ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ଚିନ୍ତା: ପର୍ଯ୍ୟଟନ ଋତୁ ପୂର୍ବରୁ ନୂଆ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ପରିସ୍ଥିତି ଆଉ କେତେଦିନ ଲାଗିରହିବ, ତାହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ଏଭଳିସ୍ଥଳେ ଗତ ୩ ମାସ ଧରି ସମ୍ପୂର୍ଣ୍ଣ ବନ୍ଦହୋଇ ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ। କୋଭିଡ୍‌ ଓ ଏହା ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପଡ଼ୋଶୀ ରାଜ୍ୟ ବିଶେଷକରି ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଉପରେ ଅଧିକ ଫୋକସ କରିବ। ଏଥିଲାଗି ରାଜ୍ୟରେ ପଥପାର୍ଶ୍ୱ ପର୍ଯ୍ୟଟନର ବିକାଶ କରାଯିବ। ପଡ଼ୋଶୀ ରାଜ୍ୟରୁ ପର୍ଯ୍ୟଟକମାନେ ଯେପରି ନିଜ ବ୍ୟକ୍ତିଗତ କିମ୍ବା ଭଡ଼ା ଗାଡ଼ିରେ ଓଡ଼ିଶା ଆସିପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ରୋଡ୍‌ସାଇଡ୍‌ ପାର୍କ, ପିକ୍‌ନିକ୍‌ ଫାସିଲିଟି, ରୋଡ୍‌ସାଇଡ୍‌ ହୋଟେଲ ଏବଂ ରେଷ୍ଟୁରାଣ୍ଟ, ରେଷ୍ଟ ପାର୍କ, ଓ୍ବେସାଇଡ୍‌ ଆମେନିଟି ସେଣ୍ଟର ଆଦି ପ୍ରତିଷ୍ଠା ଉପରେ ଅଗ୍ରାଧିକାର ଦିଆଯିବ।
ପର୍ଯ୍ୟଟନ ବିଭାଗ ସୂଚନା ମୁତାବକ, ଘରୋଇ ପର୍ଯ୍ୟଟନର ବିକାଶ ପାଇଁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଫୋକସ କରାଯିବ। ସେପ୍ଟେମ୍ବର ମାସରୁ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଥିବା ବେଳେ ଏହି ସମୟରେ ରାଜ୍ୟକୁ ଅଧିକାଂଶ ପର୍ଯ୍ୟଟକ ଆସିଥାନ୍ତି। ଏଥର ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବାଟ ବନ୍ଦ ହୋଇଯାଇଥିବାରୁ ଘରୋଇ ପର୍ଯ୍ୟଟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳିସ୍ଥଳେ ଅନ୍ୟ ରାଜ୍ୟକୁ ଟକ୍କର ଦେଇ ଓଡ଼ିଶା କିଭଳି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ, ସେଥିଲାଗି ବିଭାଗ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୁରୀ, ଭୁବନେଶ୍ୱର ଓ କୋଣାର୍କରୁ ବାହାରି ରାଜ୍ୟ ଏଥର ଇକୋ ଟୁରିଜମ୍‌ ଉପରେ ଫୋକସ୍‌ କରିବ। ଏଥିପାଇଁ ଭିତରକନିକା, ଚିଲିକା, ଶିମିଳିପାଳ, ଦେବ୍ରିଗଡ଼, ସାତକୋଶିଆ, ଅଂଶୁପା, ଦାରିଙ୍ଗବାଡ଼ି ଭଳି ପରିବେଶଭିତ୍ତିକ ପର୍ଯ୍ୟଟନସ୍ଥଳୀକୁ ଓଡ଼ିଶା ପର୍ଯ୍ୟଟନ ଅଧିକ ମାଇଲେଜ୍‌ ଦେବ। କରୋନା ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ। ଏଥିପାଇଁ ବିଭାଗ ଏବେଠାରୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରୁଛି। ରାଜ୍ୟ ପର୍ଯ୍ୟଟନ ବିଭାଗ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହ ମିଳିତ ଭାବେ କାର୍ଯ୍ୟ କରୁଥିବାବେଳେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଘରୋଇ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଓଡ଼ିଶା ଏବେଠାରୁ ରାଜିନାମା ସ୍ବାକ୍ଷର ଆରମ୍ଭ କରିଛି। ଏହାଦ୍ୱାରା ଆଗକୁ ଦୁଇ ରାଜ୍ୟ ପରସ୍ପର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବେ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ଓଡ଼ିଶା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବେ ଏବଂ ସମାନ ଭାବେ ଓଡ଼ିଶା ସେମାନଙ୍କ ପର୍ଯ୍ୟଟନସ୍ଥଳୀକୁ ଏଠାରେ ପ୍ରଚାର ପ୍ରସାର କରିବ। ଏହାବ୍ୟତୀତ ପଡ଼ୋଶୀ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଓଡ଼ିଶା ଟୁରିଜିମ୍‌ର ରୋଡ୍‌ ଶୋ’ ହେବ। ବିଶାଖାପାଟଣା, ବୋକାରୋ, ରାଞ୍ଚତ୍, ରାୟପୁର ଭଳି ସହରରେ ଏହି ରୋଡ୍‌ ଶୋ’ କରାଯିବ। କିଛିଦିନ ତଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କରୋନା ପରବର୍ତ୍ତୀ ସମୟରେ କେଉଁ କେଉଁ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହୋଇପାରିବ, ତାହାର ଅନୁଧ୍ୟାନ କରିଥିଲେ। ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ କରୋନା ପାଇଁ ୩ମାସ ହେଲା ହୋଟେଲ ଶିଳ୍ପ ସହ ପର୍ଯ୍ୟଟନ ସହ ଜଡ଼ିତ ଅନ୍ୟ ସଂସ୍ଥା ବନ୍ଦହୋଇ ପଡ଼ିଛି। ଏଭଳିସ୍ଥଳେ ରାଜ୍ୟ ସରକାର ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହାକି କରୋନା ପରବର୍ତ୍ତୀ ସମୟରେ ହୋଟେଲ ଏବଂ ହସ୍ପିଟାଲିଟି କ୍ଷେତ୍ର ପାଇଁ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri