ଆସ୍ଥାରେ ଆଘାତ

ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି  ଘଟଣା ଅନେକ  କୋଟି ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ମନ୍ଦିରରୁ ଦାନ ଅର୍ଥ ଚୋରି ହେବା ମନ୍ଦିର ପ୍ରଶାସନର ଚରମ ବିଫଳତା ବୋଲି ଧରିବାକୁ ହେବ। ଭାରତୀୟ ଜନତା ପାର୍ଟି(ଭାଜପା) ରାମ ମନ୍ଦିରକୁ ନେଇ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିବା ବେଳେ ମନ୍ଦିରର ଦାନ ଅର୍ଥ ଚୋରି ଘଟଣାରେ ଦଳ ଓ ସରକାର ନିଜର ଉତ୍ତରଦାୟିତ୍ୱରୁ ପଛକୁ ହଟିଯାଇପାରିବ ନାହିଁ।
ଜୁନ୍‌ ୨୦୨୬ରେ ପ୍ରଥମେ ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ବିଷୟ ଲୋକଲୋଚନକୁ ଆସିଥିଲା। ଆରମ୍ଭରୁ କିଛି ଲୋକ ଏହାକୁ ଟାଳିବାକୁ ଚେଷ୍ଟା କରିଥିଲେ ବା ମିଛ କଥା ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ଏହି ଚୋରି ଘଟଣାର ସତ୍ୟାସତ୍ୟ ଜଣା ପଡିଥିଲା। ଏଥିପାଇଁ ଉତ୍ତରପ୍ରଦେଶ ସରକାର ଏକ ସ୍ବତନ୍ତ୍ର ତଦନ୍ତ ଦଳ ଗଠନ କରିଥିଲେ। ତଦନ୍ତ ପରେ ଚୋରି ବିଷୟରେ ଜଣା ପଡିଥିଲା। ପ୍ରାଥମିକ ତଦନ୍ତରୁ ପ୍ରାୟ ଦଶ କୋଟି ଟଙ୍କା ପାଖାପାଖି ଚୋରି ହୋଇଛି ବୋଲି ଜଣାପଡ଼ିଛି ଓ ଏହି ଚୋରିରେ ମନ୍ଦିରର କର୍ମଚାରୀ ଯେଉଁମାନେ ମୁଖ୍ୟତଃ ଦାନ ଅର୍ଥ ଗଣତିରେ ସମ୍ପୃକ୍ତ ଥିଲେ ସେମାନଙ୍କର ଭୂମିକା ସାମନାକୁ ଆସିଛି। ସିସି ଟିଭି ଫୁଟେଜରୁ ଜଣାପଡ଼ିଛି ଯେ, କର୍ମଚାରୀମାନେ ଟଙ୍କା ଗଣିବା ବେଳେ ନିଜ ପକେଟରେ ଓ ମୋଜା ଭିତରେ ଟଙ୍କା ଲୁଚେଇ  କରି ନେଇଛନ୍ତି। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଆଠ ଜଣଙ୍କୁ ଗିରଫ କରିଛି। ମନ୍ଦିର ଟ୍ରଷ୍ଟର ସମ୍ପାଦକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ଚୋରି ଘଟଣା ପରେ ଏସ୍‌.ଆଇ.ଟି. ମନ୍ଦିରର ଗତ ପାଞ୍ଚ ବର୍ଷର ଅଡିଟ କରୁଛି। ତେଣୁ ଚୋରିର ଆକାର ଅଧିକ ବଢ଼ିବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
ମନ୍ଦିରର ଦାନ ଅର୍ଥ ଚୋରି ପଛରେ ଏକାଧିକ କାରଣ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମନ୍ଦିରର ଦାନ ଅର୍ଥ ଗଣତି କେନ୍ଦ୍ରରେ ସିସି ଟିଭି ଥିଲେ ମଧ୍ୟ ନିୟନ୍ତ୍ରଣ କକ୍ଷରେ ଅଧିକାଂଶ ସମୟରେ କେହି ଉପସ୍ଥିତ ରହୁ ନ ଥିଲେ। ଏହାର ସୁଯୋଗ ନେଇ କର୍ମଚାରୀମାନେ ଚୋରି କରୁଥିଲେ। ମନ୍ଦିର ଟ୍ରଷ୍ଟ ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟରେ ଟଙ୍କା ଗଣତି ପାଇଁ ନିୟମାବଳୀ ଥିଲା। କିନ୍ତୁ ଟଙ୍କା ଗଣତି କେନ୍ଦ୍ରକୁ କର୍ମଚାରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ କଡ଼ାକଡ଼ି ଯାଞ୍ଚ ହେଉ ନ ଥିଲା। ଟଙ୍କା ଗଣତି କାମରେ ନିଯୁକ୍ତ କର୍ମଚାରୀଙ୍କ ପୃଷ୍ଠଭୂମି ବିଷୟରେ ଯଥେଷ୍ଟ ଯାଞ୍ଚ କରା ନ ଯାଇ କେବଳ ଚିହ୍ନା ପରିଚିତ ଆଧାରରେ ସେମାନଙ୍କୁ ନିଯୁକ୍ତ କରାଯାଉଥିଲା। କୁମ୍ଭ ମେଳା ଓ ଅନ୍ୟାନ୍ୟ ପର୍ବପର୍ବାଣି ସମୟରେ ମନ୍ଦିରକୁ ପ୍ରଚୁର ଦାନ ମିଳିଥିଲା, ଯାହାକୁ ଉପଯୁକ୍ତ ନିୟମ ଆଧାରରେ ପରିଚାଳନା କରିବା କଷ୍ଟକର ହୋଇପଡ଼ିଥିଲା। ଏସବୁ ଗଳାବାଟ ଲୋଭି କର୍ମଚାରୀମାନଙ୍କୁ ଚୋରି କରିବାକୁ ସୁଯୋଗ ଦେଇଥିଲା।
କୋଟି କୋଟି ଭଗବତ ବିଶ୍ୱାସୀଙ୍କ ଦାନ ଅର୍ଥକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ମନ୍ଦିର ଓ ଟ୍ରଷ୍ଟରେ କଡ଼ାକଡ଼ି ନିୟମ ପାଳନ ହେବା ଉଚିତ। ଦାନ ଅର୍ଥ ଗଣତିରେ ନିୟୋଜିତ ଲୋକଙ୍କର ପୃଷ୍ଠଭୂମି କଡ଼ାକଡ଼ି ଭାବେ ଯାଞ୍ଚ କରି ତାଙ୍କୁ ନିଯୁକ୍ତ କରିବା ଦରକାର। ଟଙ୍କା ଗଣତି ବରିଷ୍ଠ ଅଧିକାରୀ ଓ ସୁରକ୍ଷା ବାହିନୀଙ୍କ ତତ୍ତ୍‌ାବଧାନରେ ହେବା ଉଚିତ। ଟଙ୍କା ଗଣତି ସମୟରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ୟୁନିଫର୍ମ ବାଧ୍ୟତାମୂଳକ ହେଉ, ଯେଉଁଥିରେ ପକେଟ ନଥିବ। ରାମ ମନ୍ଦିର ଟ୍ରଷ୍ଟ ସମ୍ପ୍ରତି ଏପରି ବ୍ୟବସ୍ଥା କରିଥିବା ଜାଣିବାକୁ ମିଳୁଛି। ପ୍ରତିଦିନ ଦାନ ଅର୍ଥର ପରିମାଣ ଏକ ୱେବସାଇଟ ମାଧ୍ୟମରେ ସର୍ବସାଧାରଣ କରାଯାଉ। ଏପରି ହେଲେ ହୁଏତ ଚୋରିର ସମ୍ଭାବନା କମ୍‌ ହୋଇପାରେ। କେବଳ ଭଗବତ ବିଶ୍ବାସ ଓ ଭକ୍ତି ଉପରେ ଛାଡ଼ିଲେ, ଚୋରି ହେବାଟା ନିଶ୍ଚିତ।
ରାମ ମନ୍ଦିର ଦାନ ଅର୍ଥ ଚୋରି ଘଟଣା କେବଳ ଟ୍ରଷ୍ଟ ବା ମନ୍ଦିର ବ୍ୟବସ୍ଥାର ପରିଚାଳନା ଉପରେ ପ୍ରଶ୍ନ ଉଠାଇନି, ବରଂ ଏହା ଆମ ଭିତରେ ଥିବା ଅସଲ ଭକ୍ତି ବା ଭଗବତ ବିଶ୍ବାସ ଉପରେ ପ୍ରଶ୍ନ ଠିଆ କରିଛି। ଆମେମାନେ ନିଜକୁ ବଡ଼ ଧାର୍ମିକ ବ୍ୟକ୍ତି ବୋଲି ପ୍ରଚାର କରୁଛୁ, ସତରେ କ’ଣ ଆମେ ସେହି ଧର୍ମର ବାଣୀରେ ବିଶ୍ବାସ ରଖୁଛୁ! ଆମେ କହୁଛୁ, ଈଶ୍ୱର ସର୍ବ ଶକ୍ତିମାନ, ସର୍ବତ୍ର ବିଦ୍ୟମାନ, ଈଶ୍ୱର ସବୁ ଦେଖୁଛନ୍ତି ଇତ୍ୟାଦି ଇତ୍ୟାଦି। ଆମେ କ’ଣ ସତରେ ବିଶ୍ବାସ କରୁଛୁ ଯେ ଈଶ୍ୱର ସବୁଠି ସବୁ ଦେଖୁଛନ୍ତି! ଯଦି ସେଇଆ, ତାହେଲେ ମନ୍ଦିରର ସେହି କର୍ମଚାରୀମାନେ, ଯେଉଁମାନେ ନିଜକୁ ଭଗବାନଙ୍କର ଆଦ୍ୟ ସେବକ ବୋଲି କହୁଛନ୍ତି, ସେମାନେ ଚୋରି କରିପାରିଲେ କିପରି? ସେମାନେ କ’ଣ ଭାବିଲେନି ଯେ, ଚୋରି କରିବା ସମୟରେ ଭଗବାନ ଆମକୁ ଦେଖୁଥିବେ ବୋଲି! ଭଗବାନ ଆଉ କିଛି ଦେଖନ୍ତୁ ନ ଦେଖନ୍ତୁ ନିଜ ପାଇଁ ମିଳିଥିବା ଦାନ ଅର୍ଥର ଚୋରିକୁ ନିଶ୍ଚୟ ଦେଖୁଥିବେ ବୋଲି ସେମାନେ ଭାବିବା ଉଚିତ। କୌଣସି ଲୋକ ଯଦି ଆମକୁ ଦେଖୁଥାଏ ତାହେଲେ ଆମେ କ’ଣ ଚୋରି କରିପାରିବା? ଚୋରି କରିବା ତ ଦୂରର କଥା, କେହି ଯଦି ଦେଖୁଥିବ, କୌଣସି  ଲୋକ ସାମାନ୍ୟ ଖରାପ କାମ  କରିପାରିବ ନାହିଁ। ତାହାଲେ ସେହି ମନ୍ଦିରର କର୍ମଚାରୀମାନେ ଚୋରି କଲେ କିପରି? ସେମାନେ ନିଶ୍ଚୟ ନିଶ୍ଚିତ ଥିଲେ ଯେ ତାଙ୍କୁ କେହି ଦେଖୁନାହାନ୍ତି। ତାହେଲେ ସେମାନେ ଯେଉଁସବୁ ପ୍ରବଚନ ଦେଉଥିଲେ ଭଗବାନ ସବୁ ଦେଖୁଛନ୍ତି, ତାହା କ’ଣ କେବଳ ଅନ୍ୟମାନଙ୍କ ପାଇଁ; ତାଙ୍କ ପାଇଁ ନୁହେଁ। ଆଜି ଜେଲରେ ଥିବା ପ୍ରସିଦ୍ଧ ବାବାମାନେ ପ୍ରବଚନ ଦେଉଥିଲେ ଭଗବାନ ସବୁ ଦେଖୁଛନ୍ତି। ଯଦି ସେମାନେ ନିଶ୍ଚିତ ଯେ, ଭଗବାନ ସବୁ ଦେଖୁଛନ୍ତି, ତେବେ ଭଗବାନଙ୍କ ଆଖି ଆଗରେ ସେମାନେ ନାରୀମାନଙ୍କ ଉପରେ ପାଶବିକ ଅତ୍ୟାଚାର ପାଇଁ ଆଗଭର ହେଉଥିଲେ କିପରି? ଧର୍ମକୁ ନେଇ ନିଜର ବେପାର ଚଳେଇବା ପାଇଁ ପଦ ଓ ପ୍ରତିଷ୍ଠା ଲାଗି, ଲୋକଙ୍କ ଧର୍ମୀୟ ଭାବନା ଓ ସରଳ ବିଶ୍ବାସର ସୁଯୋଗ ନେଇ ନିଜକୁ ଭଗବାନ ଓ ଧର୍ମର ଠିକାଦାର କହୁଥିବା ଲୋକଙ୍କର ଏହା ଏକ ଅତ୍ୟନ୍ତ ପୁରାତନ କୌଶଳ। ଆମ ଭିତରେ ଥିବା ଯୁଗ ଯୁଗର ବିଶ୍ବାସ ଓ ଭୟ ଆମକୁ ଅତି ସହଜରେ ସେମାନଙ୍କ ପାଲରେ ପକେଇ ଦେଉଛି। ସେମାନେ ମନ୍ଦିର ଭିତରୁ, ମୂର୍ତ୍ତି ସାମ୍‌ନାରୁ ଚୋରିକରି ସୁନାରେ ଛାଉଣି ହୋଇ ପେଟ ବଢ଼େଇ ଚାଲୁଥିବା ବେଳେ ବିଚରା ସାଧାରଣ ଲୋକମାନେ ତାଙ୍କ କଷ୍ଟ ଅର୍ଜିତ ଧନକୁ ଭଗବାନଙ୍କୁ ଅର୍ପଣ କରି ଆଶୀର୍ବାଦ ପାଇଁ ଅପେକ୍ଷା କରୁଛନ୍ତି।
ଏହାଛଡ଼ା ବିଭିନ୍ନ ମନ୍ଦିରରେ କେତେକ ପୂଜାରୀମାନେ କିପରି ସେହି ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କୁ ଖରାପ ବ୍ୟବହାର କରୁଛନ୍ତି! ସେମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି। ସେମାନେ କ’ଣ ନିଶ୍ଚିତ ଯେ ସେମାନଙ୍କର ଏହି କାମକୁ ଭଗବାନ ଦେଖୁନାହାନ୍ତି କିମ୍ବା ଏହି କର୍ମର ଫଳ ସେମାନଙ୍କୁ ଭୋଗିବାକୁ ପଡ଼ିବ ନାହିଁ! ସେମାନେ ଯଦି ନିଶ୍ଚିତ, ତେବେ ଆମକୁ କାହିଁକି ମିଛୁଟାରେ ଡରାଉଛନ୍ତି!
ବିଚିତ୍ର ବିଶ୍ବାଳ
ଭିରଙ୍ଗ, ତିରଣ, ଜଗତସିଂହପୁର,
ମୋ: ୯୪୩୮୪୬୮୪୭୪

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?