Posted inଖେଳ

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ ଶ୍ରୀଲଙ୍କା ନିଜ ଘରୋଇ ମାଟିରେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରେ ୦-୧ରେ ପରାଜିତ ହୋଇଥିଲା। ଏହି ଶୋଚନୀୟ ପରାଜୟ ପରେ ଧନଞ୍ଜୟଙ୍କ ଅଧିନାୟକ ପଦ ଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏବେ ସେଥିରେ ମୋହର ବାଜିଛି। ତାଙ୍କ ସ୍ଥାନରେ ଦଳର ନିର୍ଭରଯୋଗ୍ୟ ବ୍ୟାଟର କୁଶଲ ମେଣ୍ଡିସ୍‌ଙ୍କୁ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯିବାକୁ ଯାଉଛି।

ଧନଞ୍ଜୟ ଡି’ସିଲ୍ଭାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳର ନିରାଶାଜନକ ପ୍ରଦର୍ଶନ ହିଁ ତାଙ୍କ ଅଧିନାୟକ ପଦ ଯିବାର ମୁଖ୍ୟ କାରଣ ସାଜିଛି। ୨୦୨୪ ମସିହାରେ ସେ ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ମାତ୍ର ବିଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ଦଳ ଖେଳିଥିବା ମୋଟ ମ୍ୟାଚ୍‌ରୁ ମାତ୍ର ୭ଟି ଟେଷ୍ଟରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାଜୟର ସାମ୍ନା କରିଥିଲା। ତାଙ୍କ କପ୍ତାନ୍‌ସିରେ ଦଳର ଜିତିବା ହାର (Win Percentage) ମାତ୍ର ୩୮.୮୮% ରହିଥିଲା। ଏହି ବିଫଳତା ପରେ ବୋର୍ଡ କୁଶଲ ମେଣ୍ଡିସ୍‌ଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସୂଚନାଯୋଗ୍ୟ ଯେ, ମେଣ୍ଡିସ୍ ବର୍ତ୍ତମାନ ଦଳର ଏକଦିବସୀୟ (ODI) ଓ ଟି-୨୦ ଦଳର ମଧ୍ୟ ଅଧିନାୟକ ରହିଛନ୍ତି।

ସାମ୍ପ୍ରତିକ ସମୟରେ କୁଶଲ ମେଣ୍ଡିସ୍ ଶ୍ରୀଲଙ୍କାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଏବଂ ସେ ପ୍ରତ୍ୟେକ ଫର୍ମାଟ୍‌ରେ କ୍ରମାଗତ ରନ୍ ସଂଗ୍ରହ କରିଆସୁଛନ୍ତି। ତେବେ ତାଙ୍କ ଫିଟ୍‌ନେସ୍‌କୁ ନେଇ କିଛି ସମସ୍ୟା ରହିଛି। ଭାରତ ବିପକ୍ଷ ନିକଟତର ଟେଷ୍ଟ ସିରିଜ୍‌ରେ ମଧ୍ୟ ଆଘାତ ସମସ୍ୟା ଯୋଗୁ ସେ ଖେଳିପାରି ନ ଥିଲେ। ଏହା ବ୍ୟତୀତ ତାଙ୍କ କ୍ୟାରିୟର ସହ ଶୃଙ୍ଖଳାଗତ ବିବାଦ ମଧ୍ୟ ଯୋଡ଼ି ହୋଇ ରହିଛି। ୨୦୨୧ ଇଂଲଣ୍ଡ ଗସ୍ତ ସମୟରେ ନିୟମ ଭଙ୍ଗ କରିବା ଯୋଗୁ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ୧ ବର୍ଷ ପାଇଁ ବାସନ୍ଦ କରାଯିବା ସହ ୧ କୋଟି ଶ୍ରୀଲଙ୍କା ଟଙ୍କାର ଜରିମାନା ଲଗାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସୁଧାର ଆସିବାରୁ ତାଙ୍କ ଉପରୁ ପ୍ରତିବନ୍ଧକ ହଟାଯାଇଥିଲା।

୩୧ ବର୍ଷୀୟ କୁଶଲ ମେଣ୍ଡିସ୍ ଶ୍ରୀଲଙ୍କା ଦଳର ଅନ୍ୟତମ ଅଭିଜ୍ଞ ଖେଳାଳି। ସେ ନିଜ କ୍ୟାରିୟରରେ ୭୫ଟି ଟେଷ୍ଟ ମ୍ୟାଚ୍ ଖେଳି ୩୬ରୁ ଅଧିକ ହାରାହାରିରେ ୪,୮୩୬ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୦ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ସାମିଲ ଅଛି। ଏହା ବ୍ୟତୀତ ସେ ୧୫୯ଟି ଏକଦିବସୀୟ (ODI) ମ୍ୟାଚ୍‌ରୁ ୫,୧୬୦ ରନ୍ ଏବଂ ୧୦୯ଟି ଟି-୨୦ ମ୍ୟାଚ୍‌ରୁ ୨,୬୯୪ ରନ୍ ହାସଲ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀରଙ୍କ ପାଇଁ ବଡ଼ ଖୁସି ଖବର: ବିବାହ ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କ’ଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ, ୧୩।୧୧: ଦେଶର ସେନାବାହିନୀରେ ନିଯୁକ୍ତି ସହ ଜଡ଼ିତ ଅଗ୍ନିପଥ ଯୋଜନା (Agnipath Scheme)ରେ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ସରକାର ‘ଅଗ୍ନିପଥ…

ଆୟୁଷ୍ମାନ ଯୋଜନାରେ ବଡ଼ ପରିବର୍ତ୍ତନ: ଘରୋଇ ହସ୍ପିଟାଲରେ ହେବନି ୧୧୨ ରୋଗର ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୧୩।୧୧: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY)ର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତିର…

ଶିକ୍ଷକ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ

ଆଳି,୧୩ା୧୧(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ପଦନୀପାଳ ପଞ୍ଚାୟତରେ ଥିବା ଡିପିଏସ୍‌ ନୋଡାଲ ହାଇସ୍କୁଲରେ ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା…

ମାଇକ୍ରୋସଫ୍ଟ ସେବା ବ୍ୟାହତ ଯୋଗୁ ଭାରତରେ ବିମାନ ସେବା ପ୍ରଭାବିତ; ୩ଟି ବିମାନ ବାତିଲ, ୨ଟି ବିଳମ୍ବିତ

ନୂଆଦିଲ୍ଲୀ,୧୩।୧୧: ମାଇକ୍ରୋସଫ୍ଟ (Microsoft) ସେବାରେ ବ୍ୟାଘାତ ଯୋଗୁ ଭାରତରେ ବିମାନ ସେବା ଉପରେ ଏହାର ପ୍ରଭାବ ପଡ଼ିଛି। ସ୍ପାଇସଜେଟ (SpiceJet) ଦିଲ୍ଲୀରୁ ଛାଡୁଥିବା ନିଜର ତିନୋଟି ବିମାନ…

ଭୟଙ୍କର ଦୁର୍ଘଟଣା: ଅଟୋକୁ ସାମ୍ନାପଟୁ ଧକ୍କା ଦେଇ ଘୋଷାଡ଼ି ନେଲା ଆମ ବସ୍‌, ୮ ଛାତ୍ରୀଛାତ୍ର ଗୁରୁତର

ଖୋର୍ଦ୍ଧା,୧୩ା୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍‌ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍‌ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ…

ସତ୍ୟ ନାଡେଲାଙ୍କୁ ପଛରେ ପକାଇଲେ ସୁନ୍ଦର ପିଚାଇ

ନ୍ୟୁୟର୍କ,୧୩ା୧୧: ଏଚ୍‌ଏସ୍‌ବିସି ହୁରୁନ୍‌ ଗ୍ଲୋବାଲ ଇଣ୍ଡିଆନ୍ସ ତାଲିକା ୨୦୨୬ରେ ଆଲ୍‌ଫାବେଟ୍‌ ସିଇଓ ସୁନ୍ଦର ପିଚାଇ ସବୁଠାରୁ ପ୍ରଭାବଶାଳୀ ଭାରତୀୟ ବଂଶୋଦ୍ଭବ ବ୍ୟବସାୟିକ ନେତା ଭାବେ ଉଭା ହୋଇଛନ୍ତି…

ନାକ କାଟିଦେଲେ ରୋହିତ, ବିରାଟ, ଆୟର, ଅପମାନଜନକ ରେକର୍ଡ ସ୍ଥାପନ କଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧୩।୧୧: କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ, ଏବଂ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଦିନିକିଆ (ODI) ଦଳ ଭାରତ ସହିତ ଏକ ଅସାଧାରଣ ଘଟଣା ଘଟିଛି।…

ମସିଣାପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ବିଇଓଙ୍କୁ ଦାବିପତ୍ର ପ୍ରଦାନ କରି ଗ୍ରାମବାସୀ…

ଅମରପାଲି,୧୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ହୋଇଛି। ଏନେଇ ମସିଣାପାଲି ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?