ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍‌ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ

ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ତଦନ୍ତ ଜୋର୍‌ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ ଏସ୍‌ଆଇଟି ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି। ସେହିଭଳି ଅଭିଯୁକ୍ତ ବାବୁଲି ନାୟକ ଓ ତାଙ୍କ ଡ୍ରାଇଭରଙ୍କୁ ମାରାଥନ ଜେରା କରାଯାଇଛି। ପରୀ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହ କରି କାହ୍ନୁ ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ଏସ୍‌ଆଇଟି ଟିମ୍‌ ଉଠାଇ ନେଇ ଜେରା କରିଥିଲା। ପରେ ତାଙ୍କୁ ଆଣି ଘରେ ଶନିବାର ଛାଡ଼ି ଦେଇଛି। ସେ ଘରକୁ ଆସିବା ପରେ କିଛି ସମୟ ଗଁାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଶନିବାର କାହ୍ନୁ କିଛି ସମୟ ପରୀ ଘଟଣାକୁ ନେଇ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ପରୀ ହତ୍ୟାକାରୀଙ୍କୁ ଧରାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏସ୍‌ଆଇଟି ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗଁା ସଭାରେ ଯୋଗଦେଇ ଏହା କହିବା ପରେ ପୁରସ୍କାର ରାଶି ସମ୍ପର୍କରେ ଗଁା ସଭାପତି ଜୟକୃଷ୍ଣ ପରିଡ଼ା ଘୋଷଣା କରିଛନ୍ତି। ପରିଡ଼ାଙ୍କ ସୂଚନା ଅନୁସାରେ, ପରୀ ହତ୍ୟା ସମ୍ପର୍କରେ ସୂଚନା ଦେବା ନେଇ ଏସ୍‌ଆଇଟି ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ହତ୍ୟାକାଣ୍ଡ ନେଇ ସୂଚନାଦାତାଙ୍କ ନଁା ଗୋପନ ରଖାଯିବା ସହ ପୁରସ୍କାର ମିଳିବ। ଗଁାଲୋକ ପରୀ ହତ୍ୟାକାଣ୍ଡରେ ଏସ୍‌ଆଇଟିକୁ ସହଯୋଗ କରୁଛନ୍ତି।
ଭୁବନେଶ୍ୱର ଡିଜିପି କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ପରୀ ମୃତ୍ୟୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଏସ୍‌ଆଇଟିର ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ହତ୍ୟାକାରୀଙ୍କୁ ଧରିବାକୁ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। ୪ରୁ ୫ଦିନ ହେଲା ଏସ୍‌ଆଇଟି ଗଠନ ହୋଇଛି। ତଦନ୍ତକାରୀ ଟିମ୍‌ ଉପରେ ଜନସାଧାରଣଙ୍କର ଯଥେଷ୍ଟ ଭରସା ରହିଛି। ତଦନ୍ତକାରୀ ଟିମ୍‌ କଠିନ ପରିଶ୍ରମ କରୁଛି। ମୋତେ ଦିଆଯାଇଥିବା ଦାୟିତ୍ୱକୁ ନେଇ ସଚେତନ ଅଛି। ଏଥିପାଇଁ କିଛି ସମୟ ଦେବାକୁ ସେ କହିଛନ୍ତି। ଅପରପକ୍ଷେ ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲିଙ୍କ ଘରେ ଶୁକ୍ରବାର ଏସ୍‌ଆଇଟି ଟିମ୍‌ ଚଢ଼ାଉ କରିଥିଲା। ବାବୁଲିଙ୍କର ୩ ମହଲା ଘରର ସମସ୍ତ କୋଠରିକୁ ଯାଞ୍ଚ କରାଯାଇଛି। ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ୧ ଘଣ୍ଟା ଜେରା କରାଯାଇଥିଲା। ବାବୁଲି ଓ ତାଙ୍କ ଡ୍ରାଇଭରଙ୍କ ମାଲିକାନାରେ ଥିବା ଗାଡିଗୁଡିକର ସବିଶେଷ ତଥ୍ୟ ଟିମ୍‌ ସଂଗ୍ରହ କରିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?