ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର ସୂଚନା ଦେଇଛନ୍ତି ଯେ, ଗୁରୁବାର ସକାଳ ୫ଟା୨୦ ସମୟରେ ନିଜ ବାସଭବନରେ ହୃଦଘାତ ଯୋଗୁ ଏହି ବରିଷ୍ଠ ଅଭିନେତାଙ୍କର ମୃତ୍ୟୁ ହୋଇଛି।
ତାଙ୍କ ବିୟୋଗ ଖବର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଆସନ୍ତୁ ନାନା ପାଟେକରଙ୍କ ପରିବାର ବିଷୟରେ ଜାଣିବା। ତାଙ୍କ ପରିବାର କଥା କହିଲେ, ତାଙ୍କ ପିତାଙ୍କ ନାମ ଗଜାନନ ପାଟେକର ଏବଂ ମାତାଙ୍କ ନାମ ନିର୍ମଳା ପାଟେକର ଥିଲା।
ନାନା ୧୯୭୮ ମସିହାରେ ନୀଳକାନ୍ତି ପାଟେକରଙ୍କୁ ବିବାହ କରିଥିଲେ; ତେବେ ପରବର୍ତ୍ତୀ ସମୟରେ ଉଭୟ ଅଲଗା ହୋଇଯାଇଥିଲେ କିନ୍ତୁ ସେମାନଙ୍କର ଆନୁଷ୍ଠାନିକ ଛାଡ଼ପତ୍ର (ଡିଭୋର୍ସ) ହୋଇନଥିଲା। ସେମାନଙ୍କ ସ୍ବଭାବ ଓ ଦୃଷ୍ଟିକୋଣ ମଧ୍ୟରେ ବହୁତ ପାର୍ଥକ୍ୟ ଥିବାରୁ ସେମାନେ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେଯାହା ବିଷୟରେ ଖୋଦ ଅଭିନେତା ନିଜେ ପ୍ରକାଶ କରିଥିଲେ।
ଉଲ୍ଲେଖନୀୟ ଯେ, ନୀଳକାନ୍ତି ୧୯୬୬ ମସିହାରେ ଜଣେ ଶିଶୁ କଳାକାର ଭାବରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ଏକ ଜାତୀୟ ପୁରସ୍କାର ମଧ୍ୟ ଜିତିଥିଲେ। ଜଣେ ମରାଠୀ ଅଭିନେତ୍ରୀ ଓ ଲେଖିକା ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପୂର୍ବରୁ ସେ ପ୍ରାରମ୍ଭିକ ସମୟରେ ଜଣେ ବ୍ୟାଙ୍କ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ।
ଯଦିଓ ସେ ଦୀର୍ଘ ବର୍ଷ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଥିଲେ, ତଥାପି ଅଭିନେତା ଭିକି କୌଶଲଙ୍କ ଚଳଚ୍ଚିତ୍ର ‘ଛାଭା’ (Chhaava) ମାଧ୍ୟମରେ ସେ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲେ।
ନାନା ପାଟେକର ଏବଂ ନୀଳକାନ୍ତିଙ୍କର ଦୁଇ ପୁଅ ଥିଲେ: ମଲହାର ପାଟେକର ଏବଂ ଅନ୍ୟ ଜଣେ ପୁଅ ଦୁର୍ବାସା, ଯିଏ କି ମାତ୍ର ଦୁଇ ବର୍ଷ ବୟସରେ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଥିଲେ।
ନାନା ସାତ ଭାଇଭଉଣୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତାଙ୍କର ପାଞ୍ଚ ଜଣ ଭାଇଭଉଣୀଙ୍କର ପିଲାଦିନେ ମୃତ୍ୟୁ ହୋଇଯାଇଥିଲା, ଯେତେବେଳେ କି ତାଙ୍କ ଭାଇ ଅଶୋକ ପାଟେକର ଏବଂ ଦିଲୀପ ପାଟେକର ବର୍ତ୍ତମାନ ମଧ୍ୟ ଜୀବିତ ଅଛନ୍ତି।
ନାନା ପାଟେକରଙ୍କୁ ଶେଷ ଥର ପାଇଁ ‘ସୁବେଦାର’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା, ଯାହା ଚଳିତ ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅନିଲ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ଦେହାନ୍ତର ସାତ ଦିନ ପୂର୍ବରୁ ଏକ ଟୁଇଟ କରିଥିଲେ ପରେଶ ରାୱଲ; କ’ଣ ଥିଲା ସେଥିରେ?ଯାହା ଏବେ ହେଉଛି ଭାଇରାଲ

ମୁମ୍ବାଇ,୮।୧୦: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ…

ନାନା ପାଟେକରଙ୍କ ପତ୍ନୀ କିଏ? ଛାଡ଼ପତ୍ର ନ ନେଇ ୩୫ ବର୍ଷ ଧରି ଅଲଗା ରହିବାର କାରଣ କହିଥିଲେ…

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୮ ଅକ୍ଟୋବର ୨୦୨୬ରେ ଗୋଆସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ହୃଦଘାତ…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?