ଅନ୍‌ଲାଇନ୍‌ ପାଠପଢ଼ାକୁ ଗଣଶିକ୍ଷା ବିଭାଗର ଗୁରୁତ୍ୱ: ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେଉଛି। ତେଣୁ ଏହି ସମସ୍ୟା ଦୂର କରିବାକୁ ଚେଷ୍ଟା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଅନ୍‌ଲାଇନ୍‌ ପାଠପଢ଼ା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଅନଲାଇନ୍‌ରେ ପିଲାମାନେ କିପରି କୋର୍ସ ଆଧାରରେ ପାଠପଢ଼ିବେ ଓ ଅଧିକରୁ ଅଧିକ ସୁବିଧା ପାଇପାରିବେ ସେ ସମ୍ପର୍କରେ ଗଠିତ କମିଟି ତର୍ଜମା ଚଳାଇଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟର ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ପିଲା ଅନ୍‌ଲାଇନକୁ ଆସିଛନ୍ତି। ଅବଶିଷ୍ଟ ପିଲାଙ୍କୁ କିପରି ଏହି ସୁବିଧା ଯୋଗାଇ ହେବ ସେ ସମ୍ପର୍କରେ ଆଲୋଚନା ଚାଲିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ଏକ୍ସପର୍ଟ କମିଟି ଗଠିତ ହୋଇଛି। ଏହି କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଆଲୋଚନା କରି ଏହାର ବିକଳ୍ପ ଖୋଜିବେ। ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ। ଅପରପକ୍ଷେ ଅନଲାଇନ୍‌ ସୁବିଧା ପାଇପାରୁ ନ ଥିବା ଛାତ୍ରୀଛାତ୍ର ରହୁଥିବା ଅଞ୍ଚଳରେ ଥିବା ଶିକ୍ଷକଙ୍କୁ କିପରି ବିନିଯୋଗ କରାଯାଇପାରିବ ତାହାର ମଧ୍ୟ ବିଶ୍ଳେଷଣ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସରେ ମଧ୍ୟ କରୋନାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି। ତେଣୁ ଜୁଲାଇ ୩୧ ପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।

ବଦଳିପାରେ ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି
ଜୁଲାଇ ଦ୍ୱିତୀୟ ସପ୍ତାହରେ ଯୁକ୍ତ୨ର ଅବଶିଷ୍ଟ ପରୀକ୍ଷା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରକାର ପ୍ରସ୍ତୁତି ସରିଥିବାବେଳେ ଏନେଇ ସରକାରଙ୍କ ଅନୁମତି ଲୋଡ଼ା ଯାଇଛି। ମାତ୍ର ଇତିମଧ୍ୟରେ କେତେକ ରାଜ୍ୟ ଯୁକ୍ତ୨ ପରୀକ୍ଷା ବନ୍ଦ କରିଦେଇଛନ୍ତି। ଏବେ ଆଇସିଏସ୍‌ସି ଓ ସିବିଏସ୍‌ଇ ଯୁକ୍ତ୨ ପରୀକ୍ଷା ବାତିଲ କରାଯାଇଥିବାରୁ ରାଜ୍ୟରେ ମଧ୍ୟ ପରୀକ୍ଷା ସଂକ୍ରାନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇପାରେ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଓଡ଼ିଶାରେ ଯୁକ୍ତ୨ ପରୀକ୍ଷା ବନ୍ଦ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାତ୍ର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସେ କହିଛନ୍ତି, ଯୁକ୍ତ୨ର ବହୁ ପରୀକ୍ଷା ବାକି ରହିଛି। ଜୁଲାଇରୁ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମତାମତ ପାଇଁ ପଠାଯାଇଛି। ଏଯାଏ ପରୀକ୍ଷା ପାଇଁ କିଛିି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri