ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରେ। ମୃତକ ହେଉଛନ୍ତି ମାଳପାଟଣା ଗ୍ରାମର ନିରଞ୍ଜନ ସାହୁ।

ନିରଞ୍ଜନ ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀ ଓ ପିଲାଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ା କରି ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ଶୋଇ ପଡ଼ିବା ପରେ ସ୍ତ୍ରୀ ମନୋରମା ତାଙ୍କ ତଣ୍ଟି ଉପରେ ଚଢ଼ି ତାଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ମନୋରମାଙ୍କ ପୁଅ ଓ ନାବାଳିକା ଝିଅ ସହଯୋଗ କରିଥିବା ନେଇ ମନୋରମା ସ୍ବୀକାର କରିଛନ୍ତି। ସ୍ବାମୀଙ୍କୁ ହତ୍ୟା କରି ମୃତଦେହକୁ ଘର ବାହାରେ ଶୋଇ ଦେଇଥିଲେ।

ଆଜି ସକାଳେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପଡ଼ୋଶୀ ଆଳି ପୋଲିସକୁ ଖବର ଦେଇଥିଲେ। ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍‌ର ସହାୟତାରେ ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ନିରଞ୍ଜନଙ୍କ ସ୍ତ୍ରୀ ଓ ପୁଅ ଝିଅଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?