ଶ୍ରୀମନ୍ଦିରରେ ଯାଞ୍ଚ ସରିଲା: ଗର୍ଭଗୃହ କାନ୍ଥରେ ଧଳା ଆସ୍ତରଣ

ପୁରୀ ଅଫିସ,୨୬।୬: ଗର୍ଭଗୃହରେ ମଇଶ୍ଚର ହୋଇଛି। କାନ୍ଥରେ ଫିମ୍ପି ଭଳି ଧଳାର ଆସ୍ତରଣ ଜମିଯାଇଛି। ଏହାକୁ ସଫା କରାଯାଇ ରାସାୟନିକ ପ୍ରଲେପ ଦିଆଯିବ। ରୋଷଘର, ଭୋଗମଣ୍ଡପର ଚଟାଣ କାମ ହେବ। ନାଟମଣ୍ଡପ ଚଟାଣର କେତେକ ପଥର ନଷ୍ଟ ହୋଇଯାଇଛି। ତାହାକୁ ପରିବର୍ତ୍ତନ କରାଯିବ। ଏତଦ୍‌ବ୍ୟତୀତ ନାଟମଣ୍ଡପର ଉପର ଓ ତଳ ଛାତ ମଧ୍ୟ ମରାମତି ହେବ। ୮ ଦିନ ମଧ୍ୟରେ ଏସବୁ ମରାମତି କାର୍ଯ୍ୟ ସରିବ ବୋଲି କହିଛନ୍ତି ଏଏସ୍‌ଆଇ କୋର କମିଟି ସଦସ୍ୟ ଡ. ଏନ୍‌.ସି. ପାଲ୍‌। ଗୁରୁବାର ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ, ରୋଷଘର ଏବଂ ଭୋଗମଣ୍ଡପ ଯାଞ୍ଚ ପରେ ଏହି ନିଷ୍ପତ୍ତି ହୋଇଛି।
ଗୁରୁବାର ଯାଞ୍ଚ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହ। ଏଥିସହ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ ଏବଂ ରୋଷଶାଳାର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୂର୍ତ୍ତ ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇର) ବରିଷ୍ଠ ଅଧିକାରୀ ଏବଂ ଇଞ୍ଜିନିୟର ପ୍ରଥମେ ଗର୍ଭଗୃହ ଯାଞ୍ଚ କରିଥିଲେ। କାନ୍ଥରେ ଫିମ୍ଫି ଭଳି ଧଳା ଆସ୍ତରଣ ଜମିଥିବା ବେଳେ ତେଲିଆ ବି ରହିଥିବା ଦେଖିଥିଲେ। ଏହାପରେ ବନ୍ଧା ଯାଇଥିବା ଭାରା ଉପରେ ଚଢି ପ୍ରଥମ ମହଲାକୁ ଯାଇ ସ୍ଥିତି ପରଖିଥିଲେ। ନାଟମଣ୍ଡପ ଗରୁଡ଼ସ୍ତମ୍ବ ସମ୍ମୁଖ ମୁଖ୍ୟ ବିମ୍‌ରେ ଫାଟ ହୋଇଛି। ଏହି ଫାଟର ସ୍ଥିତି ଜାଣିବା ପାଇଁ ସେଠାରେ କ୍ରାକ୍‌ ମିଟର ଲଗାଯାଇଛି। ଫାଟ ମେଲୁଛି ନା ନାହିଁ ତାହାକୁ ଯାଞ୍ଚ କରିଥିଲେ ବିଶେଷଜ୍ଞ। ଏହାର ରିଡିଂକୁ ଦେଖିଥିଲେ। ଜଗମୋହନ ଏବଂ ଭୋଗମଣ୍ଡପ ଚାଳିରେ ଦିଆଯାଇଥିବା ଲୁହା ଫ୍ରେମ୍‌କୁ ବି ଅନୁଧ୍ୟାନ କରିଥିଲେ। ଏହାପରେ ନାଟମଣ୍ଡପ ଚଟାଣର କେତେକ ପଥର ନଷ୍ଟ ହୋଇଥିବା ଦେଖି ଏହାକୁ ପରିବର୍ତ୍ତନ ପାଇଁ କହିଥିଲେ। ସେହିପରି ଭୋଗ ମଣ୍ଡପ ଏବଂ ରୋଷଘର ଚଟାଣ ବୁଲି ଦେଖିଥିଲେ। ଏହି ଯାଞ୍ଚ ପରେ ମନ୍ଦିର ପରିସର ସେବାୟତଙ୍କ ବିଶ୍ରାମ ଗୃହରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କ’ଣ କ’ଣ ମରାମତି କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଏନ୍‌.କେ. ମହାନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ ପରାମର୍ଶଦାତା କମିଟି ସଦସ୍ୟ ଡ. ଏନ୍‌.ସି. ପାଲ, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ବି.କେ. ତ୍ରିପାଠୀ, ଆସିଷ୍ଟାଣ୍ଡ ଇଞ୍ଜିନିୟର ଅର୍ଣ୍ଣବ ଦାସ, ବରିଷ୍ଠ ସଂରକ୍ଷଣ ଅଧିକାରୀ ପି. ଶ୍ରୀନିବାସ ରାଓ, କନିଷ୍ଠ ସଂରକ୍ଷଣ ସହାୟକ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ। କରୋନା ଯୋଗୁ ଧାନବାଦର ସିଏମ୍‌ଏଫ୍‌ଆରଆଇରୁ କୌଣସି ବିଶେଷଜ୍ଞ ଆସି ନାହାନ୍ତି। ଫଳରେ ଗର୍ଭଗୃହରେ ବାୟୁ ସଞ୍ଚାଳନ ଅନୁଧ୍ୟାନ ସମ୍ପୂର୍ଣ୍ଣ ହୋଇପାରି ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ପ୍ରତିବାଦରେ ଅନଶନ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ

