ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ଚିନ୍ତା: ପର୍ଯ୍ୟଟନ ଋତୁ ପୂର୍ବରୁ ନୂଆ ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କରୋନା ପରିସ୍ଥିତି ଆଉ କେତେଦିନ ଲାଗିରହିବ, ତାହାର ଉତ୍ତର କାହା ପାଖରେ ନାହିଁ। କିନ୍ତୁ ଏଭଳିସ୍ଥଳେ ଗତ ୩ ମାସ ଧରି ସମ୍ପୂର୍ଣ୍ଣ ବନ୍ଦହୋଇ ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ। କୋଭିଡ୍‌ ଓ ଏହା ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପଡ଼ୋଶୀ ରାଜ୍ୟ ବିଶେଷକରି ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଉପରେ ଅଧିକ ଫୋକସ କରିବ। ଏଥିଲାଗି ରାଜ୍ୟରେ ପଥପାର୍ଶ୍ୱ ପର୍ଯ୍ୟଟନର ବିକାଶ କରାଯିବ। ପଡ଼ୋଶୀ ରାଜ୍ୟରୁ ପର୍ଯ୍ୟଟକମାନେ ଯେପରି ନିଜ ବ୍ୟକ୍ତିଗତ କିମ୍ବା ଭଡ଼ା ଗାଡ଼ିରେ ଓଡ଼ିଶା ଆସିପାରିବେ, ତାହା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ରୋଡ୍‌ସାଇଡ୍‌ ପାର୍କ, ପିକ୍‌ନିକ୍‌ ଫାସିଲିଟି, ରୋଡ୍‌ସାଇଡ୍‌ ହୋଟେଲ ଏବଂ ରେଷ୍ଟୁରାଣ୍ଟ, ରେଷ୍ଟ ପାର୍କ, ଓ୍ବେସାଇଡ୍‌ ଆମେନିଟି ସେଣ୍ଟର ଆଦି ପ୍ରତିଷ୍ଠା ଉପରେ ଅଗ୍ରାଧିକାର ଦିଆଯିବ।
ପର୍ଯ୍ୟଟନ ବିଭାଗ ସୂଚନା ମୁତାବକ, ଘରୋଇ ପର୍ଯ୍ୟଟନର ବିକାଶ ପାଇଁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଫୋକସ କରାଯିବ। ସେପ୍ଟେମ୍ବର ମାସରୁ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଥିବା ବେଳେ ଏହି ସମୟରେ ରାଜ୍ୟକୁ ଅଧିକାଂଶ ପର୍ଯ୍ୟଟକ ଆସିଥାନ୍ତି। ଏଥର ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବାଟ ବନ୍ଦ ହୋଇଯାଇଥିବାରୁ ଘରୋଇ ପର୍ଯ୍ୟଟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳିସ୍ଥଳେ ଅନ୍ୟ ରାଜ୍ୟକୁ ଟକ୍କର ଦେଇ ଓଡ଼ିଶା କିଭଳି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ, ସେଥିଲାଗି ବିଭାଗ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପୁରୀ, ଭୁବନେଶ୍ୱର ଓ କୋଣାର୍କରୁ ବାହାରି ରାଜ୍ୟ ଏଥର ଇକୋ ଟୁରିଜମ୍‌ ଉପରେ ଫୋକସ୍‌ କରିବ। ଏଥିପାଇଁ ଭିତରକନିକା, ଚିଲିକା, ଶିମିଳିପାଳ, ଦେବ୍ରିଗଡ଼, ସାତକୋଶିଆ, ଅଂଶୁପା, ଦାରିଙ୍ଗବାଡ଼ି ଭଳି ପରିବେଶଭିତ୍ତିକ ପର୍ଯ୍ୟଟନସ୍ଥଳୀକୁ ଓଡ଼ିଶା ପର୍ଯ୍ୟଟନ ଅଧିକ ମାଇଲେଜ୍‌ ଦେବ। କରୋନା ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ। ଏଥିପାଇଁ ବିଭାଗ ଏବେଠାରୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରୁଛି। ରାଜ୍ୟ ପର୍ଯ୍ୟଟନ ବିଭାଗ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହ ମିଳିତ ଭାବେ କାର୍ଯ୍ୟ କରୁଥିବାବେଳେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଘରୋଇ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦେଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଓଡ଼ିଶା ଏବେଠାରୁ ରାଜିନାମା ସ୍ବାକ୍ଷର ଆରମ୍ଭ କରିଛି। ଏହାଦ୍ୱାରା ଆଗକୁ ଦୁଇ ରାଜ୍ୟ ପରସ୍ପର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବେ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ଓଡ଼ିଶା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବେ ଏବଂ ସମାନ ଭାବେ ଓଡ଼ିଶା ସେମାନଙ୍କ ପର୍ଯ୍ୟଟନସ୍ଥଳୀକୁ ଏଠାରେ ପ୍ରଚାର ପ୍ରସାର କରିବ। ଏହାବ୍ୟତୀତ ପଡ଼ୋଶୀ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଓଡ଼ିଶା ଟୁରିଜିମ୍‌ର ରୋଡ୍‌ ଶୋ’ ହେବ। ବିଶାଖାପାଟଣା, ବୋକାରୋ, ରାଞ୍ଚତ୍, ରାୟପୁର ଭଳି ସହରରେ ଏହି ରୋଡ୍‌ ଶୋ’ କରାଯିବ। କିଛିଦିନ ତଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କରୋନା ପରବର୍ତ୍ତୀ ସମୟରେ କେଉଁ କେଉଁ ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହୋଇପାରିବ, ତାହାର ଅନୁଧ୍ୟାନ କରିଥିଲେ। ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ କରୋନା ପାଇଁ ୩ମାସ ହେଲା ହୋଟେଲ ଶିଳ୍ପ ସହ ପର୍ଯ୍ୟଟନ ସହ ଜଡ଼ିତ ଅନ୍ୟ ସଂସ୍ଥା ବନ୍ଦହୋଇ ପଡ଼ିଛି। ଏଭଳିସ୍ଥଳେ ରାଜ୍ୟ ସରକାର ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହାକି କରୋନା ପରବର୍ତ୍ତୀ ସମୟରେ ହୋଟେଲ ଏବଂ ହସ୍ପିଟାଲିଟି କ୍ଷେତ୍ର ପାଇଁ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ...

ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୪।୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ...

ଅମ୍ପନ ମୁକାବିଲା: ୪ ଆଇଏଏସ ଅଫିସରଙ୍କୁ ୪ ଜିଲା ଦାୟିତ୍ୱ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ବାତ୍ୟା ଅମ୍ପନ ମୁକାବିଲା ଲାଗି ସୋମବାର ୪ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ୪ ଜିଲା ଦାୟିତ୍ୱ ପ୍ରଦାନ କରାଯାଇଛି। ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ...

୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩।୬(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ନୂଆପଡ଼ା,...

ଆରମ୍ଭ ହେଲା ଅସୀମ ଉତ୍ସବ

ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅସୀମ ବସୁ ଫାଉଣ୍ଡେଶନ ପକ୍ଷରୁ ୪ର୍ଥ ଅସୀମ ଉତ୍ସବ ଶୁକ୍ରବାର...

ବିଦ୍ୟୁତ୍‌ ଦର ବୃଦ୍ଧିରେ ଯୁବକଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ଚାଲିଛି। ମଙ୍ଗଳବାର ରାଜ୍ୟ ବିଦ୍ୟୁତ୍‌ ନିୟାମକ ବୋର୍ଡ ସମ୍ମୁଖରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ...

ସୂଚନା ଅଧିକାର ଆଇନକୁ ଭୟ

ଯାଜପୁର ଅଫିସ,୨୨ା୭: ଯାଜପୁର ଜିଲାରେ ସୂଚନା ଅଧିକାର ଆଇନ (ଆରଟିଆଇ)ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ପରାହତ ହୋଇଛି। ମାସ ମାସ ଧରି ସୂଚନା...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ...

Advertisement
Archives

Model This Week