ଦିନ ତମାମ ବର୍ଷିିଲା

ଅନୁଗୋଳ ଅଫିସ, ୧୦।୮: ଅନୁଗୋଳ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ହୋଇଛି। ସ୍ଥିତି ଏପରି ହୋଇଥିଲା ଯେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇଯାଇଥିଲା। ଏପରି ଲଗାଣ ବର୍ଷା କାରଣରୁ ସହର ମଧ୍ୟରେ ପାଣିର ସୁଅ ଛୁଟିଥିବାବେଳେ ତଳି ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ସହର ବହୁ ଲୋକଙ୍କ ଘରେ ପାଣି ପଶିଯାଇଛି। ମନ୍ଦିର ପରିସର ଏପରି କି ଭିତରେ ଥିବା ଦେବଦେବୀ ମଧ୍ୟ ପାଣି ଘେରରେ ଥିବା ଜଣାପଡ଼ିଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲେ ମଧ୍ୟ ସେପରି କ୍ଷୟକ୍ଷତି ହୋଇ ନ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନୁଗୋଳ ସହରରେ ସର୍ବାଧିକ ଶହେ ମିଲିମିଟର (ମି.ମି.)ବର୍ଷା ରେକର୍ଡ କରାଯାଇଥିବା ବେଳେ ପାଲଲହଡ଼ା ବ୍ଲକ ଅଞ୍ଚଳରେ ମାତ୍ର ୫ ମିଲିମିଟର ବର୍ଷା ହୋଇଛି। ତେବେ ମୋଟ ଉପରେ ଜିଲାରେ ୩୦୯ ମି.ମି. ବର୍ଷା ହୋଇଛି।
ସୋମବାର ରାତିରୁ ଅନୁଗୋଳ ସହରରେ ବର୍ଷା ଆରମ୍ଭ ହୋଇଥିଲା। କିନ୍ତୁ ମଙ୍ଗଳବାର ସକାଳୁ ଏହା ଟିକେ ଥମିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତୁହାକୁ ତୁହା ପ୍ରବଳ ବର୍ଷା ଲାଗିରହିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଚଳିତବର୍ଷ ଅନୁଗୋଳରେ ଏହା ସବୁଠାରୁ ବଡ଼ ବର୍ଷା ବୋଲି ରେକର୍ଡ ହୋଇଛି। ଏହି ବଡ଼ ବର୍ଷା ଯୋଗୁ ସହରର ବ୍ରାହ୍ମଣୀଦେଈପଡ଼ା, ଶିମିଳିପଡ଼ା, ହାତୀଶାଳପଡ଼ା, ଅମଲାପଡ଼ା, ଶଙ୍କରସିନେମା ରୋଡ, ଗାନ୍ଧୀମାର୍ଗ, ମିଶ୍ରପଡ଼ା ଆଦି ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି। ବ୍ରାହ୍ମଣୀଦେଈପଡ଼ାରେ କେତେଜଣ ଲୋକଙ୍କ ଘରେ ପାଣି ପଶିଯାଇଛି। ଶଙ୍କର ସିନେମା ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ରାସ୍ତାରେ ପ୍ରବାହିତ ହୋଇଛି। ସହରର ଗଳିକନ୍ଦି ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଲୋକମାନେ ଘରୁ ବାହାରି ପାରି ନ ଥିଲେ। ସକାଳୁ ଆରମ୍ଭ ହୋଇଥିବା ଏହି ମୂଷଳ ଧାରା ବର୍ଷା ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଅନୁଗୋଳ ବ୍ଲକରେ ସର୍ବାଧିକ ୧୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ ବଅଁରପାଳ ବ୍ଲକରେ ୬୩ ମି.ମି., ଛେଣ୍ଡିପଦାରେ ୩୬ ମି.ମି., ଆଠମଲ୍ଲିକରେ ୫୮, ପାଲଲହଡ଼ାରେ ୫, କଣିହାଁରେ ୧୭, ତାଳଚେରରେ ୩୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ କିଶୋରନଗର ବ୍ଲକରେ କେତେ ପରିମାଣରେ ବର୍ଷା ରେକର୍ଡ କରାଯାଇଛି ତାହା ଖବର ଲେଖା ହେବା ପର୍ଯ୍ୟନ୍ତ ହସ୍ତଗତ ହୋଇପାରିନାହିଁ। ଅନ୍ୟପକ୍ଷରେ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ବିଡିଓ ଓ ତହସିଲଦାରମାନଙ୍କୁ ସଜାଗ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?