ବରୀ/ରତ୍ନଗିରି,୧୦ା୯(ସ୍ବ.ପ୍ର./ଡି.ଏନ୍‌.ଏ.)- ବରୀ ନିର୍ବାଚନମଣ୍ଡଳୀ ଅଧୀନ ଅଲ୍ଲୀପୁରସ୍ଥିତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ପଦବୀ ଖାଲି ପଡିବା ପ୍ରତିବାଦରେ ସୋମବାର ଆଶ୍ୱାସନା ପରିବର୍ତ୍ତନର ଏକ...

ଜେଲରୁ ବାହାରିଲେ, ଗିରଫ ହେଲେ

ବାଲେଶ୍ୱର ଅଫିସ,୨୮ା୫: ଏକକାଳୀନ ସର୍ବାଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରି ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଜଣେ ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର ବେପାରୀଙ୍କ ସହ ଅରଡ଼ବଜାର ଅଞ୍ଚଳର...

ଅପେକ୍ଷାର ହେବ ଅନ୍ତ

ଅନୁଗୋଳ ଅଫିସ, ୩।୧: ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ। ୩ ତାରିଖ ରବିବାରରୁ ଅନୁଗୋଳ ଜିଲାରେ ଖୋଲିବ ଧର୍ମାନୁଷ୍ଠାନ। ଏଥିପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ...

୨ କୋଠରିରେ ପଢ଼ୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

ଦଶମନ୍ତପୁର, ୩୦।୮( ଡି.ଏନ୍‌.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଚିକମ୍‌ ପଞ୍ଚାୟତର ଉପର ଗୋଦଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୦୫...

ଭ୍ୟାକ୍ସିନ୍‌ ସହଜ ନୁହେଁ, ଭଲ ହେଲା ପରେ ପୁଣି ହେଉଛି କରୋନା

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ ୍‌ ଜାରି ରହିଛି। ସଂକ୍ରମଣ ଯୋଗୁ ଚାରିଆଡ଼େ କରାଯାଉଥିବା ବେଳେ ଏହା କେତେଦିନ ଜାରିରହିବ ତାହା...

ଭଉଣୀଙ୍କ ତାଗିଦ ଯୋଗୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଡ଼ସାହି,୧୦।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ପଶୁଦା ଗ୍ରାମ ଭୋଳପଦା ସାହିର ନବମ ଶ୍ରେଣୀର ଛାତ୍ର କାଳିଦାସ ମାରାଣ୍ଡି ମଙ୍ଗଳବାର ଦେହରେ କିରୋସିନ...

ଜଳୁଛି ଜଙ୍ଗଲ, ଅସୁରକ୍ଷିତ ବନ୍ୟଜନ୍ତୁ

କାଳିଆପାଣି,୨୧ା୪(ଡି.ଏନ.ଏ.): ଯାଜପୁର ଜିଲାର ଜଙ୍ଗଲ ଉପତ୍ୟକାରେ ଚାରିଆଡ଼େ ନିଆଁଲାଗିଛି। ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସହିତ ଔଷଧୀୟ ଗୁଳ୍ମ, ସରୀସୃପ ଓ କୀଟ, ପତଙ୍ଗ...

ଲକ୍‌ଡାଉନ୍‌ ବୃଦ୍ଧିକୁ ଗଜପତି ମହାରାଜାଙ୍କ ସ୍ବାଗତ

ପୁରୀ ଅଫିସ, ୧୦।୪: ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ଅବଧି ଆସନ୍ତା ୧୪...

Advertisement
Archives

Model This Week