ଦିନ ତମାମ ବର୍ଷିିଲା

ଅନୁଗୋଳ ଅଫିସ, ୧୦।୮: ଅନୁଗୋଳ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇଯାଇଥିଲା। ଏପରି ଲଗାଣ ବର୍ଷା କାରଣରୁ ସହର ମଧ୍ୟରେ ପାଣିର ସୁଅ ଛୁଟିଥିବାବେଳେ ତଳି ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ସହର ବହୁ ଲୋକଙ୍କ ଘରେ ପାଣି ପଶିଯାଇଛି। ମନ୍ଦିର ପରିସର ଏପରି କି ଭିତରେ ଥିବା ଦେବଦେବୀ ମଧ୍ୟ ପାଣି ଘେରରେ ଥିବା ଜଣାପଡ଼ିଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲେ ମଧ୍ୟ ସେପରି କ୍ଷୟକ୍ଷତି ହୋଇ ନ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନୁଗୋଳ ସହରରେ ସର୍ବାଧିକ ଶହେ ମିଲିମିଟର (ମି.ମି.)ବର୍ଷା ରେକର୍ଡ କରାଯାଇଥିବା ବେଳେ ପାଲଲହଡ଼ା ବ୍ଲକ ଅଞ୍ଚଳରେ ମାତ୍ର ୫ ମିଲିମିଟର ବର୍ଷା ହୋଇଛି। ତେବେ ମୋଟ ଉପରେ ଜିଲାରେ ୩୦୯ ମି.ମି. ବର୍ଷା ହୋଇଛି।
ସୋମବାର ରାତିରୁ ଅନୁଗୋଳ ସହରରେ ବର୍ଷା ଆରମ୍ଭ ହୋଇଥିଲା। କିନ୍ତୁ ମଙ୍ଗଳବାର ସକାଳୁ ଏହା ଟିକେ ଥମିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗିରହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଚଳିତବର୍ଷ ଅନୁଗୋଳରେ ଏହା ସବୁଠାରୁ ବଡ଼ ବର୍ଷା ବୋଲି ରେକର୍ଡ ହୋଇଛି। ଏହି ବଡ଼ ବର୍ଷା ଯୋଗୁ ସହରର ବ୍ରାହ୍ମଣୀଦେଈପଡ଼ା, ଶିମିଳିପଡ଼ା, ହାତୀଶାଳପଡ଼ା, ଅମଲାପଡ଼ା, ଶଙ୍କରସିନେମା ରୋଡ, ଗାନ୍ଧୀମାର୍ଗ, ମିଶ୍ରପଡ଼ା ଆଦି ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି। ବ୍ରାହ୍ମଣୀଦେଈପଡ଼ାରେ କେତେଜଣ ଲୋକଙ୍କ ଘରେ ପାଣି ପଶିଯାଇଛି। ଶଙ୍କର ସିନେମା ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ରାସ୍ତାରେ ପ୍ରବାହିତ ହୋଇଛି। ସହରର ଗଳିକନ୍ଦି ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଲୋକମାନେ ଘରୁ ବାହାରି ପାରି ନ ଥିଲେ। ସକାଳୁ ଆରମ୍ଭ ହୋଇଥିବା ଏହି ମୂଷଳ ଧାରା ବର୍ଷା ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଅନୁଗୋଳ ବ୍ଲକରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ ବଅଁରପାଳ ବ୍ଲକରେ ୬୩ ମି.ମି., ଛେଣ୍ଡିପଦାରେ ୩୬ ମି.ମି., ଆଠମଲ୍ଲିକରେ ୫୮, ପାଲଲହଡ଼ାରେ ୫, କଣିହାଁରେ ୧୭, ତାଳଚେରରେ ୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ କିଶୋରନଗର ବ୍ଲକରେ କେତେ ପରିମାଣରେ ବର୍ଷା ରେକର୍ଡ କରାଯାଇଛି ତାହା ଖବର ଲେଖା ହେବା ପର୍ଯ୍ୟନ୍ତ ହସ୍ତଗତ ହୋଇପାରିନାହିଁ। ଅନ୍ୟପକ୍ଷରେ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ବିଡିଓ ଓ ତହସିଲଦାରମାନଙ୍କୁ ସଜାଗ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର,୯।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଚାରାଧୀନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋରାପୁଟ ଜିଲା ପାଡୁଆ ଥାନା ଅନ୍ତର୍ଗତ ଶୋଭାପୁଟ ଗ୍ରାମର...

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ଅକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି...

ଦୁର୍ଘଟଣାରେ ଆହତ ସ୍ବାମୀ-ସ୍ତ୍ରୀଙ୍କୁ ନିଜ ଗାଡିରେ ହସ୍ପିଟାଲ୍‌ ନେଲେ ବିଧାୟକ

ଛତ୍ରପୁର,୧୬।୨(ଡି.ଏନ.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ବୁଧବାର ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକରେ...

ଆଇନ ସେବାକେନ୍ଦ୍ର ଉଦ୍‌ଘାଟନ କଲେ ଜିଲା ଦୌରାଜଜ

ଚନ୍ଦ୍ରଗିରିି,୧ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି, ଅଡ଼ବା ଓ ପି.ଗୋବିନ୍ଦପୁର ପଞ୍ଚାୟତରେ ରବିବାର ଗ୍ରାମୀଣ ଆଇନ ସେବାକେନ୍ଦ୍ର ଗଜପତି ଜିଲା ଦୌରା ଜଜ୍‌ ତଥା ଡିଏଲଏସଏ...

ଡେଥଜୋନ ପାଲଟିଛି ବାମପଦା ଛକ

ରେମୁଣା,୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥର ବାମପଦା ଛକରେ ବାରମ୍ବାର ଦୁର୍ଘଟଣା ଘଟି ଏକ ଡେଥ ଜୋନ୍‌ରେ ପରିଣତ ହୋଇଛି।...

ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ଆଖିରେ ପଟି ବାନ୍ଧି ସବୁ କାମ କରୁଛନ୍ତି ୮ ବର୍ଷର ନାବାଳକ

କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡାଗୁଡା ଗାଁର ବିସ୍ମୟ ବାଳକ ରିତେଶ କୁମାର ସାହୁ (୮)। ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ...

ପିପିଲି ମେଡିକାଲରେ ଅବ୍ୟବସ୍ଥା ନେଇ ଧାରଣା

ପିପିଲି,୨୦।୧୦(ସ୍ବ.ପ୍ର.): ପିପିଲି ସରକାରୀ ମେଡିକାଲରେ ବିଭିନ୍ନ ସମସ୍ୟାକୁ ନେଇ ଲାଗିରହିଛି ଅବ୍ୟବସ୍ଥା। ଡାକ୍ତର ନିଯୁକ୍ତିଠାରୁ ଆରମ୍ଭ କରି ନିରାମୟ ସେବା, ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ, ମେଡିକାଲ ଯନ୍ତ୍ରାଂଶ...

Advertisement
Archives

Model This Week