼ାଉ କରି ଜଣକୁ ଗିରଫ କରାଯାଇଛି। ଗିରଫ…

କଳାହାଣ୍ଡି ଜିଲା ଗସ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ

ଭବାନୀପାଟଣା, ୧୨।୫(ଉତ୍ତମ କୁମାର ଦାଶ): ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ମଙ୍ଗଳବାର କଳାହାଣ୍ଡି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର…

୪୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଲେ ବୃଦ୍ଧା

ପାଟଣା, ୧୨/୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ରାତିରେ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri