ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ (ଓବିକେଏମ) ପକ୍ଷରୁ ସୋମବାରଠାରୁ ଏହି ଧାରଣା ଦିଆଯାଉଛି। ଭଞ୍ଜନଗର ସର୍କଲ ଅଧୀନ ବୌଦ୍ଧ, ଫୁଲବାଣୀ ଓ ଭଞ୍ଜନଗର ଡିଭିଜନର କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି।
ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ପ୍ରତି ଟାଟା ପାୱାର କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ କର୍ମଚାରୀ ଓ କମ୍ପାନୀ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ଆନ୍ଦୋଳନ ଯୋଗୁ ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।
ଅନେକ ଉପଭୋକ୍ତା ନିର୍ଦ୍ଧାରିତ ସମୟରେ ବିଦ୍ୟୁତ ସମ୍ବନ୍ଧୀୟ ସେବା ନପାଇ ଅସୁବିଧାରେ ପଡ଼ୁଥିବାରୁ କମ୍ପାନୀ ବିରୋଧରେ ଅସନ୍ତୋଷ ମଧ୍ୟ ବଢୁଛି।
ସୂଚନା ଅନୁଯାୟୀ, ଭଞ୍ଜନଗର ସର୍କଲ ଅଧୀନ ତିନୋଟି ଡିଭିଜନରେ ୨ ହଜାରରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀ କଣ୍ଟ୍ରୋଲ ରୁମ ଓ କ୍ଷେତ୍ରସ୍ତରରେ ବିଦ୍ୟୁତ ସେବା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଜିଭିଇ (GVE) ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟ ପରିଚାଳିତ ହେଉଥିବା ବେଳେ ଚଳିତ ଅକ୍ଟୋବର ମାସରୁ ସ୍ବିଚ ଲୋଡ (Switch Load) ଏଜେନ୍ସି ଦାୟିତ୍ୱ ଗ୍ରହଣ କରିଛି।

ନୂତନ ଏଜେନ୍ସି ଦାୟିତ୍ୱ ନେବା ପରେ ପ୍ରତ୍ୟେକ ସବ୍‌ଡିଭିଜନରୁ ପ୍ରାୟ ୧୦ ଜଣ ଲେଖାଏ କର୍ମଚାରୀଙ୍କୁ ଛଟେଇ କରାଯିବାର ଯୋଜନା ଥିବା ସଂଘ ଅଭିଯୋଗ କରିଛି। ଏହା ଫଳରେ ବହୁ କର୍ମଚାରୀ ଚାକିରି ହରାଇବା ଆଶଙ୍କାରେ ରହିଛନ୍ତି। ସେହିପରି କଣ୍ଟ୍ରୋଲ ରୁମ୍‌ରେ ପୂର୍ବରୁ ୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏବେ ୪ ଜଣଙ୍କୁ ରଖି ୩ ଜଣଙ୍କୁ ଛଟେଇ କରାଯିବା ନେଇ ଚର୍ଚ୍ଚା ହେଉଥିବା ସଂଘ କହିଛି।
କଣ୍ଟ୍ରୋଲ ରୁମ୍‌ରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ ନହେଲେ ବିଦ୍ୟୁତ ସେବା ପରିଚାଳନା ସହ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଥିବା ସଂଘ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କିତ ନିୟମ ଓ ବ୍ୟବସ୍ଥାର ସ୍ବତନ୍ତ୍ର ଯାଞ୍ଚ କରିବାକୁ ମଧ୍ୟ ସଂଘ ଦାବି କରିଛି।

ସଂଘର ଅଭିଯୋଗ ଅନୁସାରେ, ଉଚ୍ଚପଦସ୍ଥ ଅଧିକାରୀମାନେ ବାର୍ଷିକ ୨୦ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ବେଳେ ତୃଣମୂଳସ୍ତରର କର୍ମଚାରୀମାନେ ମାସିକ ମାତ୍ର ୧୨ରୁ ୧୫ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଛନ୍ତି। ଦିନରାତି ପରିଶ୍ରମ କରି ବିଦ୍ୟୁତ ସେବା ସ୍ବାଭାବିକ ରଖୁଥିବା କର୍ମଚାରୀଙ୍କ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଉଚିତ ଗୁରୁତ୍ୱ ଦେବାକୁ ସଂଘ ଦାବି କରିଛି।
କର୍ମଚାରୀଙ୍କ ଦାବି ପୂରଣ, ପ୍ରସ୍ତାବିତ ଛଟେଇ ବନ୍ଦ, କଣ୍ଟ୍ରୋଲ ରୁମ୍ରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି, ଉପଯୁକ୍ତ ଦରମା ଓ କାର୍ଯ୍ୟସୁରକ୍ଷା ପ୍ରଦାନ ଆଦି ଦାବି ନେଇ ଏହି ଆନ୍ଦୋଳନ ଚାଲିଛି।

ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବା ସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଆଜିର ବୈଠକରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ହରପ୍ରସାଦ ବିଷୋୟୀ, ମୁନା ପାତ୍ର, ରବିନାରାୟଣ ପଟ୍ଟନାୟକ, ମିଟୁ ମହାରଣା ଓ ଋଷି ପାତ୍ରଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ। କର୍ମଚାରୀଙ୍କ ଦାବି ପ୍ରତି ଟାଟା ପାୱାର କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆଲୋଚନା ମାଧ୍ୟମରେ ସମାଧାନର ପଥ ବାହାର କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ, ଏ ସମ୍ପର୍କରେ ଭଞ୍ଜନଗର ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?