ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ ଅନୁସୂଚିତ ଜନଜାତି ଓ ଜାତି, ପଛୁଆ ବର୍ଗର ଜନ ବସତି ରହିଛି । ମୂଳ ଜୀବନଜୀବିକା ମଧ୍ୟରେ ହଳଦୀ, ଅଦା, କ୍ଷୁଦ୍ରଦାନା ଶସ୍ୟ, ମକା ଭଳି ଚାଷ ସହ ଜଙ୍ଗଲଜାତୀୟ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଉଛନ୍ତି । ଅଭାବ ଅନାଟନ ମଧ୍ୟରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ପରିବାରରୁ ଆସିଥିବା ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଗତ ୩ ବର୍ଷ ମଧ୍ୟରେ ଉକ୍ତ ବ୍ଲକର ଦୁର୍ଗମ ଅଞ୍ଚଳର ଜନଜାତି ଛାତ୍ରୀଛାତ୍ରମାନେ ବହୁ ସଂଘର୍ଷ ଓ ଅଭାବ ଅନାଟନ ଓ ନେଟୱାର୍କ ଭଳି ସମସ୍ୟା ମଧ୍ୟରେ ଗତି କରି ମୋଟ ୮ ଜଣ ଛାତ୍ରୀଛାତ୍ର ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇ ଏବେ ଡାକ୍ତରୀ ପାଠ ପଢୁଛନ୍ତି ।

ଆଗାମୀ ଦିନରେ ସେମାନଙ୍କ ଏହି ପାଠ ପଢ଼ା ସରିଲେ ସେମାନେ ଅଞ୍ଚଳରେ ଅଭାବ ଥିବା ଡାକ୍ତର ପଦବୀକୁ ପୂରଣ କରି ଅଞ୍ଚଳର ଲୋକଙ୍କ ସେବା କରିପାରିବେ । ପ୍ରକାଶ ଯେ ଚଳିତ ବର୍ଷ ଉକ୍ତ ବ୍ଲକ ରେ ଚାରିଜଣ ଡାକ୍ତରୀ ପଢିବା ପାଇଁ ନିଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୪ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରରୁ ୩ ଜଣ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ସେମାନେ ହେଲେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକବାଡି ଗ୍ରାମର ବୁର୍ଶୀ ପ୍ରଧାନଙ୍କ ପୁଅ ଏସରିୟ ପ୍ରଧାନ, ଝିଅ ସୁନେମି ପ୍ରଧାନ ଓ ବୁର୍ଶୀଙ୍କ ସାନଭାଇ ଜିସାୟ ପ୍ରଧାନଙ୍କ ଝିଅ ମିନାକ୍ଷୀ ପ୍ରଧାନ ।

ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରୀଛାତ୍ର ଭାବେ ବିଭିନ୍ନ ମେଡିକାଲ କଲେଜ ରେ ନାମ ଲେଖାଇଛନ୍ତି । ସେହିପରି ଉକ୍ତ ବ୍ଲକ ଦାସିଙ୍ଗବାଡି ପଞ୍ଚାୟତର ଡଙ୍ଗାମାଲା ଗ୍ରାମର ମା’ପ୍ରେମିଶିଲା ପ୍ରଧାନ ଓ ବାପା ପ୍ରଧାନଙ୍କ ଝିଅ ରାଜଶ୍ରୀ ପ୍ରଧାନ ମଧ୍ୟ ସଫଳତାର ସହ ନିଟ୍ ରେ ଉତ୍ତୀର୍ଣ୍ଣ ହୋଇ ବୁର୍ଲା ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ସମସ୍ତ ଡାକ୍ତରୀ ଛାତ୍ରୀଛାତ୍ର ଅଭାବ ଅନାଟନ ଓ ମୋବାଇଲ ନେଟୱାର୍କ ନଥିବାରୁ ପାହାଡ଼ ଉପରକୁ ଯାଇ ସାମାଜିକ ଗଣମାଧ୍ୟମରୁ ଶିଖି ଜାଣି  ବିନା କୋଚିଂରେ ନିଜ ଉଦ୍ୟମରେ ଅଧ୍ୟୟନ କରି ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠାରୁ ଗୌରବର ବିଷୟ ସିକବାଡି ଗ୍ରାମର ବୁର୍ଶୀ ପ୍ରଧାନଙ୍କ ୪ ଜଣ ଝିଅ ଓ ପୁଅ ଡାକ୍ତର ପାଠ ପଢୁଛନ୍ତି । ଚଳିତ ବର୍ଷ ୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପୂର୍ବରୁ ୨୦୨୧ମସିହାରେ ବଡ଼ ପୁଅ ବିଭୀଷଣ ପ୍ରଧାନ ଉତ୍ତୀର୍ଣ୍ଣ ହୋଇ ଡାକ୍ତର ପାଠ ସାରି ସେ ଇଂଟର୍ନସିପ କରୁଛନ୍ତି ।

ସେହିପରି ଗତ ବର୍ଷ ଅର୍ଥାତ ୨୦୨୫ ରେ ଝିଅ  ମୋନାଲିସା ପ୍ରଧାନ ସମାନ ସଂଘର୍ଷ କରି ନିଟ୍ ରେ କୃତିତ୍ୱ ପାରେ ଡାକ୍ତରୀ ପଢୁଛନ୍ତି ଓ ବୁର୍ଶୀ ଙ୍କ ସାନଭାଇ ଜିସାୟ ପ୍ରଧାନଙ୍କ ଝିଅ ମୀନାକ୍ଷୀ ପ୍ରଧାନଙ୍କୁ ମିଶାଇ ପରିବାର ରେ ୫ ଜଣ ଡାକ୍ତରୀ ଛାତ୍ର ହୋଇପାରିଥିବା ଓ ସେମାନଙ୍କ ବାପା, ମା ଦିନ ମଜୁରୀଆ ଓ ପାରମ୍ପରିକ ହଳଦୀ, ମକା ଆଦି ଚାଷ କରି ପିଲାଙ୍କୁ ଡାକ୍ତରୀ କରିବାର ସ୍ବପ୍ନ କୁ ସାକାର କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସୂଚନା ଯୋଗ୍ୟ ଯେ ୨୦୨୪ ରୁ ୨୦୨୬ ଏହି ୩ ବର୍ଷ ମଧ୍ୟରେ ଉକ୍ତ ବ୍ଲକ ର ମୋଟ ୮ ଜଣ ଛାତ୍ରୀଛାତ୍ର ନିଟ୍ ପରୀକ୍ଷା ପାଇଁ ନିଜେ ସାମାଜିକ ଗଣମାଧ୍ୟମ ରେ ପଢି ବିନା କୋଚିଂରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ମେଡିକାଲ କଲେଜ ରେ ଡାକ୍ତରୀ ପଢୁଛନ୍ତି । ୨୦୨୪ ମସିହାରେ ଦାସିଙ୍ଗବାଡି ପଞ୍ଚାୟତ ତାଡିମାହା ଗ୍ରାମର ମାତା ମାଧୁରୀ ପ୍ରଧାନ ପିତା କନେଶ୍ୱର ପ୍ରଧାନଙ୍କ ପୁଅ ସନାତନ ପ୍ରଧାନ, ସିଆଙ୍ଗବାଲି ପଞ୍ଚାୟତ ସିଆଙ୍ଗବାଲି ପଞ୍ଚାୟତ ସବେରେଙ୍ଗା ଗ୍ରାମର କଳାକାର ପ୍ରଧାନ ଏବଂ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଲୀନ୍ସା ପ୍ରଧାନ ଏବଂ  ୨୦୨୫ ରେ ସିକବାଡ଼ି ର ମୋନାଲିସା ପ୍ରଧାନ ପ୍ରମୁଖ ଡାକ୍ତରୀ ପାଠ ପଢୁଛନ୍ତି । ଚଳିତ ୪ ଜଣଙ୍କୁ ମିଶାଇ ମୋଟ ୩ ବର୍ଷ ରେ ୮ ଜଣ ଡାକ୍ତରୀ ଛାତ୍ରୀଛାତ୍ର ରହିଛନ୍ତି । ଯାହା ପରିବାରଙ୍କ ସମେତ ଅଞ୍ଚଳପାଇଁ ସେମାନେ ଗୌରବ ଆଣିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି ।…

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?